Posted inଖେଳ

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା ଅଣ୍ଡର-୧୯ ଏସିଆ କପ୍‌ ୨୦୨୫ରେ ଭାରତୀୟ ଦଳ ଫାଇନାଲ୍‌ରେ ସ୍ଥାନ ପାଇଛି। ଆୟୁଷ ମାହାତ୍ରେଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ସେମିଫାଇନାଲରେ ଶ୍ରୀଲଙ୍କାକୁ ୮ ଉଇକେଟ୍‌ରେ ହରାଇ ଟାଇଟଲ୍‌ ମୁକାବିଲାରେ ପ୍ରବେଶ କରିଛି ଏବଂ ଫାଇନାଲ୍‌ରେ ଭାରତର ସାମ୍ନା ପାକିସ୍ତାନ ସହିତ ହେବ। ଅପରପକ୍ଷେ ପାକିସ୍ତାନ ଅନ୍ୟ ଏକ ସେମିଫାଇନାଲ୍‌ରେ ବାଂଲାଦେଶକୁ ହରାଇ ଫାଇନାଲରେ ସ୍ଥାନ ପାଇଛି।
ବର୍ଷା କାରଣରୁ ଉଭୟ ସେମିଫାଇନାଲ ସମୟରେ ଆରମ୍ଭ ହୋଇପାରି ନ ଥିଲା। ଏହାଫଳରେ ୫୦-୫୦ ଓଭରର ମ୍ୟାଚ୍‌କୁ ସଂକ୍ଷିପ୍ତ କରାଯାଇଥିଲା। ଭାରତ ଓ ଶ୍ରୀଲଙ୍କାର ମୁକାବିଲା ଟି୨୦ ଫର୍ମାଟ୍‌ରେ ପରିଣତ ହୋଇଥିଲା, ଯେଉଁଥିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୩୮ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଭିମତ ଦିନସରା ୩୨ ରନ ଏବଂ ଚାମିକା ହୀନାତିଗାଲା ୪୨ ରନ କରିଥିଲେ। ଅନ୍ୟପକ୍ଷରେ, ଲୋୟର୍‌ ଅର୍ଡରରେ ସେତମିକା ସେନାଭିରତ୍ନେ ଦ୍ରୁତଗତିରେ ୩୦ ରନ କରି ଦଳକୁ ୧୩୮ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଭାରତ ପାଇଁ ସ୍ପିନର କନିଷ୍କ ଚୌହାନ ଏବଂ ପେସର ହେନିଲ ପଟେଲ ୨-୨ ଉଇକେଟ ନେଇଥିଲେ।
କିନ୍ତୁ ଟିମ ଇଣ୍ଡିଆର ଜବାବୀ ଇନିଂସର ଆରମ୍ଭ ଭଲ ନ ଥିଲା ଏବଂ ଚତୁର୍ଥ ଓଭରରେ କେବଳ ୨୫ ରନ୍‌ରେ ଅଧିନାୟକ ଆୟୁଷ ମ୍ହାତ୍ରେ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ୟାଭିଲିଅନ ଫେରିଥିଲେ। ଏହି ସମୟରେ ଶ୍ରୀଲଙ୍କା ପାଖରେ ଫେରିବାର ସୁଯୋଗ ଥିଲା କିନ୍ତୁ ଏଠାରୁ ବିହାନ ମଲ୍ହୋତ୍ରା ଏବଂ ଆରନ ଜର୍ଜ କ୍ରଜ୍‌ରେ ଜମି ଯାଇଥିଲେ। ଉଭୟେ ମିଶି ୧୧୪ ରନ୍‌ର ଅଜେୟ ଭାଗୀଦାରୀ କରି ଦଳକୁ ୧୮ ଓଭରରେ ଲକ୍ଷ୍ୟ ପାଖରେ ପହଞ୍ଚାଇ ଫାଇନାଲ୍‌ ଟିକଟ ଦେଇଥିଲେ।

ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ରବିବାର ୨୧ ଡିସେମ୍ବରରେ ଏହି ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ। ଭାରତୀୟ ଦଳ ରେକର୍ଡ ଅଷ୍ଟମ ଥର ପାଇଁ ଏହି ଏସିଆ କପ୍‌ର ଫାଇନାଲ ଖେଳିବ। ଅନ୍ୟପକ୍ଷରେ, ପାକିସ୍ତାନକୁ ଚତୁର୍ଥ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିିଛି। ଭାରତୀୟ ଦଳ ଟାଇଟଲର ଦାବିଦାର ଭାବେ ଏହି ଫାଇନାଲ୍‌ରେ ଓହ୍ଲାଇବ । କାରଣ ଟୁର୍ନାମେଣ୍ଟରେ ସେ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ମଧ୍ୟ ହାରିନାହିଁ। ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନର ଗ୍ରୁପ ଷ୍ଟେଜ୍‌ରେ ହୋଇଥିବା ଟକ୍କରରେ ମଧ୍ୟ ଟିମ ଇଣ୍ଡିଆ ହିଁ ବାଜି ମାରିଥିଲା। ଏହି ରୋମାଞ୍ଚକର ଫାଇନାଲରେ କିଏ ଏସିଆର ଯୁବ ଚାମ୍ପିଅନ ହେବ, ତାହା ଦେଖିବା ଆକର୍ଷଣୀୟ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri