ଆତ୍ମନିର୍ଭରଶୀଳ ମା’

ଆଜିକାଲି ଅନେକ ମହିଳା ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଆସୁଛନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବା ଦରକାର…

ଦିନ ଥିଲା ମହିଳାମାନେ ଘର ଭିତରେ ନିଜକୁ ସୀମାବଦ୍ଧ କରି ରଖୁଥିଲେ। ହେଲେ ଏବେ ସବୁ କିଛି ବଦଳିଯାଇଛି। ଅନେକ ମହିଳା ନିଜକୁ ଆତ୍ମନିର୍ଭରଶୀଳ କରିବାକୁ ଆଗେଇ ଆସୁଛନ୍ତି। ଏପରି ମହିଳା ଅଛନ୍ତି ଯେଉଁମାନେ ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜୁଛନ୍ତି। ଜଣେ ମହିଳା କର୍ମଜୀବୀ ହେବା ପରେ ତାଙ୍କୁ ଗୋଟିଏ ପଟେ ପରିବାର ଅନ୍ୟପଟେ ନିଜ ଚାକିରିକୁ ସମାନ୍ତରାଳ ଭାବରେ ଚଳାଇନେବାକୁ ପଡ଼ିଥାଏ। ଅନେକ ମହିଳା କର୍ମଜୀବୀ ହୋଇ ମଧ୍ୟ ନିଜ ପରିବାରକୁ ବେଶ୍‌ ସୁରୁଖୁରୁରେ ଚଳାଇନେବାରେ ସକ୍ଷମ ହୋଇଛନ୍ତି। ଏଥିରେ ପରିବାର ସଦସ୍ୟଙ୍କ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି। ତେବେ ଜଣେ ଗୃହିଣୀ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦେଇପାରନ୍ତି।
ଜୀବନଶୈଳୀ ପ୍ରତି ଧ୍ୟାନଦିଅନ୍ତୁ: ଦିନକୁ ଦିନ ପ୍ରତି ଜିନିଷର ଦରଦାମ୍‌ ବଢ଼ିବାରେ ଲାଗିଛି। ହୁଏତ ଏଥିରେ ଆପଣ ହାଉସ୍‌ ରେଣ୍ଟ, ରାଶନ ସାମଗ୍ରୀ, ପନିପରିବା, ଫଳ ଦାମ ଏବଂ ପିଲାଙ୍କ ସ୍କୁଲ ଫି’ ଏସବୁ ଏତେ ବଢ଼ିଗଲାଣି ଯେ ପରିବାରକୁ ସିଙ୍ଗଲ ଓ୍ବାର୍କିଂ ମ୍ୟାନ୍‌ ପାଇଁ ଖର୍ଚ୍ଚ କରିବାକୁ ବହୁ କଷ୍ଟସାଧ୍ୟ ହେଉଛି। ଏମିତିରେ ଯଦି ଆପଣ ଫାଇନାନ୍ସିଆଲ ରୂପରେ ନିଜକୁ ଷ୍ଟ୍ରଙ୍ଗ୍‌ କରିବାକୁ ପାଦ ଆଗକୁ ବଢ଼ାଉଛନ୍ତି ତେବେ ନିଜର ଜୀବନଶୈଳୀ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଏହି ସମୟରେ ଏପରି ଯୋଜନା ପ୍ରସ୍ତୁତ କରନ୍ତୁ, ଯାହାଦ୍ୱାରା ଆପଣ ନିଜ ପରିବାରକୁ ସୁରୁଖୁରୁରେ ଚଳାଇ ପାରିବେ। ଏ ନେଇ ସ୍ବାମୀ ଏବଂ ନିଜ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ଘରର ଖର୍ଚ୍ଚ ବିଷୟରେ ଭଲ ଭାବରେ ଅବଗତ ହୁଅନ୍ତୁ। ଯଦି ନିଜେ କିଛି ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ନିଜକୁ ମାନସିକ ସ୍ତରରେ ପ୍ରଥମେ ପ୍ରସ୍ତୁତ କରନ୍ତୁ।
ଅସୁବିଧା ସମୟରେ: ଜୀବନରେ କେତେବେଳେ କ’ଣ ଘଟିଯିବ ତାହା ଆକଳନ କରିବା କଷ୍ଟକର। ଗତ ୨-୩ ବର୍ଷ ଧରି କରୋନା ମହାମାରୀ ଲାଗି ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ କର୍ମଜୀବୀ ମହିଳା ନିଜ ଚାକିରି ହରାଇଛନ୍ତି। ତେଣୁ ସେମାନଙ୍କର ଭବିଷ୍ୟତ ଯୋଜନାଗୁଡ଼ିକ ଓଲଟପାଲଟ ହୋଇଯାଇଛି। ଏବେ ତ ସମୟ ସୁଧୁରିବା ଆରମ୍ଭ କରିଛି। ଯଦି ପୁଣି ଥରେ ନିଜକୁ ଚାକିରି କ୍ଷେତ୍ରରେ ପ୍ରବେଶ କରାଇବାକୁ ଚାହୁଁଛନ୍ତି ତେବେ ସେ ନେଇ ଆଗାନ୍ତୁ। କାରଣ ଆପଣ ଦି’ ପଇସା ରୋଜଗାର କଲେ ତାହା ପରିବାରକୁ ଚଳାଇବାରେ ଅନେକ ସହାୟ ହୋଇପାରିବ। ଯଦି ଆପଣ ଆତ୍ମନିର୍ଭରଶୀଳ ହେବେ ତେବେ ସହଜରେ ଏସବୁ ପରିସ୍ଥିତିରୁ ବାହାରି ପାରିବେ। ଏହାଦ୍ୱାରା ନିଜକୁ ସମ୍ଭାଳିବା ସହ ପରିବାରକୁ ସମ୍ଭାଳିପାରିବେ।
ନିଜକୁ ଭାବନ୍ତୁନି ଅସହାୟ: ଭାରତରେ ୩୦ ପ୍ରତିଶତ ମହିଳା ସ୍ବାମୀଙ୍କ ରୋଜଗାରରେ ନିର୍ଭରଶୀଳ ହୋଇଥାନ୍ତି। ଫଳରେ ଏମାନେ ଅଧିକାଂଶ ଡୋମେଷ୍ଟିକ୍‌ ଭାଓଲେନ୍ସର ଶିକାର ହୁଅନ୍ତି। ଆପଣ ନିଜେ ଯଦି ଆତ୍ମନିର୍ଭରଶୀଳ ହୋଇପାରିଲେ ଯେଉଁ ସ୍ବାମୀ ଆପଣଙ୍କୁ ନିର୍ଯାତନା ଦେଉଛି ତାଙ୍କଠାରୁ ଆପଣ ସହଜରେ ନିଜକୁ ରକ୍ଷା କରିପାରିବେ।
କାହା ଉପରେ ନିର୍ଭର କରନ୍ତୁନି: ଯେତେବେଳେ ଜଣେ ମହିଳା ଅନ୍ୟ ଉପରେ ନିର୍ଭର କରନ୍ତି, ସେତେବେଳେ ନା ସେ ସ୍ବତନ୍ତ୍ର ହୋଇ ନିଜେ କିଛି ନିଷ୍ପତ୍ତି ନେଇପାରନ୍ତି ନା ସୋସାଇଟିରେ କିଛି ସମ୍ମାନ ପାଇପାରନ୍ତି, ଯାହା ତାଙ୍କୁ ମିଳିବାର ଥାଏ। ଯେତେବେଳେ ଜଣେ ନାରୀ ଆର୍ଥିକ ରୂପେ ସ୍ବତନ୍ତ୍ର ହେବେ ସେତେବେଳେ ସେ କାହା ଉପରେ ବୋଝ ହୋଇ ରହିବେ ନାହିଁ। ଏପରିକି ଯଦି କୌଣସି କାରଣରୁ ନିଜ ପାର୍ଟନରଠୁ ଆପଣ ଅଲଗା ହୋଇଗଲେ ତେବେ ଏଥିପାଇଁ ଆପଣଙ୍କୁ ହଇରାଣ କି ବ୍ୟସ୍ତ ହେବାକୁ ପଡ଼ି ନ ପାରେ। କାରଣ ଆପଣ ନିଜେ ରୋଜଗାରକ୍ଷମ। ଏହାଦ୍ୱାରା ଆପଣ ନିଜର ସ୍ବପ୍ନକୁ ପୂରଣ କରିପାରିବେ, ନିଜେ ଇଚ୍ଛା ଅନୁସାରେ ଜିନିଷ କିଣି ପାରିବେ। ଯେତେବେଳେ ମନ ହେବ ବୁଲିବାକୁ ପ୍ଲାନ୍‌ କରିପାରିବେ।
ଅନ୍ୟଙ୍କ ପାଇଁ ମୋଟିଭେଶନ ହୋଇପାରିବେ: ଯେତେବେଳେ ମହିଳା ନିଜ ଗୋଡ଼ରେ ନିଜେ ଠିଆ ହେବେ ସେତେବେଳେ ନିଜର ଆତ୍ମବିଶ୍ୱାସ ବଢ଼ିବ। ତା’ ସହ ଅନ୍ୟମାନଙ୍କ ପାଇଁ ଆପଣ ରୋଲ୍‌ ମଡେଲ ମଧ୍ୟ ହୋଇପାରିବେ। ସମସ୍ତେ ଆପଣଙ୍କୁ ଦେଖି କହିପାରିବେ- ଦେଖ ସେ କିପରି ଘର ବାହାର ଦୁଇଟି ଯାକ ମ୍ୟାନେଜ୍‌ କରୁଛନ୍ତି। ଜୀବନରେ ଏମିତି କାମ କରନ୍ତୁ ଯାହାଦ୍ୱାରା ସମସ୍ତେ ଆପଣଙ୍କ ଦ୍ୱାରା ମୋଟିଭେଟ୍‌ ହୋଇପାରିବେ। ଏମିତିରେ ମା’ମାନେ ଫାଇନାନ୍ସିଆଲ ଇଣ୍ଡିପେଣ୍ଡେଣ୍ଟ ହେବା ଜରୁରୀ ହୋଇଗଲାଣି।
ଡବଲ ଇନ୍‌କମ୍‌ ଅଧିକ ସପୋର୍ଟ: ପ୍ରତିଦିନର ଆବଶ୍ୟକତା ପୂରଣ କରୁ କରୁ ମାସର ଦରମାର ହିସାବ ରୁହେନାହିଁ। ଯଦି କିଛି ନୂଆ ଖର୍ଚ୍ଚ ଆସିଲା ଲାଗେ ଯେମିତି ବଡ଼ ସମସ୍ୟା ପହଞ୍ଚତ୍ଲା। ଏମିତିରେ ଯଦି ଦୁଇଜଣ ଇନ୍‌କମ୍‌ କରୁଛନ୍ତି ତେବେ ଅସୁବିଧା ସମୟରେ ଜଣେ ଆଉ ଜଣକୁ ଫାଇନାନ୍ସିଆଲ ସପୋର୍ଟ ମଧ୍ୟ ଦେଇଥାନ୍ତି। ଯାହା ଜଣେ ଜଣଙ୍କ ପ୍ରତି ରେସ୍‌ପେକ୍ଟ ବଢ଼ାଇବା ସହ ଆପଣଙ୍କୁ ହୃଦ୍‌ବୋଧ କରାଇଥାଏ କି ଦୁଇଜଣଙ୍କ ରୋଜଗାର କରିବା କେତେ ଜରୁରୀ।
ପିଲାଙ୍କ ଭଲ କେୟାର ପାଇଁ : କର୍ମଜୀବୀ ହେଲେ ମଧ୍ୟ ପିଲାମାନଙ୍କ ପାଇଁ ସମୟ ଦିଅନ୍ତୁ। ସେମାନଙ୍କ ପାଠପଢ଼ା, ସ୍ବାସ୍ଥ୍ୟ, ଖାଇବାପିଇବା ପ୍ରତି ନଜର ଦିଅନ୍ତୁ। ଯଦି ଆପଣଙ୍କ ସ୍ବାମୀ ବାହାରେ ରହୁଛନ୍ତି କିମ୍ବା ଚାକିରି କରିଛନ୍ତି ସେହି ସମୟରେ ପିଲାଙ୍କ ପ୍ରତି ମା’ମାନଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଥାଏ। ତେଣୁ ଏହି ସମୟରେ ନିଜର ମାନସିକ ଭାରସ୍ୟାମ ସନ୍ତୁଳିତ ରଖନ୍ତୁ। ନିଜ ଚାକିରି ପ୍ରତି ଯେତିକି ଯତ୍ନବାନ ରହୁଛନ୍ତି ଠିକ୍‌ ସେମିତି ନିଜ ପରିବାର ପ୍ରତି ଧ୍ୟାନ ଦିଅନ୍ତୁ। ଏପରି ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ, ଯାହାର ପ୍ରଭାବ ଆପଣଙ୍କ ପିଲା ଏବଂ ପରିବାର ଉପରେ ପଡ଼ିବ।
ବିକଳ୍ପ ରହିଛି: କେବେକେବେ ଅନେକେ ଅଧିକ ଦିନ ପର୍ଯ୍ୟନ୍ତ କାମ କରୁଥିବା ସ୍ଥାନକୁ ଫେରିବାକୁ ଟିକେ କୁଣ୍ଠାବୋଧ କରିଥାନ୍ତି। ସେମାନଙ୍କୁ ଲାଗିଥାଏ ଯେ ସେ ଆଗରୁ ଯେଉଁ କାମ କରୁଥିଲେ ତା’ର କନ୍‌ଫିଡେନ୍ସ ଫୁର୍ତ୍ତି, ଏକ୍ସପେରିଏନ୍ସ ଆଉ ତାଙ୍କଠାରେ ନାହିଁ। ଏମିତିରେ ଆପଣ ଯଦି ଆଗକୁ ବଢ଼ିବାକୁ ଚାହୁଁଥାନ୍ତି ତେବେ ଡରିକି ପାଦକୁ ପଛକୁ ନ ନେଇ ପାଦ ଆଗକୁ ବଢ଼ାନ୍ତୁ। ଏହାଦ୍ୱାରା ଆପଣଙ୍କୁ କିଛି ବୋଝ ପରି ଲାଗିବ ନାହିଁ। କେବଳ ବାହାରେ ଚାକିରି ନ କରି ଘରେ ଟ୍ୟୁଶନ୍‌, କୁକିଂ କ୍ଲାସ୍‌, କେକ୍‌ ମେକିଂ, ଜୁଏଲେରି ମେକିଂ, ଫ୍ରିଲାନ୍ସ କଣ୍ଟେଣ୍ଟ ରାଇଟିଂ ଆଦି କାମ କରି ଭଲ ରୋଜଗାର କରିପାରିବେ। ଏହାବ୍ୟତୀତ ଆହୁରି ବହୁତ କିଛି ଅଛି ନିଜର ଇଣ୍ଟରେଷ୍ଟ ଏରିଆକୁ ନଜରରେ ରଖି ଆଗକୁ ବଢ଼ିପାରିବେ।

ଏମାନେ କ’ଣ କରନ୍ତି

କର୍ମଜୀବୀ ହେବା ମୋତେ ନୂଆ ଆଶା ଦେଇଛି
(ସୁପ୍ରିୟା ପଟ୍ଟନାୟକ, ଶିକ୍ଷୟିତ୍ରୀ, ନ୍ୟୁ ଟାଉନ୍‌, କୋଲକାତା)
ମ୍ୟାରେଜ ପୂର୍ବରୁ ଚାକିରି କରୁଥିଲି। ହେଲେ ଘରସଂସାର କରିବା ପରେ ଯେତେବେଳେ ମା’ ହେଲି ସେତେବେଳେ ବାଧ୍ୟହୋଇ ଚାକିରି ଛାଡ଼ିବାକୁ ପଡ଼ିଲା। ଏବେ ପିଲା ବଡ଼ ହେଲାଣି। ତେଣୁ ପୁଣି ଥରେ ମାଇଣ୍ଡ ମେକ୍‌ଅପ୍‌ କରି ପୁଣି ଥରେ ଚାକିରି କରିଛି। ମୋ ମତରେ ଜଣେ ଜବ୍‌ କରିବା ଦ୍ୱାରା ଫାଇନାନ୍ସିଆଲି ଷ୍ଟ୍ରଙ୍ଗ୍‌ ହେବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ। ମୋତେ ଏବେ ବହୁତ ଭଲ ଲାଗୁଛି। କର୍ମଜୀବୀ ହେବା ଦ୍ୱାରା ତାହା ମୋତେ ଏକ ନୂଆ ଆଶା ଦେଇଛି ବୋଲି କହିବି। ବାହାରକୁ ନ ବାହାରିଲେ ବାହାର ଦୁନିଆ ସମ୍ପର୍କରେ କିଛି ଜାଣିହେବ ନାହିଁ। ଜବ୍‌ କରିବା ଦ୍ୱାରା ପରିବାର ଓ କର୍ମ ଦୁଇଟି ଜିନିଷକୁ ବାଲାନ୍ସ କରିବା ଦରକାର। ନିଜେ ଘରୁ ବାହାରି ଜବ୍‌ କରିବା ଦ୍ୱାରା କିଛି ନୂଆ ଜିନିଷ ଆପଣ ଶିଖିପାରିବେ।

ପରିବାରକୁ ଆର୍ଥିକ ସହାୟତା ଦେଇପାରିବେ
ଓ୍ବାଇ.ପଦ୍ମାବତୀ, ଅଧ୍ୟାପିକା, ବାଣିଜ୍ୟ ବିଭାଗ, କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
ଜଣେ ମହିଳା ନିଜେ କର୍ମଜୀବୀ ହେବା ଦ୍ୱାରା ପରିବାରକୁ ଫାଇନାନ୍ସିଆଲି ସପୋର୍ଟ କରିପାରିବେ। ଏବେ ପରିବାରରେ ଦୁଇଟି ଇନ୍‌କମ୍‌ ଜରୁରୀ ହୋଇଗଲାଣି। ଆଜିକାଲି ଦରଦାମ୍‌ ଏତେ ବଢ଼ିଗଲାଣି ଯେ ଟଙ୍କା ଖର୍ଚ୍ଚ କରିବାକୁ ଭୟ ଲାଗୁଛି। ଯଦି ପରିବାରରେ ୨ଜଣ କର୍ମଜୀବୀ ହୁଅନ୍ତି ତେବେ ଆପଣଙ୍କୁ ଏତେଟା ଭୟ ରହିବନି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri