Categories: ଖେଳ

୩ୟ ଦିନିକିଆରେ ରୋହିତ, କୋହଲିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ

ନୂଆଦିଲ୍ଲୀ,୨୫।୯: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ରହିଛି। ବର୍ତ୍ତମାନ ଟିମ ଇଣ୍ଡିଆକୁ ଏହି ସିରିଜର ଶେଷ ମ୍ୟାଚ ୨୭ ସେପ୍ଟେମ୍ବରରେ ରାଜକୋଟ ଗ୍ରାଉଣ୍ଡରେ ଖେଳିବାକୁ ପଡିବ, ଯେଉଁଥିରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ପ୍ରମୁଖ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିବ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଅଧିନାୟକତ୍ୱର ଦାୟିତ୍ୱ କେ.ଏଲ ରାହୁଲ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ମ୍ୟାଚ ୫ ଉଇକେଟ୍‌ ଏବଂ ଦ୍ୱିତୀୟ ମ୍ୟାଚ ଡକ୍ୱର୍ଥ ଲୁଇସ ନିୟମ ଅନୁଯାୟୀ ୯୯ରନରେ ବିଜୟୀ ହୋଇଛି। ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଖରେ ଏବେ ସିରିଜର ଶେଷ ମ୍ୟାଚରେ ପରୀକ୍ଷଣ କରିବାର ସୁଯୋଗ ରହିଛି। ସେଥିପାଇଁ ଓପନିଂ ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ। ତାଙ୍କ ସ୍ଥାନରେ ଅଧିନାୟକ ରୋହିତ ଶର୍ମା ସାମିଲ ହୋଇପାରନ୍ତି। ସେହିପରି ଋତୁରାଜ ଗାୟକଓ୍ବାଡଙ୍କ ସ୍ଥାନରେ ବିରାଟ କୋହଲିଙ୍କୁ ପ୍ଲେ-୧୧ରେ ସାମିଲ କରାଯାଇପାରେ।

Share