Posted inଖେଳ

କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଏକ ନମ୍ବର ବ୍ୟାଟର୍‌ ବିରାଟ କୋହଲି ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୨୦୦୦ ରନ୍‌ ପୂରଣ କରିବା ପାଇଁ କୋହଲି ମାତ୍ର ୯ ରନ ଦୂରରେ ଅଛନ୍ତି। ନିକଟରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦେଖାଇଥିବା ଫର୍ମକୁ ଦେଖିଲେ କୁହାଯାଇଛି , କୋହଲି ଏହି ସିରିଜରେ ଅନେକ ବଡ଼ ରେକର୍ଡ ନିଜ ନାଁରେ କରିପାରନ୍ତି।

କୋହଲିଙ୍କ ପୂର୍ବରୁ ଭାରତ ଏବଂ ଇଂଲଣ୍ଡର କେବଳ ଚାରିଜଣ ଖେଳାଳି ଟେଷ୍ଟ କ୍ରିକେଟରେ ୨୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି ଯିଏ ୫୩ ଇନିଂସରେ ୨୫୩୫ ରନ ସଂଗ୍ରହ କରିଛନ୍ତି। ସେହିପରି ଭାରତ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟର୍‌ଙ୍କ ତାଲିକାରେ ଜୋ ରୁଟ ଆଗୁଆ ଅଛନ୍ତି। ଜୋ ରୁଟ ଭାରତ ବିପକ୍ଷରେ ୪୫ ଇନିଂସରେ ୨୫୨୬ ରନ୍‌ ସଂଗ୍ରହ କରିଛନ୍ତି।

ଏହି ତାଲିକାରେ ସୁନୀଲ ଗାଭାସ୍କରଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ୬୭ ଇନିଂସରେ ସୁନୀଲ ଗାଭାସ୍କର ୨୪୮୩ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡର ଏହି ତାଲିକାର ଦ୍ୱିତୀୟ ନାମ ହେଉଛି ପୂର୍ବତନ ଅଧିନାୟକ ଏଲିଷ୍ଟର କୁକ୍‌। କୁକ୍‌ ୫୪ ଇନିଂସରେ ୨୪୩୧ ରନ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ମଧ୍ୟ ଯୋଡି ହେବାକୁ ଯାଉଛି। ବିରାଟ କୋହଲି ଏ ପର୍ଯ୍ୟନ୍ତ ୫୦ ଇନିଂସରେ ୧୯୯୧ ରନ୍‌ ସଂଗ୍ରହ କରିଛନ୍ତି।

ଏହା ବ୍ୟତୀତ କୋହଲିଙ୍କୁ ଆଉ ଏକ ପ୍ରସଙ୍ଗରେ ସୁନୀଲ ଗାଭାସ୍କରଙ୍କୁ ପଛରେ ଛାଡିବାର ସୁଯୋଗ ରହିଛି। ଘରୋଇ ଗ୍ରାଉଣ୍ଡରେ ଖେଳି ସୁନୀଲ ଗାଭାସ୍କର ଇଂଲଣ୍ଡ ବିପକ୍ଷରେ ୧୩୩୧ ରନ୍‌ ସଂଗ୍ରହ କରିଛନ୍ତି। ବିରାଟ କୋହଲି ଭାରତୀୟ ମାଟିରେ ଇଂଲଣ୍ଡ ବିପକ୍ଷରେ ୧୦୧୫ ରନ୍‌ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କୁ ଏହି ସିରିଜ ସମୟରେ ସୁନୀଲ ଗାଭାସ୍କରଙ୍କ ଦୁଇଟି ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କେବଳ ଏତିକି ନୁହେଁ, ଯଦି ବିରାଟ କୋହଲିଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି ତେବେ ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଥିବା ଖେଳାଳି ତାଲିକାରେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri