Posted inଖେଳ

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ ଚମତ୍କାର ବିଜୟ ହାସଲ କରିଛି। ଆଉ ଗୋଟିଏ ରାଉଣ୍ଡର ମୁକାବିଲା ବାକି ରହିଥିବା ବେଳେ ଟପ୍‌ ସିଡେଡ୍‌ ଭାରତ ଏ କାଜାଖସ୍ତାନକୁ ୩.୫-୦.୫ ପଏଣ୍ଟରେ ପରାସ୍ତ କରିଛି। କୋନେରୁ ହମ୍ପି ଟପ ବୋର୍ଡରେ ଝାନସାୟା ଅବଦୁମଲିକଙ୍କୁ ପରାସ୍ତ କରିଥିବା ବେଳେ ଭକ୍ତି କୁଲକର୍ଣ୍ଣୀ ଓ ତାନିଆ ସଚଦେବ ଯଥାକ୍ରମେ ଗୁଲିକ୍ଷାନ ନଖବାୟେଭା ଓ ଜେନିୟା ବାଲାବାୟେଭାଙ୍କୁ ହରାଇଥିଲେ। ଆର. ବୈଶାଳୀଙ୍କ ମୁକାବିଲାଟି ଡ୍ରରେ ଶେଷ ହୋଇଥିଲା। ଓପନ ବର୍ଗରେ ରେଡ୍‌ ହଟ୍‌ ଫର୍ମରେ ରହିଥିବା ଇଣ୍ଡିଆ ବି ଉଜବେକିସ୍ତାନ ସହିତ ପଏଣ୍ଟ ବାଣ୍ଟିଛି। କ୍ରମାଗତ ୯ଟି ମ୍ୟାଚ ଧରି ଅପରାଜେୟ ରହିଥିବା ଡି . ଗୁକେଶ ନିଜର ପ୍ରଥମ ପରାଜୟ ହାସଲ କରିଥିଲେ। ଟିନ ଏଜର ଗ୍ରାଣ୍ଡମାଷ୍ଟର ଅଦବୁସାଟୋରଭ୍‌ଙ୍କ ନିକଟରୁ ୭୨ ଚାଲ ବିଶିଷ୍ଟ ଗେମରେ ସେ ପରାଜିତ ହୋଇଥିଲେ। ନିହାଲ ସରିନ୍‌ ଓ ବି ଅଧିବନ୍‌ ଯଥାକ୍ରମେ ନୋଡିର୍ବେକ୍‌ ୟାକୁବୋଏଭ୍‌ ଓ ଜାଖୋଙ୍ଗିର ଭାଖିଦୋଭଙ୍କ ସହିତ ପଏଣ୍ଟ ବାଣ୍ଟିଥିଲେ। ତେବେ ଆର. ପ୍ରଜ୍ଞାନନ୍ଦ ବିଜୟୀ ହେବାରୁ ଭାରତ ୨-୨ରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା।
ଇଣ୍ଡିଆ ସି ଟିମ୍‌ ସ୍ଲୋଭାକିଆ ସହିତ ୨-୨ରେ ମ୍ୟାଚ୍‌ ଡ୍ର ରଖିଥିଲା। ସୂର୍ଯ୍ୟ ଶେଖର ଗାଙ୍ଗୁଲି ଓ କାର୍ତ୍ତିକେୟନ ମୁରଲୀ ଡ୍ର ରଖିଥିବା ବେଳେ ଅଭିମନ୍ୟୁ ପୁରାଣିକ ବିଜୟୀ ହୋଇଥିଲେ। ଓପନ ବର୍ଗରେ ଦ୍ୱିତୀୟ ସିଡର ମାନ୍ୟତା ପାଇଥିବା ଭାରତ ଏ ଆଉ ଏକ ବିଜୟ ସହିତ ପୋଡିୟମ ଫିନିଶର ନିକଟତର ହୋଇଛି। ଇରାନକୁ ୨.୫-୧.୫ରେ ହରାଇଥିବା ଏହି ମୁକାବିଲାରେ ଭିଦିତ ସନ୍ତୋଷ ଗୁଜରାଠୀ ଓ ଏସ ଏଲ୍‌ ନାରାୟଣନ ବିଜୟୀ ହୋଇଥିଲେ। ପି ହରିକ୍ରିଷ୍ଣା ହାରିଥିବା ବେଳେ ଅର୍ଜୁନ ଇରିଗେସୀ ଡ୍ର ରଖିଥିଲେ। ଭାରତ ଏ ୧୬ ପଏଣ୍ଟ ସହିତ ଟେବଲ୍‌ ଟପରେ ରହିଥିବା ବେଳେ ଆମେରିକା ମଧ୍ୟ ସମାନ ୧୬ ପଏଣ୍ଟ ହାସଲ କରିଛି।
ମହିଳା ବର୍ଗରେ ଉଭୟ ଭାରତ ବି ଓ ସି ବିଜୟ ହାସଲ କରିଛନ୍ତି। ପଦ୍ମିନୀ ରାଉତ, ମେରୀ ଆନ୍‌ ଗୋମ୍‌ସ ଓ ଦିବ୍ୟା ଦେଶମୁଖ ବିଜୟୀ ହୋଇଥିବା ବେଳେ ନେଦରଲାଣ୍ଡସକୁ ୩-୧ରେ ପରାସ୍ତ କରିଥିଲା ଭାରତ ବି। ସେହିପରି ପି ଭି ନନ୍ଦିଥା ଓ ପ୍ରତ୍ୟୁଷା ବୋଡାଙ୍କ ବିଜୟ ସହିତ ଭାରତ ସି ସମାନ ୩-୧ ବ୍ୟବଧାନରେ ଉଚ୍ଚ ମାନ୍ୟତାପ୍ରାପ୍ତ ସ୍ବିଡେନକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri