Posted inଖେଳ

ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ

ଡବଲିନ୍‌,୧୯।୮: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଆୟର୍ଲାଣ୍ଡ ୨ ରନ୍‌ର ପରାଜୟର ସାମ୍ନା କରିବାକୁ ପଡିଛି। ତେବେ ଜସପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ଟି -୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ ସାମ୍ନାରେ ୧୪୦ ରନ ଲକ୍ଷ୍ୟ ଥିଲା, କିନ୍ତୁ ବର୍ଷା ହେତୁ ଖେଳ ପୂରା ହୋଇପାରିନଥିଲା। ବର୍ଷା ହେତୁ ଖେଳ ବନ୍ଦ ହେବା ବେଳକୁ ଟିମ ଇଣ୍ଡିଆ ୬.୫ ଓଭରରେ ୨ ଉଇକେଟ୍‌ରେ ୪୭ ରନ୍‌ ସଂଗ୍ରହ କରିଥିଲା। ଏହା ପରେ ଖେଳ ଆଉ ଆରମ୍ଭ ହୋଇପାରିଲନାହିଁ। ତେବେ ଡକ୍ୱର୍ଥ-ଲୁଇସ ନିୟମ ଦ୍ୱାରା ଭାରତୀୟ ଦଳ ମ୍ୟାଚ ଜିତିଛି।

ଏହି ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଭାରତୀୟ ଦଳର ଅଧିନାୟକ ଜସପ୍ରୀତ ବୁମ୍‌ରାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଭାବରେ ମନୋନୀତ କରାଯାଇଛି। ଜସପ୍ରୀତ ୪ ଓଭରରେ ୨୪ରନ ଦେଇ ୨ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ରାସ୍ତା ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଇଥିଲେ ଶ୍ୱଶୁର ଘର, ଘରେ କେହି ନ ଥିବା ସୁଯୋଗ ନେଇ ଲୁଟିନେଲେ…

ବୈଶିଙ୍ଗା,୧୨।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକେ ଘରେ କେହି ନ ଥିବା...

ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…

ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା...

ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…

ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ...

ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ

ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ...

ଜବରଦଖଲ ଉଚ୍ଛେଦ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି, ଯାତ୍ରୀ ହାଟହଟା: ତହସିଲଦାର କହିଲେ ୨-୩ ଦିନରେ…

ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ...

ଧାର ଟଙ୍କା ନ ଦେବାରୁ ହତ୍ୟା ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି।...

ପୁରୁଷ ହକି ଇଣ୍ଡିଆ ଲିଗ୍‌: ମାଗଣାରେ ମିଳିବ ଟିକେଟ୍‌

ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ମ୍ୟାଚ୍‌ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ...

ଧାନକିଣାରେ ଅବ୍ୟବସ୍ଥା, ବଢୁଛି ଚାଷୀ ଅସନ୍ତୋଷ

ରୁପ୍ରାରୋଡ,୧୨ା୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବି ବ୍ଲକର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri