Posted inଖେଳ

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ଇଂଲଣ୍ଡର ଏହି ୫ ଖେଳାଳି

ଲଣ୍ଡନ,୪।୮: ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ ୪ରୁ ଖେଳାଯିବ। ନିଜ ମାଟିରେ ଇଂଲଣ୍ଡ ଦଳର ପ୍ରଦର୍ଶନ ସର୍ବଦା ଭଲ ରହିଆସିଛି। ଏପରି ପରିସ୍ଥିତିରେ, ଜୋ ରୁଟ୍‌ଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ଏହି କୀର୍ତ୍ତିମାନକୁ ପୁଣି ଥରେ ପୁନରାବୃତ୍ତି କରିବାକୁ ଚାହିଁବ। ଇଂଲଣ୍ଡର ଏହି ୫ ଖେଳାଳି ସିରିଜରେ ଟିମ ଇଣ୍ଡିଆ ବିପକ୍ଷରେ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି:

ଜୋ ରୁଟ: ଭାରତୀୟ ଦଳ ବିପକ୍ଷରେ ଅଧିନାୟକ ଜୋ ରୁଟଙ୍କ ପ୍ରଦର୍ଶନ ବହୁତ ଭଲ। ସେ ୨୦ଟି ଟେଷ୍ଟରେ ୫ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ହାରାହାରି ୫୪ ରେ ୧୭୮୯ ରନ ସ୍କୋର କରିଛନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଇଁ ତାଙ୍କୁ ରୋକିବା ସହଜ ହେବ ନାହିଁ। ଭାରତ ବିପକ୍ଷରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାବେ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆଲେଷ୍ଟାୟର୍‌ କୁକ ସର୍ବାଧିକ ୨୪୩୧ ରନ ସ୍କୋର କରିଛନ୍ତି।

ଜୋସ ବଟଲର୍‌: ଇଂଲଣ୍ଡର ଟେଷ୍ଟ ବିଜୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ସର୍ବଦା ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ସେ ଭାରତ ବିପକ୍ଷରେ ୧୨ଟି ଟେଷ୍ଟରେ  ୭୫୭ ରନ କରିଛନ୍ତି। ସେ ଗୋଟିଏ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଉଇକେଟ ପଛରେ ୨୬ଟି ଶିକାର ମଧ୍ୟ କରିଛନ୍ତି।
ଜେମ୍ସ ଆଣ୍ଡରସନ: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଛନ୍ତି। ଭାରତ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ। ସେ ଭାରତ ବିପକ୍ଷ ୩୦ଟି ଟେଷ୍ଟ ମ୍ୟାଚରେ ୧୧୮ ଉଇକେଟ ନେଇଛନ୍ତି। ସେ ୪ଥର ୫ଟି ଉଇକେଟ ନେଇ ସଫଳତା ହାସଲ କରିଛନ୍ତି। ସେ ସବୁବେଳେ ଇଂଲଣ୍ଡର ସ୍ବିଙ୍ଗ ପିଚ ଉପରେ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାନ୍ତି।

ଷ୍ଟୁଆର୍ଟ ବ୍ରଡ: ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ମଧ୍ୟ ଇଂଲଣ୍ଡ ପିଚରେ ପ୍ରଭାବଶାଳୀ। ସେ ଭାରତ ବିପକ୍ଷ ୨୨ଟି ଟେଷ୍ଟରେ ୨୭ଟି ଉଇକେଟ ନେଇଛନ୍ତି। ନୂଆ ବଲରେ ଆଣ୍ଡରସନ ଏବଂ ବ୍ରଡଙ୍କ ଯୋଡି ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ।

ସାମ କରନ: ଟେଷ୍ଟ ସିରିଜରେ ଅଲରାଉଣ୍ଡର ସାମ କରନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର କ୍ଷମତା ରଖିଛନ୍ତି। ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ ଏବଂ ସେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି। ଭାରତ ବିପକ୍ଷରେ ସେ ହାରାହାରି ୩୯ରେ ୪ଟି ଟେଷ୍ଟରେ ୨୭୨ ରନ ସଂଗ୍ରହ କରିଛନ୍ତି। ବୋଲିଂରେ ସେ ୨୪ଟ ଉଇକେଟ ନେଇଛନ୍ତି।

ଏପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୮ଟି ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଖେଳାଯାଇଛି । ଭାରତ ମାତ୍ର ୩ଟି ସିରିଜ ଜିତିଥିବାବେଳେ ଆୟୋଜକ ଇଂଲଣ୍ଡ ଦଳ ୧୪ଟି ସିରିଜ ହାସଲ କରିଛି। ଗୋଟିଏ ସିରିଜ ଡ୍ର ହୋଇଥିଲା। ୨୦୦୭ ରେ ଟିମ ଇଣ୍ଡିଆ ଶେଷ ବିଜୟ ହାସଲ କରିଥିଲା। ଭାରତୀୟ ଦଳ ଏପର୍ଯ୍ୟନ୍ତ ଇଂଲଣ୍ଡରେ ୬୨ଟି ଟେଷ୍ଟ ଖେଳିଛି, କେବଳ ୭ଟିରେ ଦଳ ଜିତିଛି। ଇଂଲଣ୍ଡ ୩୪ଟି ମ୍ୟାଚ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri