ଓଡ଼ିଆରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି

ଭୁବନେଶ୍ୱର, ୯।୨(ବ୍ୟୁରୋ): ଆଞ୍ଚଳିକ ବା ମାତୃଭାଷାରେ ବୈଷୟିକ ଶିକ୍ଷା ପ୍ରଚଳନ ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଯେଉଁ ଉଦ୍ୟମ ଆରମ୍ଭ କରିଛି, ତାହା ସଫଳତା ଏବେଠୁ ପ୍ରତିଫଳିତ ହେଲାଣି। ବିଶେଷକରି ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ିବା ପାଇଁ ସର୍ବାଧିକ ଆଗ୍ରହ ପ୍ରକାଶ ପାଇଥିବା ଜଣାପଡିଛି।

ବିଭିନ୍ନ ଭାରତୀୟ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଡିଗ୍ରୀ ଓ ଡିପ୍ଲୋମା ବିଦ୍ୟାର୍ଥୀଙ୍କ ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପ୍ରସ୍ତୁତ କରିଥିବା ପୁସ୍ତକର ସହଜ ଉପଲବ୍ଧ ନିମନ୍ତେ ଗତ ନଭେମ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ‘ଇ-କୁମ୍ଭ’ ପୋର୍ଟାଲ ଉନ୍ମୋଚିତ ହୋଇଥିଲା। ଏଥିରେ ୧୨ଟି ଭାରତୀୟ ଭାଷାରେ ଅନୁବାଦ ହୋଇଥିବା ପୁସ୍ତକ ସଂଯୁକ୍ତ କରାଯାଇଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ଅନୁବାଦ ହୋଇଥିବା ଡିଗ୍ରୀ ଓ ଡିପ୍ଲୋମା ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଓଡ଼ିଆ ବହି ଅନ୍ୟ ଭାଷାର ବହି ତୁଳନାରେ ସର୍ବାଧିକ ଡାଉନ୍‌ଲୋଡ୍‌ ହୋଇଥିବା ଏଆଇସିଟିଇ ସୂତ୍ରରୁ ଜଣାପଡ଼ିଛି। ୩ ମାସ ଭିତରେ ଓଡ଼ିଆ ବହି ୭,୦୬୨, ହିନ୍ଦୀ ବହି ୪,୧୫୫, ମରାଠୀ ବହି ୨,୨୩୯, ତାମିଲ ଭାଷାର ୧,୯୪୦ ଖଣ୍ଡ ବହି ଡାଉନ୍‌ଲୋଡ ହୋଇଛି। ଓଡ଼ିଆରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ବହି ପ୍ରସ୍ତୁତ ହୋଇ ନ ଥିବାରୁ ଗତ ୨୦୨୨-୨୩ ଶିକ୍ଷାବର୍ଷରେ କୌଣସି ବୈଷୟିକ ଶିକ୍ଷାନୁଷ୍ଠାନ ଓଡ଼ିଆ ମାଧ୍ୟମରେ ଶିକ୍ଷା ପ୍ରଦାନର ଅନୁମତି ପାଇଁ ଏଆଇସିଟିଇକୁ ଆବେଦନ କରି ନ ଥିଲେ। ମାତ୍ର ସର୍ବାଧିକ ଇ-ପୁସ୍ତକ ସଂଗ୍ରହ ପିଲାଙ୍କ ମଧ୍ୟରେ ଓଡ଼ିଆରେ ଇଞ୍ଜିନିୟରିଂ ପାଠ ପଢ଼ିବା ନେଇ ଯଥେଷ୍ଟ ପରିମାଣରେ ଆଗ୍ରହ ଥିବା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଓଡ଼ିଆ ମାଧ୍ୟମର ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଚିନ୍ତା କରୁଛନ୍ତି। ଏହି ଶିକ୍ଷା ବ୍ୟବସ୍ଥା ଅନୁସାରେ ପାଠକୁ ସହଜରେ ବୁଝିବା ପାଇଁ ମାତୃଭାଷାକୁ ମାଧ୍ୟମ ଭାବରେ ଗ୍ରହଣ କରାଯାଇଥିଲେ ମଧ୍ୟ ଆବଶ୍ୟକତା ଦୃଷ୍ଟିରୁ ଦେଶ ବିଦେଶରେ ନିଯୁକ୍ତି ପାଇଁ ଯୋଗାଯୋଗ ନିମନ୍ତେ ଇଂଲିଶ ଭାଷା ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ତେଣୁ ଓଡ଼ିଆରେ ପଢ଼ିଲେ ମଧ୍ୟ ନିଯୁକ୍ତି ପାଇଁ ଏହା ବାଧକ ହେବାର ସମ୍ଭାବନା ନ ଥିବାରୁ ପିଲାମାନେ ମାତୃଭାଷାରେ ଇଞ୍ଜିିନିୟରିଂ ପଢ଼ିବାକୁ ଅଧିକ ଆଗ୍ରହୀ ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri