Posted inଜାତୀୟ

ଭାରତ-କାନାଡା ତିକ୍ତତା ବଢ଼ିଲା

ନୂଆଦିଲ୍ଲୀ,୨୦ା୯(ପି.ଟି.): ପଞ୍ଜାବରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଖଲିସ୍ତାନୀମାନେ ଦାବିକରି ଆସୁଛନ୍ତି। ସେମାନଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସୁକାଉଛି। ଭାରତ ପରେ ସର୍ବାଧିକ ପଞ୍ଜାବୀ ବସବାସ କରୁଥିବା ଦେଶ ହେଉଛି କାନାଡା। ସେଠାରେ ଖଲିସ୍ଥାନୀମାନେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅନେକ ଦୃଷ୍ଟାନ୍ତ ରହିଛି, ଯାହାକୁ ଭାରତ ବିରୋଧ କରିଆସୁଛି। ସେପ୍ଟେମ୍ବର ୯, ୧୦ରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ପ୍ରତିପକ୍ଷ ଜଷ୍ଟିନ୍‌ ଟ୍ରୁଡୋଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ। ଟ୍ରୁଡୋ କାନାଡା ଫେରିବାର ସପ୍ତାହେ ପରେ ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଛି। ଖଲିସ୍ତାନୀ ନେତା ହରଦୀପ୍‌ ସିଂ ନିଜାର ହତ୍ୟା ଘଟଣାରେ ଭାରତର ସମ୍ଭାବ୍ୟ ସମ୍ପୃକ୍ତି ଥିବା ଅଭିଯୋଗକରି କାନାଡା ସରକାର ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ମଙ୍ଗଳବାର ବହିଷ୍କାର କରିଛି। ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ କହିଛି। ଖଲିସ୍ତାନୀ ନେତାଙ୍କ ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଅଭିଯୋଗକୁ ନୂଆଦିଲ୍ଲୀ ଭିତ୍ତିହୀନ କହି ଖଣ୍ଡନ କରିଛି। ଟ୍ରୁଡୋ ପାର୍ଲାମେଣ୍ଟରେ ଉପରୋକ୍ତ ମନ୍ତବ୍ୟ ଦେବା ପରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ଅଫିସର ପବନ କୁମାର ରାୟଙ୍କୁ ବହିଷ୍କାର କରାଯାଇଥିବା ତାଙ୍କ ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜେଲି ଘୋଷଣା କରିଥିଲେ। ଏହାର କିଛି ଘଣ୍ଟା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଥିବା କାନାଡା ଉଚ୍ଚାୟୁକ୍ତ କାମେରନ ମାକେଙ୍କୁ ସମନ କରି ଜଣେ ବରିଷ୍ଠ କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର କରାଗଲା ବୋଲି ଜଣାଇଦେଇଛି। ବହିଷ୍କୃତ ଅଫିସରଙ୍କ ନାଁ ମନ୍ତ୍ରଣାଳୟ ସ୍ପଷ୍ଟ କରି ନ ଥିବାବେଳେ ନୂଆଦିଲ୍ଲୀରେ ଥିବା କାନାଡା ଗୋଇନ୍ଦା ସଂସ୍ଥାର ଷ୍ଟେଶନ ମୁଖ୍ୟ ଓଲିଭିଏର ସିଲ୍‌ଭେସ୍ତେରେଙ୍କୁ ବହିଷ୍କାର କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ଭାରତର ଆଭ୍ୟନ୍ତରୀଣ ମାମଲାରେ କାନାଡା କୂଟନୀତିଜ୍ଞ ମୁଣ୍ଡ ପୂରାଇବା ସହ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ନୂଆଦିଲ୍ଲୀର ଚିନ୍ତା ବଢ଼ୁଥିବା ଏଥିରୁ ପ୍ରତିଫଳିତ ହୋଇଛି। ଫଳରେ ଦୁଇଦେଶର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଟ୍ରୁଡୋ ଏବଂ ଜେଲିଙ୍କ ମନ୍ତବ୍ୟ ଉପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ଭିତ୍ତିହୀନ ଅଭିଯୋଗ ଆଣି କାନାଡାରେ ଆଶ୍ରୟ ନେଇ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉଗ୍ରପନ୍ଥୀଙ୍କ ଉପରୁ ଧ୍ୟାନ ହଟାଇବାକୁ ସେମାନେ ଉଦ୍ୟମ କରୁଥିବା ନୂଆଦିଲ୍ଲୀ କହିଛି। ଏଠାରେ ଉଲ୍ଲେଖଯୋଗ୍ୟ, କାନାଡା ନାଗରିକ ନିଜାରଙ୍କୁ ଜୁନ୍‌ ୧୮ରେ ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରା ବାହାରେ ଦୁଇଜଣ ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଥିଲେ। କାନାଡାରେ କୌଣସି ପ୍ରକାର ହିଂସାରେ ଭାରତ ସରକାରଙ୍କ ସମ୍ପୃକ୍ତି ଅଭିଯୋଗ ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ଓ ଅନୁପ୍ରେରିତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।
ସୂଚନାଯୋଗ୍ୟ, ଜି୨୦ ସମ୍ମିଳନୀରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିସ୍‌ ଟ୍ରୁଡୋଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟ ବଢ଼ିବା ସହ ଭାରତୀୟ କୂଟନୈତିକ ମିଶନ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରୁଥିବା ପ୍ରସଙ୍ଗ ଉଠାଇ ଏହାର ନିନ୍ଦା କରିଥିଲେ। ଟ୍ରୁଡୋ ଫେରିବା ପରେ ଅକ୍ଟୋବରରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଆଲୋଚନାକୁ ସ୍ଥଗିତ ରଖିଥିଲେ। ଚଳିତ ବର୍ଷ ପ୍ରାରମ୍ଭିକ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବରୁ ଦୁଇ ଦେଶ କହିଥିଲେ। ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟକୁ ନେଇ ହେବାକୁ ଥିବା ବୁଝାମଣାକୁ ରୋକିଦିଆଯାଇଥିବାରୁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଖରାପ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri