ଖସିଲା ପାରଦ, ବଢ଼ିଲା ଶୀତ

କେନ୍ଦୁଝର,୨୯ା୧୧(ସ୍ବ.ପ୍ର.): ବିଳମ୍ବରେ ହେଉ ପଛେ କେନ୍ଦୁଝର ଜିଲାରେ ଶୀତ ଆସିଛି। ଧିରେ ଧିରେ ଜଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ତାପମାତ୍ରା ୧୩ ଡିଗ୍ରୀ ତଳକୁ ଖସିଛି। ଯାହାକି ଚଳିତ ବର୍ଷର ସର୍ବନିମ୍ନ ବୋଲି ଜଣାପଡ଼ିଛି। ତାପମାତ୍ରା ଆହୁରି କମ୍‌ ହେବ ଓ ଅଧିକ ଶୀତ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି। ତେବେ ସମ୍ଭାବ୍ୟ ଲଘୁଚାପ ଜନିତ ବାତ୍ୟା ଯୋଗୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇବା ଆଶଙ୍କା ରହୁଛି। ଶୀତ ପଡିଥିବାରୁ ଲୋକେ ନିଆଁ ପୁଉଁଥିବା ଲକ୍ଷ୍ୟ କରାଯାଇଛି।