Posted inଖେଳ

ହ୍ୟାଣ୍ଡଶେକ୍‌ ବିବାଦ ପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ସାମ୍ନାକୁ ଆସିଲା ତାରିଖ  

ନୂଆଦିଲ୍ଲୀ,୧୮।୯: ଏସିଆ କପ୍‌ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜ ମ୍ୟାଚ୍‌ ଖୁବ ଚର୍ଚ୍ଚାରେ ରହିଥିଲା। କିନ୍ତୁ ମ୍ୟାଚ ପରେ ଉପୁଜିଥିବା ବିବାଦ ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥିଲା। ଗ୍ରୁପ ଷ୍ଟେଜ ମ୍ୟାଚ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନ ଥିଲେ, ଯାହା ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପାକିସ୍ତାନ ଟୁର୍ନାମେଣ୍ଟ ବୟକଟ କରିବା ପାଇଁ ଧମକ ଦେଇଥିଲା, ଯେଉଁଥିଲାଗି ପାକିସ୍ତାନ-ୟୁଏଇ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି ବିବାଦ ଏପର୍ଯ୍ୟନ୍ତ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ପୁଣି ଥରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ଭାରତ ଓ ପାକିସ୍ତାନ ଦଳ ଏସିଆ କପ ୨୦୨୫ରେ ଗ୍ରୁପ-ଏ ରୁ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏବେ ଉଭୟ ଦଳ ମଧ୍ୟରେ ଆଗାମୀ ମୁକାବିଲା ୨୧ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଗ୍ରୁପ-ଏ ରେ ଦମଦାର ପ୍ରଦର୍ଶନ କରି ଭାରତ ସୁପର-୪ ପାଇଁ ଯୋଗ୍ୟତା ହାସଲ କରିଛି। ଅନ୍ୟପକ୍ଷରେ, ପାକିସ୍ତାନ ଦଳ କୌଣସି ପ୍ରକାରେ ପରବର୍ତ୍ତୀ ରାଉଣ୍ଡକୁ ପହଞ୍ଚିବାରେ ସଫଳ ହୋଇଛି। ଗ୍ରୁପ ଷ୍ଟେଜ୍‌ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଉଭୟରେ ବିଜୟୀ ହୋଇ ଶୀର୍ଷରେ ରହିଛି।
ପାକିସ୍ତାନର ଗ୍ରୁପ ଷ୍ଟେଜ ମ୍ୟାଚ ଶେଷ ହୋଇଛି। ସେମାନେ ୩ଟି ମ୍ୟାଚ୍‌ରୁ ୨ଟିରେ ଜିତିଛନ୍ତି ଏବଂ ୧ଟିରେ ହାରିଛନ୍ତି, ଯାହା ଫଳରେ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୟୁଏଇର ଅଭିଯାନ ମଧ୍ୟ ଶେଷ ହୋଇଛି, ସେମାନେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତି ପାରିଛନ୍ତି। ଅନ୍ୟପକ୍ଷରେ ଓମାନ ଦଳକୁ ଭାରତ ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିବାକୁ ଅଛି, କିନ୍ତୁ ସେମାନେ ପୂର୍ବରୁ ସୁପର-୪ ରେସରୁ ବାହାରି ସାରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେମାନଙ୍କୁ  ପରାଜିତ ହେବାକୁ ପଡ଼ିଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜ ମ୍ୟାଚ୍‌ ମଧ୍ୟ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଠାରେ ଭାରତୀୟ ଦଳ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ମାତ୍ର ୧୨୭ ରନ ସଂଗ୍ରହ କରି ପାରିଥିଲା। ଜବାବରେ ଭାରତୀୟ ଦଳ ଏହି ଲକ୍ଷ୍ୟକୁ ୧୫.୫ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ତେଣୁ ଏଥର ମଧ୍ୟ ଭାରତୀୟ ଦଳର ବିଜେତା ହେବା ନିଶ୍ଚିତ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri