କରୋନା କାଳରେ ବଢ଼ିଛି ଆତ୍ମହତ୍ୟା

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଆତ୍ମହତ୍ୟାଜନିତ ମୃତ୍ୟୁ ଏବେ ଚିନ୍ତା ବଢ଼ାଇଛି। ଗତ କିଛିବର୍ଷ ହେବ ବିଶେଷକରି କରୋନା କାଳରେ ରାଜଧାନୀରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରିବାରିକ କଳହ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା, ମାନସିକ ଭାରସାମ୍ୟ ହରାଇ ଅନେକ ଲୋକ ଆତ୍ମହତ୍ୟା ଭଳି ରାସ୍ତାକୁ ଆପଣାଉଛନ୍ତି। ତେବେ କୋଭିଡ୍‌ ମହାମାରୀ ଲୋକଙ୍କ ଜୀବନ ଜୀବିକାରେ ବିପର୍ଯ୍ୟୟ ଘଟାଇଥିବାବେଳେ ଅଧିକାଂଶ ଲୋକ ଅର୍ଥାଭାବରୁ ମାନସିକ ଚାପରେ ରହୁଛନ୍ତି। ମୁଖ୍ୟତଃ ଲକ୍‌ଡାଉନ ସମୟରେ ରୋଜଗାର ହରାଇବା, ଚାକିରିରୁ ବିତାଡିତ ହେବା, ମାନସିକ ଚାପ ଆଦି ଅନେକ କାରଣ ରାଜଧାନୀବାସୀଙ୍କ ମନରେ ଆମହତ୍ୟା ପ୍ରବଣତା ବଢ଼ାଇ ଦେଇଥିବା ଜଣାପଡିଛି। ଏ ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ଆଧାରରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ୨୦୨୦ରେ ସହରରୁ ମୋଟ ୩୧୦ଜଣ ଆତ୍ମହତ୍ୟା କରିଥିବାବେଳେ ଚଳିତବର୍ଷ ଜୁନ୍‌ ପର୍ଯ୍ୟନ୍ତ ୧୫୧ଜଣ ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୧୪୨ଜଣ ଆତ୍ମହତ୍ୟା କରିଥିବାବେଳେ ଚଳିତବର୍ଷ ଏହି ସଂଖ୍ୟାରେ ବୃ୍‌ଦ୍ଧି ଘଟିଛି। ଗତ ଦୁଇମାସରେ ୩୮ଜଣ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ମେ’ରେ ୧୬ଜଣ ଓ ଜୁନ୍‌ରେ ୨୨ଜଣ ଆଖି ବୁଜିଛନ୍ତି। ତେବେ କରୋନାର ପ୍ରଥମ ଲହରରେ ଆତ୍ମହତ୍ୟା ସଂଖ୍ୟା ଅଧିକ ରହିଥିଲା। ୨୦୨୦ ମେ’ରେ ୧୮ଜଣ ଓ ଜୁନ୍‌ରେ ୩୧ଜଣ ଆତ୍ମହତ୍ୟା କରିଥିଲେ। ତେବେ ୨୦୧୯ରେ ୨୨୦ଜଣ ଆତ୍ମହତ୍ୟା କରିଛନ୍ତି। ସେତେବେଳେ ମାନସିକ ବିସାଦ କାରଣରୁ ଆତ୍ମହତ୍ୟା ପ୍ରବଣ ଦେଖାଯାଉଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ୩୦ରୁ ୪୦ବର୍ଷ ବୟସର। ଅଧିକାଂଶ ବିଷ ପିଇ ଓ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରି କଳହ, ରୋଜଗାର ହରାଇବା ବାଦ୍‌ ଦେଲେ କରୋନା କାଳରେ ଦୀର୍ଘଦିନ ଧରି ବନ୍ଦୀ ହୋଇ ରହିବାର ଚାପ, ଇଏମ୍‌ଆଇ ଋଣଭାର ଲୋକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟକରୁଥିବା ମନସ୍ତତ୍ତ୍ୱବିତ୍‌ମାନେ ମତ ଦେଇଛନ୍ତି। କୌଣସି ବ୍ୟକ୍ତି ଗଭୀର ମାନସିକ ଚାପରେ ଥିବା ଜଣାପଡ଼ିଲେ ସେମାନଙ୍କୁ ମାନସିକସ୍ତରରେ ସହାୟତା ଦେବା ସହ କାଉନସେଲିଂ କରିବା ଦରକାର। ଏହାଦ୍ୱାରା ତାଙ୍କ ମନରେ ଥିବା ଚାପ ହ୍ରାସ ହେବ ବୋଲି ସେମାନେ କହିଛନ୍ତି।

ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କୁଆଖାଇ ବ୍ରିଜ୍‌ ଉପରୁ ବୁଧବାର ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଧରିପକାଇବାରୁ ସେ ବଞ୍ଚତ୍ୟାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସମ୍ପୃକ୍ତ ଯୁବତୀଙ୍କ ବୟସ ୧୮ ହୋଇଥିବାବେଳେ ସେ ଶହୀଦନଗର ଥାନା ନିକୋପାର୍କ ନିକଟ ଲକ୍ଷ୍ମୀନାରାୟଣ ବସ୍ତିରେ ରହୁଥିବା ଜଣାପଡିଛି। ପୋଲିସ ସୂଚନାନୁଯାୟୀ ଯୁବତୀଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଏକମାତ୍ର ଭାଇଙ୍କ ପାଖରେ ରହୁଥିଲେ। ତେବେ ଯୁବତୀ ଜଣକ ତାଙ୍କ ଭାଇଙ୍କୁ ଟଙ୍କା ମାଗିବାରୁ ଅନେକ ସମୟରେ ପରିବାରରେ ଝଗଡା ହେଉଥିଲା। ଭାଇଙ୍କ ଆର୍ଥିକ ଆବସ୍ଥା ସ୍ବଚ୍ଛଳ ନଥିବାରୁ ଭାଇ ଟଙ୍କା ଦେବା ପାଇଁ ଅରାଜି ହେଉଥିଲେ। ତେଣୁ ଯୁବତୀ ଜଣକ ପରିବାର ଲେକଙ୍କ ସହ ଝଗଡା କରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ମଧ୍ୟାନ୍ନ ୧୨ଟା ସମୟରେ ଘରୁ ପଳେଇ ଆସି ହଂପାଳ ନିକଟ କୁଆଖାଇ ବ୍ରିଜ୍‌ ଉପରୁ ଡେଇଁ ଜୀବନ ହାରିବାକୁ ଚାହିଁଥିଲେ। ସେହି ସମୟରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପୋଲସିକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri