Posted inଖେଳ

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୦୧ ରନ୍‌ର ଟାର୍ଗେଟକୁ ଭାରତ ୪୯ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆସନ୍ତା ୧୪ ତାରିଖରେ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ ଜରିଆରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୮ ହଜାର ରନ ପୂରଣ କରିବା ସହ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଏ କ୍ଷେତ୍ରରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା(୨୮,୦୧୬)ଙ୍କୁ ଅତିକ୍ରମ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକର (୩୪,୩୫୭)ଙ୍କ ନାମରେ ରହିଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୦୦ ରନ କରିଥିଲା। ଜବାବରେ ଭାରତକୁ ରୋହିତ ଶର୍ମା ଓ ଅଧିନାୟକ ଶୁବମନ ଗିଲ ପ୍ରଥମ ଉଇକେଟରେ ୩୯ ରନ କରିଥିଲେ। ଆଟାକିଂ ବ୍ୟାଟିଂ କରୁଥିବା ରୋହିତ (୨୬ ରନ, ୩ ଚୌକା ଓ ୨ ଛକା) ମିସ୍‌ ଟାଇମିଂ କାରଣରୁ ଲଙ୍ଗ ଅପ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ଅଧିନାୟକ ଗିଲ ଓ କୋହଲି ଦ୍ୱିତୀୟ ଉଇକେଟରେ ୧୧୮ ରନ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଗିଲ (୫୬ ରନ୍‌, ୩ ଚୌକା ଓ ୨ ଛକା) ଭାରତୀୟ ବଂଶୋଦ୍ଭବ ଖେଳାଳି ଆଦିତ୍ୟ ଅଶୋକଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଏହାପରେ କୋହଲି ଓ ଶ୍ରେୟସ ଆୟାର ଚତୁର୍ଥ ଉଇକେଟରେ ୭୭ ରନ ଯୋଡ଼ି ଦଳକୁ ଆଗେଇ ନେଇଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା କୋହଲି ୯୧ ବଲରେ ୯୩ (୮ ଚୌକା ଓ ୧ ଛକା) ରନ କରି କାଇଲ ଜେମିସନଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଉପର କ୍ରମରେ ବ୍ୟାଟିଂ ଆସିଥିବା ହର୍ଶିତ ରାଣା ଆଟାକିଂ ୨୯ (୨ ଚୌକା ଓ ୧ ଛକା) ରନ୍‌ କରିଥିଲେ। ଶେଷ ଆଡ଼କୁ ଲୋକେଶ ରାହୁଲ (୨୯) ଓ ଓ୍ବାଶିଂଟନ ସୁନ୍ଦର (୭) ଦଳ ଆବଶ୍ୟକୀୟ ରନ ସଂଗ୍ରହ କରି ଦଳକୁ ଜିତାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଉପରେ ଆକ୍ରମଣ: ଜଣେ ଏଏସଆଇ ଗୁରୁତର, ୧୨ ଅଟକ

ଲୋଇସିଂହା,୧।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ଥିବାରୁ ତାଙ୍କୁ ମେଡ଼ିକାଲରେ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ: ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବର ମୁଣ୍ଡୁଳି ଗ୍ରାମ ରାସ୍ତାରେ ଗଜପତି ଜିଲା ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ, ଭୀଷ୍ମଗିରି ବନ…

ପାକିସ୍ତାନ ଉପରେ ଗର୍ଜିଲା ତାଲିବାନ, ନୁର ଖାନ ଏୟାରବେସ ଉପରେ କଲା ଆକ୍ରମଣ

ଇସଲାମାବାଦ,୨।୩: ଆଫଗାନିସ୍ତାନରେ କ୍ଷମତାସୀନ ଆଫଗାନ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ପାକିସ୍ତାନର ଅନେକ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ସଫଳତାର ସହ ବିମାନ…

ବାଣ ବିସ୍ଫୋରଣରେ ୨ ଶିଶୁ ଗୁରୁତର: ଅଫୁଟା ବାଣକୁ ଫୁଟାଇବାକୁ ଉଦ୍ୟମ କରୁଥିବାବେଳେ…

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଗୁଣ୍ଡିଆପାଲି ଗ୍ରାମରେ ରାସ୍ତାରେ ପଡିଥିବା ଏକ ଅଫୁଟା ବାଣ ବିସ୍ଫୋରଣରେ ୨ ଜଣ ଶିଶୁ ଗୁରୁତର…

ରାସ୍ତା ମରାମତି ନୋହିଲା: ତାତିଲେ ସିର୍କାବର୍ଗ ପଞ୍ଚାୟତବାସୀ, ସରକାରୀ ବସକୁ ଅଟକାଇ…

ଦାରିଙ୍ଗବାଡି, ୨/୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ସିର୍କାବର୍ଗ ପଞ୍ଚାୟତକୁ ରହିଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ରାସ୍ତା…

ହଜିନି ଶାକରପଟି ଭୋଗ ପରମ୍ପରା: ଜାଣନ୍ତୁ ଏହା କ’ଣ

ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri