ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ: ଘଣ୍ଟାଏ ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଅଖିଳ ଭାରତୀୟ ଏସସି-ଏସଟି ମିଳିତ ସମନ୍ବୟ ସମିତି ଆହ୍ବାନରେ ସଂରକ୍ଷଣ ବଚାଓ ସଂଘର୍ଷ କମିଟି, ଭୀମ ଆର୍ମି ସମେତ ବିଭିନ୍ନ ଦଳିତ ସଂଗଠନ ବୁଧବାର ୧୨ ଘଣ୍ଟା ଭାରତ ବନ୍ଦ ପାଳନ କରୁଛନ୍ତି। ସମ୍ବଲପୁରରେ ମାତ୍ରାଧିକ ଭାବେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ପ୍ରବଳ ବର୍ଷା ସତ୍ତ୍ବେ ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଫଳରେ ଜନସାଧାରଣ ପରିବହନ, ସ୍କୁଲ, କଲେଜ ସହିତ ସହରରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ, ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଭୀମ ଆର୍ମି ଓ ଅନ୍ୟାନ୍ୟ ସଂଗଠନର ଆନ୍ଦୋଳନକାରୀମାନେ ରେଳରୋକ ଆନ୍ଦୋଳନ କରି ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନକୁ ଦୀର୍ଘ ୧ ଘଣ୍ଟା ଧରି ଅଟକାଇଥିଲେ। ରେଳଲାଇନରୁ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା।
ସେହିପରି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନକାରୀ। ତଫସିଲଭୁକ୍ତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଭାରତ ବନ୍ଦ ଡାକରା ଦିଆଯାଇଛି।
ଓଡ଼ିଶାରେ ମିଳିତ ସମନ୍ବୟ ସମିତି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବାକୁ ଏକଷଡଯନ୍ତ୍ର। ସୁପ୍ରିମକୋର୍ଟ ଏସ୍‌ସିି, ଏସ୍‌ଟିଙ୍କ ସ୍ଥିତିର ଠିକ ଆକଳନ ନ କରି ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ଦେଇଥିବା ରାୟର ପୁନର୍ବିଚାର ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri