ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର

ଛତ୍ରପୁର,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡର ସ୍ବାଧୀନ କାଉନସିଲର ଦେବାଶିଷ ମିଶ୍ର ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ଯୋଗଦେଇଥିବା କାଉନସିଲର ଦେବାଶିଷଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସ୍ବାଗତ କରିଥିଲେ। ଛତ୍ରପୁର ଏନ୍‌ଏସି ବିଜେଡି ସଭାପତି ବି. ରାଜୁବାବୁ, ଗଞ୍ଜାମ ଜିଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଏନ୍‌ଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ପ୍ରୀତିଛନ୍ଦା ସାମଲ ଉପସ୍ଥିତ ଥିଲେ।