Posted inଜାତୀୟ

ପିଓକେରେ ଆକ୍ରମଣ କଲା ଭାରତ

ନୂଆଦିଲ୍ଲୀ,୧୯।୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଭାରତକୁ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଆର୍ଟିଲିଏରି ଓ ଟ୍ୟାଙ୍କ୍‌ ନିରୋଧୀ କ୍ଷେପଣାସ୍ତ୍ର ପ୍ରୟୋଗ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ସୀମାପାର ଷ୍ଟ୍ରାଇକ୍‌ରେ ପିଓକେସ୍ଥିତ ଆତଙ୍କବାଦୀଙ୍କ କେତେକ ଲଞ୍ଚ୍‌ପ୍ୟାଡ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କୁହାଯାଉଛି।
ଶୀତଋତୁରେ ବରଫ ଜମାଟ ବାନ୍ଧିଲେ ଏଲ୍‌ଓସି ଦେଇ ଅଧିକରୁ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାକିସ୍ତାନୀ ସେନାର ପୁରୁଣା ଅଭ୍ୟାସ। ଏହି କ୍ରମରେ ପ୍ରତିପକ୍ଷ ସେନା ଭାରତୀୟ ସେନାର କେତେକ ଶିବିରକୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ ପଥ ସୁଗମ କରିବାରେ ଲାଗିଛି। ଚଳିତ ବର୍ଷ ପାକିସ୍ତାନୀ ସେନାର ସୀମାପାର ଗୁଳିରେ ୨୧ ନୀରିହ ନାଗରିକଙ୍କ ଜୀବନ ଯାଇଛି। ୨୦୧୯ରେ ଏହି ସଂଖ୍ୟା ୧୮ ଥିଲା। ଗତ ଶୁକ୍ରବାରର ଅସ୍ତ୍ରବିରତି ଉଲ୍ଲଂଘନରେ ୫ ସୁରକ୍ଷା କର୍ମୀ ଶହୀଦ ହୋଇଥିବାବେଳେ ୪ ନାଗରିକ ନିହତ ହୋଇଥିଲେ। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ପାକିସ୍ତାନୀ ସୈନ୍ୟ ନିହତ ଓ ୧୨ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri