Posted inଖେଳ

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରିଛି। ଟାଇଟଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ୟ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି କୌଣସି ପ୍ରଭାବ ପକାଇପାରି ନଥିଲେ।
ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୧୦ ବଲ୍‌ରେ ୨୬ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଆୟୁଷ ମହାତ୍ରେ ମାତ୍ର ଦୁଇଟି ରନ କରିପାରିଥିଲେ। ୬ ଜଣ ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୧୦ ନମ୍ବରରେ ବ୍ୟାଟିଂ କରୁଥିବା ଦୀପେଶ ଦେବେନ୍ଦ୍ରନ୍ ସର୍ବାଧିକ ୧୬ ବଲ୍‌ରେ ୩୬ ରନ କରି ରନ କରିଥିଲେ। ପାକିସ୍ତାନ ପକ୍ଷରୁ ଅଲି ରଜା ୪୨ ରନ ଦେଇ ୪ ୱିକେଟ୍ ନେଇଥିଲେ। ମହମ୍ମଦ ସୟାମ୍, ଅବଦୁଲ୍ ସୁଭାନ୍ ଏବଂ ହୁଜୈଫା ଏହସାନ୍ ପ୍ରତ୍ୟେକେ ଦୁଇଟି ୱିକେଟ୍ ନେଇଥିଲେ।
ପାକିସ୍ତାନ ଦ୍ୱାରା ଧାର୍ୟ୍ୟ ୩୪୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ଭଲ ବ୍ୟାଟିଂ କରିପାରିନଥିଲା । ଭାରତ ତୃତୀୟ ଓଭରରେ ୩୨ ରନ ସ୍କୋରରେ ପ୍ରଥମ ୱିକେଟ ହରାଇଥିଲା। ଆୟୁଷ ମହାତ୍ରେ ସାତ ବଲରେ ଦୁଇ ରନ କରି ଆଉଟ ହୋଇଥିଲେ। ତା’ପରେ ଆରୋନ ଜର୍ଜ ନଅ ବଲରେ ୧୬ ରନ କରି ବିଦାୟ ନେଇଥିଲେ। ତା’ପରେ ବୈଭବ ସୂର୍ୟ୍ୟବଂଶୀ ୧୦ ବଲ୍ ରେ ୨୬ ରନ କରି ବିଦାୟ ନେଇଥିଲେ ।
ଭାରତୀୟ ଟପ୍-ଅର୍ଡର ବ୍ୟାଟସମ୍ୟାନଙ୍କ ମଧ୍ୟରୁ କୌଣସି ବି ସ୍ଥିର ବ୍ୟାଟିଂ କରିନଥିଲେ। ଦ୍ରୁତ ରନ ପିଛା କରି ସମସ୍ତେ ଆଉଟ ହୋଇଥିଲେ । ବେଦାନ୍ତ ତ୍ରିବେଦୀ ୧୪ ବଲ୍ ରେ ୯, ଅଭିଜ୍ଞାନ କୁଣ୍ଡୁ ୨୦ ବଲରେ ୧୩, କନିଷ୍କ ଚୌହାନ ୨୩ ବଲରେ ୯ ଏବଂ ଖିଲାନ ପଟେଲ ୨୩ ବଲରେ ୧୯ ରନ କରି ବିଦାୟ ନେଇଥିଲେ। ତା’ପରେ ହେନିଲ ପଟେଲ ୬ ଏବଂ ଦୀପେଶ ଦେବେନ୍ଦ୍ରନ ୩୬ ରନ କରି ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri