Posted inଖେଳ

ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video

ଦୁବାଇ,୨୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ପୁଣି ଥରେ ଟିମ ଇଣ୍ଡିଆ ବିପକ୍ଷରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆୟୋଜକ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ନାମେଣ୍ଟରେ ରହିବାକୁ ହେଲେ ତାଙ୍କୁ ଯେକୌଣସି ସ୍ଥିତିରେ ଏହି ମ୍ୟାଚ୍‌ ଜିତିବାକୁ ପଡିବ। ଏପରି ପରିସ୍ଥିତିରେ ପାକିସ୍ତାନ ବାବର ଆଜମଙ୍କଠାରୁ ଏକ ବଡ଼ ଇନିଂସ ଆଶା କରୁଥିଲା। କିନ୍ତୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଆଶାକୁ ଧୂଳିସାତ କରିଦେଲେ। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ହିଁ ଟିମ୍‌ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଥିଲେ। ନିଜସ୍ବ ଶୈଳୀରେ ଏହାର ସେଲିବ୍ରେଶନ୍‌ କରିଥିଲେ।

ମ୍ୟାଚ୍‌ରେ ପାକିସ୍ତାନ ଦଳ ୪୧ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଇନିଂସର ୯ମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ବାବର ଆଜମଙ୍କୁ ଆଉଟ୍‌ କରିଥିଲେ। ଏହି ଓଭରର ଦ୍ୱିତୀୟ ବଲରେ ବାବର ଆଜମ ଚକ୍‌ମା ଖାଇଥିଲେ। ଉଇକେଟ୍‌ ପଛରେ ଥାଇ କେଏଲ୍‌ ରାହୁଲ ଡାହାଣ ପଟେ ଡାଇଭ୍‌ କରି ଚମତ୍କାର କ୍ୟାଚ୍‌ ନେଇଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜସ୍ବ ଶୈଳୀରେ ସେଲିବ୍ରେଶନ୍‌ କରିଥିଲେ। ପ୍ରଥମେ ସେ ବାଏ-ବାଏ ଇଙ୍ଗିତ କଲେ ଏବଂ ତା’ପରେ ପଡ଼ିଆ ବାହାରକୁ ଯିବାକୁ କହିଥିଲେ। ପାଣ୍ଡ୍ୟାଙ୍କ ଏହି ସେଲିବ୍ରେଶନ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କହି ରଖୁଛୁ, ବାବର ଆଜମ ଆଉଟ୍‌ ହେବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିପକ୍ଷରେ ମାତ୍ର ଗୋଟିଏ ବଲ୍‌ରେ ଚୌକା ମାରିଥିଲେ। କିନ୍ତୁ ପାଣ୍ଡ୍ୟା ପରବର୍ତ୍ତୀ ବଲ୍‌ରେ ତାର ପ୍ରତିଶୋଧ ନେଇଥିଲେ। ବ୍ୟାଟିଂ ସମୟରେ ବାବର ଆଜମଙ୍କୁ ମଧ୍ୟ ଭଲ ଲୟରେ ଦେଖିବାକୁ ମିଳିଥିଲା। ସେ ୨୬ ବଲ୍‌ରେ ୮୮.୪୬ ଷ୍ଟ୍ରାଇକ ରେଟ୍‌ ସହ ୨୩ ରନ କରିଥିଲେ, ଯେଉଁଥିରେ ୫ଟି ଚୌକା ଥିଲା। ମାତ୍ର ସେ ବଡ଼ ଇନିଂସ ଖେଳିପାରି ନ ଥିଲେ।

ଅପରପକ୍ଷେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତୀୟ ବୋଲର ଯିଏ ICCର ସୀମିତ ଓଭର ଟୁର୍ନାମେଣ୍ଟରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଛନ୍ତି। ସେ ଏପର୍ଯ୍ୟନ୍ତ ପାକିସ୍ତାନ ଦଳ ବିପକ୍ଷରେ ୧୪ଟି ଉଇକେଟ ନେଇଛନ୍ତି। କେବଳ ଏତିକି ନୁହେଁ, ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ଆଇସିସି ଇଭେଣ୍ଟର ପ୍ରତ୍ୟେକ ODI ମ୍ୟାଚ୍‌ରେ ଅତି କମରେ ଗୋଟିଏ ଉଇକେଟ ନେଇଛନ୍ତି, ଯାହା ତାଙ୍କର ସ୍ଥିରତାକୁ ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri