Posted inଖେଳ

ଏସିଆ କପ୍‌: ଫାଇନାଲରେ ଭାରତ

ଦୁବାଇ, ୨୪ା୯- ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଭାରତ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ସୁପର-୪ ମ୍ୟାଚରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରିଛି। ଏଥିସହ ଭାରତ ପ୍ରଥମ ଦଳଭାବେ ୪ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ହେବାକୁଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚର ବିଜେତା ଫାଇନାଲରେ ଭାରତକୁ ଭେଟିବ। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ ଶ୍ରୀଲଙ୍କାର ଅଭିଯାନ ଏଥର ସୁପର-୪ରୁ ଶେଷ ହୋଇଛି।

ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୮ ରନ କରିଥିଲା। ୧୬୯ ରନ ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ବାଂଲାଦେଶ ସୈଫ ହୁସେନଙ୍କ ଦୃଢ଼ ବ୍ୟାଟିଂ ସତ୍ତ୍ୱେ ୧୯.୩ ଓଭରରେ ୧୨୭ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ସୈଫ ୫୧ ବଲ୍‌ରୁ ସର୍ବାଧିକ ୬୯ (୩ ଚୌକା, ୫ ଛକା) ଓ ପରଭେଜ ହୁସେନ ଇମନଙ୍କ ୨୧ ରନକୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶ ବ୍ୟାଟର ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ୍‌ ବୁମ୍‌ରା ୨ଟି ଲେଖାଏ ଏବଂ ଅକ୍ଷର ପଟେଲ ଓ ତିଲକ ବର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଏସିଆ କପରେ ଟିମ୍ ଇଣ୍ଡିଆ ଏକ ପ୍ରମୁଖ ଶକ୍ତି ହୋଇଛି। ଏହା ଦ୍ୱାଦଶ ଥର ପାଇଁ ସେମାନେ ଫାଇନାଲରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆ ଆଠ ଥର ଏହି ଟୁର୍ଣ୍ଣାମେଣ୍ଟ ଜିତିଛି। ଭାରତୀୟ ଦଳ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ଏବଂ ୨୦୨୩ରେ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

ମିକ୍ସଚର ମେସିନ୍ ଗାଡ଼ି ଓଲଟିବା ଘଟଣା, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗିରେ ମିକ୍ସଚର ଗାଡ଼ି ଓଲଟିବା ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ…

ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଦେଲା ସାପ, ତାପରେ….

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ) : ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ସାବିତ୍ରୀ…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

କାଲି ବାହାରିବ ଭାଗ୍ୟଫଳ; ଆଜି ଦିଦିଙ୍କ ଆସନରେ ପୁଣି ହଙ୍ଗାମା, ଷ୍ଟ୍ରଙ୍ଗ ରୁମ ପାଖକୁ….

କୋଲକାତା,୩ା୫: ପଶ୍ଚିମବଙ୍ଗରେ ଭୋଟ ଗଣନା ପାଇଁ ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ, ରାଜ୍ୟରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି । ଏଥର ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri