ଟୁଇଟରରେ ଭାରତ, ଚାଇନା ଏଜେଣ୍ଟ

ଓ୍ବାଶିଂଟନ୍‌, ୧୫ା୯: ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରର ପୂର୍ବତନ ସୁରକ୍ଷା ମୁଖ୍ୟ ତଥା ହ୍ବିସିଲ୍‌ବ୍ଲୋଓର ପିଟର ମଜ୍‌ ଜାଟ୍‌କୋ ଆମେରିକା ସିନେଟ୍‌ର ନ୍ୟାୟିକ କମିଟି ଆଗରେ ଚକିତ କଲାଭଳି ତଥ୍ୟ ରଖିଛନ୍ତି। ଭାରତ ଓ ଚାଇନାର ଏଜେଣ୍ଟ ଟୁଇଟରରେ ବେତନଭୋଗୀ କର୍ମଚାରୀ ଭାବେ କାମ କରିଛନ୍ତି। ଟୁଇଟର ଜାଣିଶୁଣି କମ୍ପାନୀର ଷ୍ଟାଫ୍‌ମାନଙ୍କ ସହ ଭାରତୀୟ ଏଜେଣ୍ଟଙ୍କୁ ଲିଙ୍କ୍‌ରେ ରଖିବା ପାଇଁ ଅନୁମତି ଦେଇଛି। ଫଳରେ ଏହି ଏଜେଣ୍ଟମାନେ ସହଜରେ ସମ୍ପୃକ୍ତ ଦେଶକୁ ୟୁଜର୍ସଙ୍କ ସମ୍ବେଦନଶୀଳ ତଥ୍ୟ ଯୋଗାଉଥିଲେ ବୋଲି ଜାଟ୍‌କୋ ପ୍ରଘଟ କରିଛନ୍ତି। ଟୁଇଟର ସାଇବର ସୁରକ୍ଷା ଦୁର୍ବଳ ଏବଂ ଏହାର ୟୁଜର୍ସଙ୍କ ଗୋପନୀୟତା ବିପଦରେ ଥିବା ସେ ପ୍ରକାଶ କରିଛନ୍ତି।
ବିରୋଧରେ ଜାଟ୍‌କୋ ଆଣିଥିବା ଅନେକ ଅଭିଯୋଗର ସାକ୍ଷ୍ୟ ପ୍ରମାଣ ଦେବାକୁ ସେ ସିନେଟ କମିଟି ସମ୍ମୁଖରେ ହାଜର ହୋଇଥିଲେ।

ସିନେଟ୍‌ର ସଦସ୍ୟ ଥିବା ଆମେରିକା ଏମ୍‌ପିଙ୍କ ସମ୍ମୁଖରେ ଜାଟ୍‌କୋ କହିଛନ୍ତି, ଚାଇନା ଗୋଇନ୍ଦା ଏଜେଣ୍ଟଙ୍କ ମଧ୍ୟରୁ ଅନୂ୍ୟନ ଜଣେ ଟୁଇଟରରେ କାମ କରିଛନ୍ତି। କମ୍ପାନୀର ନେତୃତ୍ୱ ନେଉଥିବା ଅଧିକାରୀମାନେ କେବଳ ଲୋକଙ୍କୁ ନୁହେଁ ସରକାର, ଆଇନପ୍ରଣେତା, ନିୟାମକ ଏପରିକି ନିଜ ଡାଇରେକ୍ଟର ବୋର୍ଡକୁ ମଧ୍ୟ ବିଭ୍ରାନ୍ତ କରୁଛନ୍ତି। ଦୁର୍ବଳ ସାଇବର ସୁରକ୍ଷା ଯୋଗୁ ଅନେକେ ନିର୍ଯାତନାର ଶିକାର ହୋଇଛନ୍ତି କିମ୍ବା ହେବା ଆଶଙ୍କା ରହିଛି। ସେମାନଙ୍କ ପ୍ରିଭେସି(ଅନ୍ତରଙ୍ଗ ତଥ୍ୟ) ପ୍ରତି ବିପଦ ରହିଛି। ଟୁଇଟର ନେତୃତ୍ୱ ଏହାର ଇଞ୍ଜିନିୟରଙ୍କୁ ଅବହେଳା କରିଆସିଛନ୍ତି। ସେମାନେ ସୁରକ୍ଷା ଅପେକ୍ଷା କମ୍ପାନୀର ଲାଭକୁ ପ୍ରାଧାନ୍ୟ ଦିଅନ୍ତି। ଟୁଇଟରରେ କେଉଁମାନଙ୍କ ଡାଟା ରହିଛି, ତାହା କେଉଁଠାରୁ ଆସିଛି, କୁଆଡ଼େ ଯାଉଛି ସେ ବାବଦରେ ମଧ୍ୟ ଏହି ନେତୃତ୍ୱ ଟିମ୍‌ ନିକଟରେ କିଛି ଖବର ନାହିଁ। ସିକ୍ୟୁରିଟି ଲକ୍‌ ନ ରହିଲେ ବି ସେମାନଙ୍କୁ ଫରକ୍‌ ପଡ଼େନାହିଁ ବୋଲି ଜାଟ୍‌କୋ କହିଛନ୍ତି।
ଟୁଇଟର ଏକ ବିବୃତିରେ ଏ ନେଇ ସ୍ପଷ୍ଟୀକରଣ ରଖିଛି। ଏହାର ନିଯୁକ୍ତି ପ୍ରକ୍ରିୟା ସ୍ବାଧୀନ ଏବଂ ଏହା ଉପରେ ବିଦେଶୀ ପ୍ରଭାବ ନ ଥାଏ। ଡାଟା ସୁରକ୍ଷା ପାଇଁ କମ୍ପାନୀ ଅନେକ ପଦକ୍ଷେପ ନେଇଛି। ଏଥିରେ ବ୍ୟାକଗ୍ରାଉଣ୍ଡ ଚେକ୍‌, ଆକ୍ସେସ୍‌ କଣ୍ଟ୍ରୋଲ୍‌, ଗୁପ୍ତଚରଗିରି ଉପରେ ନଜର ରଖାଯିବା ସହ ଗ୍ରାହକଙ୍କ ଗୋପନୀୟତା ଓ ନିରାପତ୍ତାର ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି ବୋଲି କମ୍ପାନୀ କହିଛି। ଟୁଇଟର କିଣିବା ପାଇଁ ୪୪ ବିଲିୟନ ଡଲାରର ଡିଲ୍‌ କରିଥିବା ଟେସ୍‌ଲା ମାଲିକ ଏଲନ୍‌ ମସ୍କଙ୍କ କହିବା ଅନୁସାରେ, ଏହି ସୋସିଆଲ ମିଡିଆର ବାସ୍ତବ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା କମ୍ପାନୀ ଦେଖାଉଥିବା ସଂଖ୍ୟାଠାରୁ ଢେର୍‌ କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri