ଚାଇନାର କ୍ଷତି କରିପାରିବ ନାହିଁ ଭାରତ

ବେଜିଂ,୨୮/୮:ଭାରତୀୟ ଅର୍ଥନୀତି ବହୁଳ ଭାବେ ଚାଇନା ଉପରେ ନିର୍ଭରଶୀଳ। ତେଣୁ ସୀମାରେ ଯେତେ ଉତ୍ତେଜନା ସୃଷ୍ଟି ହେଲେ ମଧ୍ୟ ଭାରତୀୟ ସେନା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର କ୍ଷତି କରିପାରିବ ନାହିଁ ବୋଲି ଏକ ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି। ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଓ ଚାଇନା ଇନ୍‌ଷ୍ଟିଚ୍ୟୁଟ୍ସ ଅଫ୍‌ କଣ୍ଟେମ୍ପୋରାରି ଇଣ୍ଟରନ୍ୟାଶନାଲ ରିଲେଶନ୍ସ (ସିଆଇସିଆଇଆର୍‌) ପକ୍ଷରୁ ମିଳିତ ଭାବେ ଏହି ସର୍ଭେ କରାଯାଇଥିଲା। ଅଗଷ୍ଟ ୧୭ରୁ ୨୦ ତାରିଖ ମଧ୍ୟରେ କରାଯାଇଥିବା ସର୍ଭେରେ ବେଜିଂ, ଉହାନ ଓ ସାଂଘାଇ ସମେତ ୧୦ ବଡ଼ ସହରରେ ଭାରତ-ଚାଇନା ସମ୍ପର୍କକୁ ନେଇ ୧,୯୬୦ଙ୍କୁ ପ୍ରଶ୍ନ କରାଯାଇଥିଲା। ସର୍ଭେରେ ଭାରତର ଭାବମୂର୍ତ୍ତି, ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଉତ୍ତେଜନା, ଭାରତରେ ଚାଇନା ସାମଗ୍ରୀ ବର୍ଜନ, ଦ୍ୱିପାକ୍ଷିକ ସମ୍ପର୍କ ଓ ଆମେରିକାର ହସ୍ତକ୍ଷେପ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମିଳିଥିଲା।
ସର୍ଭେରେ ସାମିଲ ଉତ୍ତରଦାତାଙ୍କ ମଧ୍ୟରୁ ୫୭% କହିଛନ୍ତି ଯେ, ଭାରତୀୟ ସେନା ଚାଇନା ପ୍ରତିପକ୍ଷ ପାଇଁ ବିପଦ ନୁହେଁ। ୪୯.୬ ପ୍ରତିଶତଙ୍କ ମତରେ ଭାରତୀୟ ଅର୍ଥନୀତି ଚାଇନା ଉପରେ ଅଧିକ ନିର୍ଭରଶୀଳ। ଏହି ପରିପ୍ରେକ୍ଷୀରେ ବିସ୍ତୃତ ଜାତୀୟ ଶକ୍ତି କ୍ଷେତ୍ରରେ ଭାରତ ଚାଇନାକୁ ଟପିପାରିବ କି ବୋଲି ପ୍ରଶ୍ନ କରାଯାଇଥିଲା। ୫୪% ଉତ୍ତରଦାତା କହିଥିଲେ, ଏହା କେବେହେଲେ ସମ୍ଭବ ନୁହେଁ। ୧୦.୪ ପ୍ରତିଶତଙ୍କ ମତରେ ଚାଇନାକୁ ଅତିକ୍ରମ କରିବା ପାଇଁ ଭାରତକୁ ୧୦୦ ବର୍ଷ ଲାଗିପାରେ। ଶିଙ୍ଗହୁଆ ୟୁନିଭର୍ସିଟିର ଇଣ୍ଡିଆନ୍‌ ଷ୍ଟଡିଜ ସହକାରୀ ପ୍ରାଧ୍ୟାପକ ଶିଏ ଚାଓ କହିଛନ୍ତି, ୧୯୪୭ରେ ବ୍ରିଟିଶ୍‌ ଉପନିବେଶରୁ ଭାରତ ସ୍ବାଧୀନ ହୋଇଥିବାବେଳେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ୧୯୪୯ରେ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭିତ୍ତିଭୂମି ଓ ଅର୍ଥନୀତି ଦୃଷ୍ଟିରୁ ଚାଇନା ଅପେକ୍ଷା ଭାରତ ଅଧିକ ଉନ୍ନତ ଥିଲା। କିନ୍ତୁ ବର୍ତ୍ତମାନ ଭିତ୍ତିଭୂମି, ସହରୀକରଣ, ଆଧୁନିକୀକରଣ, ଶିକ୍ଷା, ଲୋକଙ୍କ ଜୀବିକା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସାମରିକ ଓ ଅର୍ଥନୀତି କ୍ଷେତ୍ରରେ ଭାରତ ତୁଳନାରେ ଚାଇନା ବହୁ ଆଗରେ ରହିଛି। ତେଣୁ ଅଧିକାଂଶ ଚାଇନା ନାଗରିକ ଭାରତକୁ ଦେଖିଲେ ନିଜକୁ ଉତ୍କର୍ଷ ଓ ଦୃଢ଼ ଆମତ୍ବିଶ୍ୱାସୀ ବିବେଚନା କରିଥାଆନ୍ତି। ଚାଇନାର ସାମରିକ
ବିଶେଷଜ୍ଞ ତଥା ଟିଭି କମେଣ୍ଟ୍ରେଟର ସୋଙ୍ଗ୍‌ ଝୋଙ୍ଗ୍‌ପିଙ୍ଗ କହିଛନ୍ତି, ଭାରତୀୟ ସେନାଠାରୁ ପିଏଲ୍‌ଏ ଅଧିକ ଶକ୍ତିଶାଳୀ। ଭାରତୀୟ ସେନାର କେତେକ ଭୁଲ୍‌ ଯୋଗୁ ବାରମ୍ବାର ସେମାନଙ୍କ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ବୁଡ଼ାଜାହାଜରେ ବିସ୍ଫୋରଣ ଘଟୁଛି। ସେହିପରି ଭାରତୀୟ ପ୍ରତିରକ୍ଷା ଶିଳ୍ପରେ ଦୁର୍ନୀତି ଚାଲିଛି। ଏହିସବୁ କାରଣକୁ ନେଇ ଚାଇନାବାସୀ ବିଶେଷକରି ସାମରିକ ତଥ୍ୟ ଉପରେ ଆଗ୍ରହ ରଖୁଥିବା ଲୋକେ ଭାରତୀୟ ସେନାକୁ ‘କେବଳ ଏକ ଉପହାସ’ ବୋଲି ବିବେଚନା କରନ୍ତି। କିନ୍ତୁ ଭାରତୀୟ ସେନାକୁ ନେଇ ଏହି ଧାରଣା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ପାକିସ୍ତାନ ସହ ସାମରିକ ସଂଘର୍ଷ ଲାଗିରହିଥିବାରୁ ଭାରତୀୟ ଯବାନଙ୍କଠାରେ ଅଧିକ ଯୁଦ୍ଧ ଅନୁଭୂତି ରହିଛି। ତେଣୁ ଭବିଷ୍ୟତରେ ଭାରତ ସହ ଆମେ ଯୁଦ୍ଧ କଲେ ଆମ ପ୍ରତିଦ୍ୱନ୍ଦ୍ୱୀକୁ ଉପହାସ କରିବା ପରିବର୍ତ୍ତେ ସମ୍ମାନ ଦେଇ ସେମାନଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ। କାରଣ ଥଟ୍ଟା ଆମ ସେନାକୁ ଯୁଦ୍ଧରେ ବିଜୟୀ କରିପାରିବ ନାହିଁ।
ଏଥିଯୋଗୁ ଚାଇନା ସରକାର ଭାରତର ଉତ୍ତେଜନାମୂଳକ ପଦକ୍ଷେପ ବିରୋଧରେ କଡ଼ା ପଦକ୍ଷେପ ନେବା ଉଚିତ ବୋଳି ୭୦.୫% ଚାଇନା ନାଗରିକ କହିଛନ୍ତି। ଭାରତ ପଟୁ ସୀମା ବିବାଦ ଆରମ୍ଭ କରାଗଲେ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସର୍ଭେରେ ସାମିଲ ହୋଇଥିବା ୮୯% ଉତ୍ତରଦାତା ମତ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦.୪% ଆମତ୍ରକ୍ଷା ଓ ଜବାବୀ ଆକ୍ରମଣ ପାଇଁ ଦୃଢ଼ ସମର୍ଥନ କରିଥିବାବେଳେ ୩୮% ଆଂଶିକ ଭାବେ ସମର୍ଥନ କରିଛନ୍ତି। ଭାରତ ଓ ଚାଇନା ଆଗରେ ସୀମା ବିବାଦକୁ ମୁଖ୍ୟ ପ୍ରତିବନ୍ଧକ ବୋଲି ୩୦% ଲୋକ କହିଛନ୍ତି। ସେମାନଙ୍କ ମଧ୍ୟରୁ ୨୪% ଆମେରିକାର ହସ୍ତକ୍ଷେପକୁ ପ୍ରତିବନ୍ଧକ ବୋଲି ଦାୟୀ କରିଥିବାବେଳେ ୧୦.୭% ଦୁଇଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ନାପସନ୍ଦ କରିଛନ୍ତି। ସେହିପରି ଚାଇନାକୁ ମୁକାବିଲା କରିବା ପାଇଁ ଭାରତ ଆମେରିକାକୁ ଅନୁସରଣ କରୁଥିବା ୬୬.୪% ଉତ୍ତରଦାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri