ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ ରେଳ ସଂଯୋଗ ସ୍ଥାପନ ନିମନ୍ତେ ଏମ୍‌ଓୟୁ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବାବେଳେ ଥିମ୍ଫୁରେ ସେ ଓ ତାଙ୍କ ଭୁଟାନ ପ୍ରତିପକ୍ଷ ଶେରିଙ୍ଗ୍‌ ଟୋବ୍‌ଗେଙ୍କ ଉପସ୍ଥିତିରେ ଏମ୍‌ଓୟୁ ବିନିମୟ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ପୁନଃନବୀକରଣଯୋଗ୍ୟ ଶକ୍ତି, କୃଷି, ଯୁବ ବିନିମୟ, ପରିବେଶ, ଜଙ୍ଗଲ ଓ ପର୍ଯ୍ୟଟନ ଆଦି ବିଭିନ୍ନ ସେକ୍ଟରରେ ସହଯୋଗ ବଢ଼ାଇବା ଆବଶ୍ୟକ ବୋଲି ଉଭୟ ନେତା ଅନୁଭବ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁକ୍ରବାର ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍‌ ଦି ଡ୍ରୁକ୍‌ ଗ୍ୟାଲ୍‌ପୋ’ରେ ସମ୍ମାନିତ କରାଯାଇଛି। ଏଭଳି ସମ୍ମାନ ପାଇବାରେ ମୋଦି ପ୍ରଥମ ବିଦେଶୀ ପ୍ରଧାନମନ୍ତ୍ରୀ। ଭାରତ-ଭୁଟାନ ସମ୍ପର୍କ ବଢ଼ାଇବାରେ ମୋଦିଙ୍କ ଉଲ୍ଲେଖନୀୟ ଅବଦାନ ଏବଂ ଭୁଟାନ ଓ ଏହାର ଜନସାଧାରଣଙ୍କୁ ଉଲ୍ଲେଖନୀୟ ସେବାର ସ୍ବୀକୃତି ସ୍ବରୂପ ତାଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନକୁ ସେ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରିଥିବା ମୋଦି ଏକ୍ସ’ରେ ପୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ  ପଦ ପୂରଣ ହେବ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା):  ରାଜ୍ୟରୁ କିପରି ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଏବଂ ରାଜ୍ୟବାସୀ ସୁଶାସନ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପୁଣି ଥରେ...

ଖୁବ୍‌ଶୀଘ୍ର ପୂରଣ ହେବ ୧୪୧୪ ଆର୍‌ଆଇ, ଏଆର୍‌ଆଇ, ଅମିନ ପଦ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା): ରାଜ୍ୟ ସରକାର ଖାଲିଥିବା ପଦ ପୂରଣକୁ ଗୁରୁତ୍ଵ ଦେଉଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ବର୍ଗର ୧୪୧୪ ପଦ ପୂରଣ ଲାଗି ଓଡ଼ିଶା...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍‌ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ

ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ଗୋଲ୍ଡ କାର୍ଡ ଲଞ୍ଚ୍‌କଲେ ଟ୍ରମ୍ପ୍‌: ଜାଣନ୍ତୁ…

ଓ୍ବାଶିଂଟନ୍‌,୧୧ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୧ ନିୟୁତ ଡଲାର ମୂଲ୍ୟର ‘ଟ୍ରମ୍ପ୍‌ ଗୋଲ୍ଡ କାର୍ଡ’ ଲଞ୍ଚ୍‌ କରିଛନ୍ତି। ଏହି ଭିଜା କାର୍ଯ୍ୟକ୍ରମ ଆପ୍ରବାସୀଙ୍କୁ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri