ବଢ଼ିଲା ଅନାହାର ଫେରିବା ଆଶଙ୍କା

ବଲାଙ୍ଗୀର,୧୬ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାକୁ ପୁଣି ଫେରିପାରେ ଅନାହାରଜନିତ ସମସ୍ୟା। ଏହି ଜିଲାର ୮୦,୩୩୨ ଜଣ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ହୋଇ ନ ଥିବାରୁ ସେମାନଙ୍କୁ ଆସନ୍ତା ନଭେମ୍ବର ମାସରୁ ଆଉ ମାଗଣା ଚାଉଳ ମିଳିବ ନାହିଁ। ସେମାନଙ୍କ ରାଶନ କାର୍ଡ ଅଚଳ ହୋଇଯିବ। ଏଭଳି ସ୍ଥିତିରେ ଜିଲାରେ ପୁଣି ଥରେ ଅନାହାର ଓ ଅର୍ଦ୍ଧାହାର ସମସ୍ୟା ଦେଖାଦେଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଇ-କେୱାଇସି ଅଫ୍‌ଡେଟ୍‌ ପ୍ରକ୍ରିୟାର ଡେଡ୍‌ଲାଇନ୍‌ ସରିଯିବା ପରେ ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଇ-କେୱାଇସି କରିନଥିତ୍ବା ଜିଲାର ଗରିବ ଲୋକଙ୍କ ଭିତରେ ଛନକା ପଶିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରକାରାନ୍ତରେ ଜିଲାକୁ ପୁଣି ଥରେ ଅନାହାର ସମସ୍ୟା ଫେରିପାରେ ବୋଲି ଆଶଙ୍କା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଯୋଗାଣ ମନ୍ତ୍ରୀ ପାତ୍ର ଭୁବନେଶ୍ୱର ଠାରେ ଗଣମାଧ୍ୟମକୁ ରାଜ୍ୟର ଇ-କେୱାଇସି ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ପାତ୍ର କହିଥିଲେ ଯେ, ଗତ ୭ରୁ ୮ ମାସ ଧରି ରାଜ୍ୟରେ ଇ-କେୱାଇସି ପ୍ରକ୍ରିୟା ଚାଲୁ ରହିଥିଲା। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଡେଡ୍‌ଲାଇନ୍‌ ରହିଥିଲା। ଏହାପରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି। ଅର୍ଥାତ୍‌ ଯେଉଁମାନଙ୍କ ଇ-କେୱାଇସି ହୋଇନାହିଁ ସେହି ହିତାଧିକାରୀଙ୍କ ରାଶନ କାର୍ଡ ନିଷ୍କ୍ରିୟ ହୋଇଯିବ। ରାଜ୍ୟରେ ରାଶନକାର୍ଡ ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ବହୁ ଭୂତକାର୍ଡ ରହିଥିତ୍ବା ଏବଂ ଅନେକ ଯୋଗ୍ୟ ଲୋକ ଦଳୀୟ ଭିତ୍ତିରେ ରାଶନ କାର୍ଡ ହାତେଇଥିବା ଅନୁମାନ କରି ରାଜ୍ୟର ଭାଜପା ସରକାର ସେମାନଙ୍କୁ ରାଶନକାର୍ଡ ତାଲିକାରୁ ବାଦ୍‌ ଦେବା ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ। ଇତିମଧ୍ୟରେ ଏହି ପ୍ରକ୍ରିୟାର ଡେଡ୍‌ଲାଇନ୍‌ ସରିବା ପରେ ରାଜ୍ୟର କେଉଁ ଜିଲାରୁ କେତେ ଇ-କେୱାଇସି ହୋଇନାହିଁ ଜଣାପଡିଛି। ବଲାଙ୍ଗୀର ଜିଲାର ୧୪ ଲକ୍ଷ ୪୨୬ ଜଣ ରାଶନକାର୍ଡ ହିତାଧିକାରୀଙ୍କ ମଧ୍ୟରୁ ୮୦ ହଜାର ୩୩୨ ଜଣ ଇ-କେୱାଇସି କରିନଥିବା ଜଣାପଡିଛି। ଜିଲାର ଏତେ ସଂଖ୍ୟକ ହିତାଧିକାରୀ କେଉଁ କାରଣରୁ ଇ-କେୱାଇସି କରିପାରିନାହାନ୍ତି ସେନେଇ ସ୍ପଷ୍ଟ ତଥ୍ୟ ମିଳି ନଥିଲେ ମଧ୍ୟ ଜିଲାର ଯେଉଁ ବ୍ଲକ ଅଞ୍ଚଳରୁ ସର୍ବାଧିକ ଇ-କେୱାଇସି ହୋଇପାରିନାହିଁ ସେସବୁ ଦାଦନ ପ୍ରବଣ ବ୍ଲକ ବୋଲି ଜଣାପିଡିଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାର ଅନ୍ୟ ବ୍ଲକଗୁଡିକ ଅପେକ୍ଷା ପାଟଣାଗଡ, ବେଲପଡା, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକରେ ସର୍ବାଧିକ ସଂଖ୍ୟକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଉପରୋକ୍ତ ବ୍ଲକ ସବୁ ଦାଦନ ପ୍ରବଣ ହୋଇଥିତ୍ବାରୁ ଦେଶାନ୍ତରୀ ଶ୍ରମିକ ସମସ୍ୟା ଯୋଗୁ ଅଧିକାଂଶ ହିତାଧିକାରୀ ଇ-କେୱାଇସି କରିପାରିନଥିବା ଅନୁମାନ କରାଯାଉଛି। ଏନେଇ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡାଙ୍କୁ ପଚରାଯିବାରୁ ଜିଲାର ୮୦ ହଜାର ୩୩୨ ଜଣଙ୍କ ଇ-କେୱାଇସି ହୋଇପାରିନଥିବା ସୂଚନା ଦେଇ ଦାଦନ ଶ୍ରମିକ ପ୍ରବଣ ବ୍ଲକରେ ଏମାନଙ୍କ ସଂଖ୍ୟା ସର୍ବାଧିକ ବୋଲି କହିଛନ୍ତି। ଏହାସହିତ ‘ବାଲ୍‌ ଆଧାର’ ଏବଂ ବୃଦ୍ଧାବୃଦ୍ଧଙ୍କ ଇ-କେୱାଇସି ହୋଇପାରିନଥିବା ସୂଚନା ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ପାଖରୁ ଏଯାବତ୍‌ ବିଧିବଦ୍ଧ ଭାବେ ତାଙ୍କ ପାଖକୁ ଇ-କେୱାଇସି ସଂକ୍ରାନ୍ତୀୟ କୌଣସି ନିର୍ଦ୍ଦେଶନାମା ଆସିନଥିବା ସେ କହିଛନ୍ତି। ମାତ୍ର ଆସନ୍ତା ନଭେମ୍ବର ମାସରୁ ଇ-କେୱାଇସି କରିନଥିବା ଲୋକଙ୍କୁ ମାଗଣା ଚାଉଳ ମିଳିବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
୮୦ ଦଶକରୁ ବଲାଙ୍ଗୀର ଜିଲାର ଦାଦନ ପ୍ରବଣ ଅଞ୍ଚଳରେ ଅନାହାର ଓ ଅର୍ଦ୍ଧାହାର ସମସ୍ୟା ଚର୍ଚ୍ଚିତ ହୋଇଆସିଥିଲା। ୨୦୧୬ ମସିହା ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାର ଅନାହାର ସମସ୍ୟା ବାରମ୍ବାର ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ମାଗଣା ଚାଉଳ ବଣ୍ଟନ ଏବଂ ଅନ୍ୟାନ୍ୟ ଯୋଜନା ଯୋଗୁ ପୂର୍ବଭଳି ଅନାହାର ସମ୍ବନ୍ଧୀୟ ରିପୋର୍ଟ ହେଉନାହିଁ। ଏବେ ଇ-କେୱାଇସି ଯୋଗୁ ଯଦି ଜିଲାର ୮୦ ହଜାରୁ ଉର୍ଦ୍ଧ୍ୱ ଲୋକ ମାଗଣା ଚାଉଳ ଯୋଜନାରୁ ବାଦ୍‌ ପଡନ୍ତି ତେବେ ଜିଲାରେ ପୁଣି ଥରେ ଅନାହାର ସମସ୍ୟା ଦେଖାଦେଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri