Posted inଖେଳ

ଟେଷ୍ଟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କଲା ଭାରତ

ରାଜକୋଟ,୧୮।୨: ଟିମ ଇଣ୍ଡିଆ ତୃତୀୟ ଟେଷ୍ଟରେ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୪୫ ରନ ସଂଗ୍ରହ କରିଥିଲା। ଏହା ପରେ ୪୩୦ ରନ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସ ଘୋଷଣା କରାଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୩୧୯ ରନ ଏବଂ ଦ୍ୱିତୀୟ ଇନିଂସରେ ୧୨୨ ରନ ସ୍କୋର କରିବା ପରେ ଅଲଆଉଟ ହୋଇଥିଲା। ଟିମ ଇଣ୍ଡିଆ ରନ ଦୃଷ୍ଟିରୁ ଟେଷ୍ଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛି। ରନ ଦୃଷ୍ଟିରୁ ଏହା ହେଉଛି ଇଂଲଣ୍ଡର ଦ୍ୱିତୀୟ ବୃହତ୍ତମ ପରାଜୟ। ୟଶାସ୍ବୀ ଜୟସ୍ବାାଲ ଭାରତ ପାଇଁ ଦ୍ୱିଶତକ ହାସଲ କରିଥିଲେ। ସେ ଅପରାଜିତ ୨୧୪ ରନ ସ୍କୋର କରିଥିଲେ। କ୍ୟାପଟେନ ରୋହିତ ଶର୍ମା ପ୍ରଥମ ଇନିଂସରେ ଏକ ଶତକ ହାସଲ କରିଥିଲେ। ସେ ୧୩୧ ରନ ସ୍କୋର କରିଥିଲେ। ରବିନ୍ଦ୍ର ଜାଡେଜା ୧୧୨ରନ ସଂଗ୍ରହ କରିଥିଲେ।

ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜରେ ୨-୧ ରେ ଆଗୁଆ ରହିଛି। ସିରିଜର ଚତୁର୍ଥ ମ୍ୟାଚ ଫେବୃଆରୀ ୨୩ରୁ ରାଞ୍ଚିରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ୟୁପି ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ: କଟିଗଲା ୨.୮୯ କୋଟି ଜଣଙ୍କ ନାମ

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶରେ କଟିଗଲା ୨.୮୯ କୋଟି ଭୋଟରଙ୍କ ନାମ। ନିର୍ବାଚନ କମିଶନରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ପରେ ଏସବୁ...

ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ ଷ୍ଟିଭ୍ ସ୍ମିଥ, ଏବେ ନଜର ଡନ୍ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟରେ...

ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ ଏପରି

ଭୁବନେଶ୍ୱର,୬।୧: ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ଅର୍ଥାତ ଜାନୁଆରୀ ୬ ତାରିଖରେ...

ଲାଞ୍ଚ ନେଉଥିଲେ ଫରେଷ୍ଟର, ମାଡ଼ି ବସିଲା ଭିଜିଲାନ୍ସ: ସ୍କାଏ ଲାଇଟ୍‌ , ଝରକାରୁ ମିଳିଲା ପୁଳାପୁଳା ଟଙ୍କା

ବଲାଙ୍ଗୀର,୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ...

ଭଦ୍ରକରୁ ଵ୍ରହ୍ମପୁର ଦେଇ କବିସୂର୍ଯ୍ୟନଗର ହେଉଥିଲା ବ୍ରାଉନସୁଗର ଚାଲାଣ, ରେଳଷ୍ଟେସନ ମାଡିବସିଲା ପୋଲିସ

ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri