Categories: ଖେଳ

ପରାଜୟ ଝଟ୍‌କା ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ପରାଜୟ ବରଣ କରିବା ପରେ ଘରୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ଖେଳାଯିବ। ତେଣୁ ପରାଜୟ ଝଟ୍‌କାକୁ ଭୁଲି ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜକୁ ଫେରିବାକୁ ପ୍ରୟାସ କରିବ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ଖରାପ୍‌ ଶଟ୍‌ ଖେଳି ଆଉଟ ହୋଇଥିବା ଭାରତର ସୁପରଷ୍ଟାର ଖେଳାଳିମାନେ ଏଥର ଉନ୍ନତ ପ୍ରଦର୍ଶନ କରିବେ ବୋଲି କୋହଲି ଆଶା ବ୍ୟକ୍ତ କରିଛନ୍ତି।

Share