ଗୌହାଟି,୨୬।୧୧: ଗୌହାଟିରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୦୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ୫୪୯ ରନର ଟାର୍ଗେଟକୁ ପିଛା କରି ଭାରତର ଦ୍ୱିତୀୟ ଇନିଂସ ୧୪୦ ରନରେ ଶେଷ ହୋଇଛି। ଏହି ଟେଷ୍ଟରେ ଭାରତର ବ୍ୟାଟସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ, ପ୍ରଥମ ଇନିଂସରେ କେବଳ ଯଶସ୍ବୀ ଜୟସ୍ବାଲ ଏବଂ ଦ୍ୱିତୀୟ ଇନିଂସରେ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ଇନିଂସରେ ମଧ୍ୟ ଟିମ ଇଣ୍ଡିଆ ୨୦୧ ରନରେ ଅଲଆଉଟ ହୋଇଥିଲା। ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୦ରେ ଜିତିଛି।


