Posted inଖେଳ

ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା: ଏମିତି ହେଲେ ଏହି ହାତେଇବ ଚାମ୍ପିୟନ୍ସ ଟ୍ରଫି, IIC ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୬।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରବିବାର ଦୁବାଇରେ ଅନୁଷ୍ଠିତ ହେବ। ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଯଦି ଫାଇନାଲରେ ବର୍ଷା ହୁଏ, ତେବେ ମ୍ୟାଚର ମଜା ନଷ୍ଟ ହୋଇଯିବ। କିନ୍ତୁ ବର୍ଷା ଦ୍ୱାରା ପ୍ରଭାବିତ ଫାଇନାଲ ସମ୍ପର୍କରେ ଆଇସିସିପୂର୍ବରୁ ନିୟମ ପ୍ରସ୍ତୁତ କରିସାରିଛି।

ଯଦି ଫାଇନାଲ ମ୍ୟାଚ ସମୟରେ ବର୍ଷା ହୁଏ, ତେବେ ଓଭର ସଂଖ୍ୟା ହ୍ରାସ କରି ମ୍ୟାଚ ଖେଳାଯାଇପାରିବ। ଆଇସିସି ନିୟମ ଅନୁଯାୟୀ, ଫାଇନାଲ ମ୍ୟାଚରେ ଅତି କମରେ ୨୦ ଓଭର ଖେଳାଯିବା ଆବଶ୍ୟକ। ପ୍ରତ୍ୟେକ ଦଳକୁ ୨୦-୨୦ ଓଭର ଦିଆଯିବ। ବର୍ଷା ପ୍ରଭାବିତ ଫାଇନାଲରେ, ନିର୍ଦ୍ଧାରିତ ସମୟ ପରେ ଓଭର ସଂଖ୍ୟା ହ୍ରାସ ଆରମ୍ଭ ହୁଏ। ଯଦି ବର୍ଷା ଯୋଗୁ ଏହି ମ୍ୟାଚ ରବିବାର, ମାର୍ଚ୍ଚ ୯ ରେ ଖେଳାଯାଇପାରିବ ନାହିଁ, ତେବେ ଏହାକୁ ରିଜର୍ଭ ଡେ ରେ ଅନୁଷ୍ଠିତ କରାଯିବ। ଫାଇନାଲ ପାଇଁ ମାର୍ଚ୍ଚ ୧୦ ତାରିଖ ରିଜର୍ଭ ଡେ।

ଯଦି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଡ୍ର କିମ୍ବା ଟାଇ ହୁଏ, ତେବେ ବିଜେତା ସୁପର ଓଭର ଦ୍ୱାରା ନିର୍ଣ୍ଣୟ କରାଯିବ। ସୁପର ଓଭରର ନିୟମ ଅନୁଯାୟୀ, ଉଭୟ ଦଳକୁ ଗୋଟିଏ ଓଭର ଖେଳିବାର ସୁଯୋଗ ମିଳିଥାଏ।

ଭାରତ ତା’ର ସମସ୍ତ ଗ୍ରୁପ ମ୍ୟାଚ ଜିତିଥିଲା। ସେ ପ୍ରଥମେ ବାଂଲାଦେଶକୁ ଏବଂ ତା’ପରେ ପାକିସ୍ତାନକୁ ପରାସ୍ତ କରିଥିଲା। ଟିମ ଇଣ୍ଡିଆ ଗ୍ରୁପ ମ୍ୟାଚ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ପରାସ୍ତ କରିଥିଲା। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୨୫୦ ରନର ଟାର୍ଗେଟ ଦେଇଥିଲା। ଜବାବରେ, ନ୍ୟୁଜିଲାଣ୍ଡ ଦଳ ୨୦୫ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ କରିଥିଲେ। ସେ ୫ଟି ଉଇକେଟ୍‌ ନେଇଥିଲେ। ଏବେ ଉଭୟ ଦଳ ଫାଇନାଲରେ ପୁଣି ଥରେ ମୁହାଁମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri