Posted inଜାତୀୟ

କଠିନ ସ୍ଥିତିରେ ଅଛି ଭାରତ-ଚାଇନା ସମ୍ପର୍କ: ଜୟଶଙ୍କର

ନୂଆଦିଲ୍ଲୀ,୨୦।୨: ସୀମାନ୍ତରେ ସାମରିକ ବାହିନୀ ନିୟୋଜିତ ନ କରିବାକୁ ହୋଇଥିବା ଚୁକ୍ତିନାମାକୁ ବେଜିଂ ଉଲ୍ଲଂଘନ କରିବା ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଏବେ ଅତ୍ୟନ୍ତ କଠିତ ପରିସ୍ଥିତି ଦେଇ ଗତି କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡା ଏସ ଜୟଶଙ୍କର କହିଛନ୍ତି। ଜର୍ମାନୀରେ ମ୍ୟୁନିକ ସୁରକ୍ଷା ସମ୍ମିଳନୀ (ଏମ୍‌ଏସ୍‌ସି) ୨୦୨୨ ରେ ଆଲୋଚନା ବେଳେ ସେ ଏହା କହିଛନ୍ତି। ଏଠାରେ ସୀମାରେ ପରିସ୍ଥିତି ସମ୍ପର୍କର ସ୍ଥିତି ସ୍ଥିର କରିବ ଜୟଶଙ୍କର କହିଛନ୍ତି।
ଜୟଶଙ୍କର କହିଛନ୍ତି, ୪୫ ବର୍ଷ ଧରି ସୀମାରେ ଶାନ୍ତି ରହିଥିଲା, ସ୍ଥାୟୀ ସୀମା ପରିଚାଳନା ଥିଲା। ୧୯୭୫ ପରଠାରୁ ସୀମାରେ କୌଣସି ସାମରିକ କ୍ଷୟକ୍ଷତି ହୋଇ ନ ଥିଲା। ଏହି ପରିସ୍ଥିତିରେ ପରିବର୍ତ୍ତନ ଘଟିଛି କାରଣ ଆମର ଚାଇନା ସହିତ ଏକ ଚୁକ୍ତିନାମା ଥିଲା ଯେ ସୀମାରେ ସାମରିକ ବାହିନୀ ନିୟୋଜିତ ହେବ ନାହିଁ। କିନ୍ତୁ ଚାଇନା ଏହି ଚୁକ୍ତିନାମାକୁ ଉଲ୍ଲଂଘନ କରିଛି। ତେଣୁ ସୀମାରେ ପରିସ୍ଥିତି ସମ୍ପର୍କର ସ୍ଥିତି ସ୍ଥିର କରିବ। ଏହା ସ୍ବାଭାବିକ। ଏହା ସ୍ପଷ୍ଟ ଯେ ଚୀନ ସହିତ ସମ୍ପର୍କ ଏହି ସମୟରେ ଏକ କଠିନ ପର୍ଯ୍ୟାୟରେ ଅଛ।
ସୂଚନାଯୋଗ୍ୟ, ପା୍ୟାଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ସୈନ୍ୟବାହିନୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଜୁନ ୧୫, ୨୦୨୦ରେ, ଗଲୱାନ ଉପତ୍ୟକାରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହା ପରେ ଉଭୟ ଦେଶ ସୀମାରେ ସାମରିକ ବାହିନୀ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜନ ବୃଦ୍ଧି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ଯୁଦ୍ଧବିରତିକୁ ନେଇ ଖାମେନେଇଙ୍କ ବଡ଼ ବୟାନ, କହିଲେ ଟ୍ରମ୍ପ…

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଉଭୟ ଦେଶ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି । ଏହି ସମୟରେ,…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri