ବଢ଼ିଲା ଅନାହାର ଫେରିବା ଆଶଙ୍କା

ବଲାଙ୍ଗୀର,୧୬ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାକୁ ପୁଣି ଫେରିପାରେ ଅନାହାରଜନିତ ସମସ୍ୟା। ଏହି ଜିଲାର ୮୦,୩୩୨ ଜଣ ରାଶନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ହୋଇ ନ ଥିବାରୁ ସେମାନଙ୍କୁ ଆସନ୍ତା ନଭେମ୍ବର ମାସରୁ ଆଉ ମାଗଣା ଚାଉଳ ମିଳିବ ନାହିଁ। ସେମାନଙ୍କ ରାଶନ କାର୍ଡ ଅଚଳ ହୋଇଯିବ। ଏଭଳି ସ୍ଥିତିରେ ଜିଲାରେ ପୁଣି ଥରେ ଅନାହାର ଓ ଅର୍ଦ୍ଧାହାର ସମସ୍ୟା ଦେଖାଦେଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଇ-କେୱାଇସି ଅଫ୍‌ଡେଟ୍‌ ପ୍ରକ୍ରିୟାର ଡେଡ୍‌ଲାଇନ୍‌ ସରିଯିବା ପରେ ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଇ-କେୱାଇସି କରିନଥିତ୍ବା ଜିଲାର ଗରିବ ଲୋକଙ୍କ ଭିତରେ ଛନକା ପଶିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରକାରାନ୍ତରେ ଜିଲାକୁ ପୁଣି ଥରେ ଅନାହାର ସମସ୍ୟା ଫେରିପାରେ ବୋଲି ଆଶଙ୍କା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଯୋଗାଣ ମନ୍ତ୍ରୀ ପାତ୍ର ଭୁବନେଶ୍ୱର ଠାରେ ଗଣମାଧ୍ୟମକୁ ରାଜ୍ୟର ଇ-କେୱାଇସି ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ ପାତ୍ର କହିଥିଲେ ଯେ, ଗତ ୭ରୁ ୮ ମାସ ଧରି ରାଜ୍ୟରେ ଇ-କେୱାଇସି ପ୍ରକ୍ରିୟା ଚାଲୁ ରହିଥିଲା। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ଡେଡ୍‌ଲାଇନ୍‌ ରହିଥିଲା। ଏହାପରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି। ଅର୍ଥାତ୍‌ ଯେଉଁମାନଙ୍କ ଇ-କେୱାଇସି ହୋଇନାହିଁ ସେହି ହିତାଧିକାରୀଙ୍କ ରାଶନ କାର୍ଡ ନିଷ୍କ୍ରିୟ ହୋଇଯିବ। ରାଜ୍ୟରେ ରାଶନକାର୍ଡ ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ବହୁ ଭୂତକାର୍ଡ ରହିଥିତ୍ବା ଏବଂ ଅନେକ ଯୋଗ୍ୟ ଲୋକ ଦଳୀୟ ଭିତ୍ତିରେ ରାଶନ କାର୍ଡ ହାତେଇଥିବା ଅନୁମାନ କରି ରାଜ୍ୟର ଭାଜପା ସରକାର ସେମାନଙ୍କୁ ରାଶନକାର୍ଡ ତାଲିକାରୁ ବାଦ୍‌ ଦେବା ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଥିଲେ। ଇତିମଧ୍ୟରେ ଏହି ପ୍ରକ୍ରିୟାର ଡେଡ୍‌ଲାଇନ୍‌ ସରିବା ପରେ ରାଜ୍ୟର କେଉଁ ଜିଲାରୁ କେତେ ଇ-କେୱାଇସି ହୋଇନାହିଁ ଜଣାପଡିଛି। ବଲାଙ୍ଗୀର ଜିଲାର ୧୪ ଲକ୍ଷ ୪୨୬ ଜଣ ରାଶନକାର୍ଡ ହିତାଧିକାରୀଙ୍କ ମଧ୍ୟରୁ ୮୦ ହଜାର ୩୩୨ ଜଣ ଇ-କେୱାଇସି କରିନଥିବା ଜଣାପଡିଛି। ଜିଲାର ଏତେ ସଂଖ୍ୟକ ହିତାଧିକାରୀ କେଉଁ କାରଣରୁ ଇ-କେୱାଇସି କରିପାରିନାହାନ୍ତି ସେନେଇ ସ୍ପଷ୍ଟ ତଥ୍ୟ ମିଳି ନଥିଲେ ମଧ୍ୟ ଜିଲାର ଯେଉଁ ବ୍ଲକ ଅଞ୍ଚଳରୁ ସର୍ବାଧିକ ଇ-କେୱାଇସି ହୋଇପାରିନାହିଁ ସେସବୁ ଦାଦନ ପ୍ରବଣ ବ୍ଲକ ବୋଲି ଜଣାପିଡିଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲାର ଅନ୍ୟ ବ୍ଲକଗୁଡିକ ଅପେକ୍ଷା ପାଟଣାଗଡ, ବେଲପଡା, ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକରେ ସର୍ବାଧିକ ସଂଖ୍ୟକ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଉପରୋକ୍ତ ବ୍ଲକ ସବୁ ଦାଦନ ପ୍ରବଣ ହୋଇଥିତ୍ବାରୁ ଦେଶାନ୍ତରୀ ଶ୍ରମିକ ସମସ୍ୟା ଯୋଗୁ ଅଧିକାଂଶ ହିତାଧିକାରୀ ଇ-କେୱାଇସି କରିପାରିନଥିବା ଅନୁମାନ କରାଯାଉଛି। ଏନେଇ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡାଙ୍କୁ ପଚରାଯିବାରୁ ଜିଲାର ୮୦ ହଜାର ୩୩୨ ଜଣଙ୍କ ଇ-କେୱାଇସି ହୋଇପାରିନଥିବା ସୂଚନା ଦେଇ ଦାଦନ ଶ୍ରମିକ ପ୍ରବଣ ବ୍ଲକରେ ଏମାନଙ୍କ ସଂଖ୍ୟା ସର୍ବାଧିକ ବୋଲି କହିଛନ୍ତି। ଏହାସହିତ ‘ବାଲ୍‌ ଆଧାର’ ଏବଂ ବୃଦ୍ଧାବୃଦ୍ଧଙ୍କ ଇ-କେୱାଇସି ହୋଇପାରିନଥିବା ସୂଚନା ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ପାଖରୁ ଏଯାବତ୍‌ ବିଧିବଦ୍ଧ ଭାବେ ତାଙ୍କ ପାଖକୁ ଇ-କେୱାଇସି ସଂକ୍ରାନ୍ତୀୟ କୌଣସି ନିର୍ଦ୍ଦେଶନାମା ଆସିନଥିବା ସେ କହିଛନ୍ତି। ମାତ୍ର ଆସନ୍ତା ନଭେମ୍ବର ମାସରୁ ଇ-କେୱାଇସି କରିନଥିବା ଲୋକଙ୍କୁ ମାଗଣା ଚାଉଳ ମିଳିବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
୮୦ ଦଶକରୁ ବଲାଙ୍ଗୀର ଜିଲାର ଦାଦନ ପ୍ରବଣ ଅଞ୍ଚଳରେ ଅନାହାର ଓ ଅର୍ଦ୍ଧାହାର ସମସ୍ୟା ଚର୍ଚ୍ଚିତ ହୋଇଆସିଥିଲା। ୨୦୧୬ ମସିହା ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାର ଅନାହାର ସମସ୍ୟା ବାରମ୍ବାର ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ମାଗଣା ଚାଉଳ ବଣ୍ଟନ ଏବଂ ଅନ୍ୟାନ୍ୟ ଯୋଜନା ଯୋଗୁ ପୂର୍ବଭଳି ଅନାହାର ସମ୍ବନ୍ଧୀୟ ରିପୋର୍ଟ ହେଉନାହିଁ। ଏବେ ଇ-କେୱାଇସି ଯୋଗୁ ଯଦି ଜିଲାର ୮୦ ହଜାରୁ ଉର୍ଦ୍ଧ୍ୱ ଲୋକ ମାଗଣା ଚାଉଳ ଯୋଜନାରୁ ବାଦ୍‌ ପଡନ୍ତି ତେବେ ଜିଲାରେ ପୁଣି ଥରେ ଅନାହାର ସମସ୍ୟା ଦେଖାଦେଇପାରେ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

ଜଙ୍ଗଲ ନିଆଁ ରୋକିବା ପାଇଁ ସାଇକେଲ ରାଲି: କଣ୍ଟେଇପଲ୍ଲୀ ଭିଏସଏସ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି

ଭଞ୍ଜନଗର,୧୯।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା। ଏହାକୁ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri