୧୧୦ ଦେଶରେ କରୋନା ସଂକ୍ରମଣରେ ବୃଦ୍ଧି, ଚେତାବନୀ ଜାରି କଲା ଡବ୍ଲୁଏଚଓ…

ଜେନେଭା, ୩୦।୬ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ କରୋନା ଭାଇରସ ମହାମାରୀର ଭାରିଆଣ୍ଟ ବଦଳୁଛି କିନ୍ତୁ ଏହା ଶେଷ ହୋଇନାହିଁ। ପୃଥିବୀର ୧୧୦ଟି ଦେଶରେ କରୋନା ମାମଲା ବୃଦ୍ଧି ପାଉଛି ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି। ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଏଭଳି କହିଛନ୍ତି। ଭବିଷ୍ୟତରେ ଉତ୍ପନ୍ନ ହେଉଥିବା ନୂତନ ଭାରିଆଣ୍ଟ ଉପରେ ନଜର ରଖିବା ଜରୁରୀ। ବର୍ତ୍ତମାନ ଅନେକ ସ୍ଥାନରେ ବିଏ.୪ ଏବଂ ବିଏ.୫ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ବିଶ୍ୱସ୍ତରରେ କରୋନା ମାମଲାରେ ୨୦ ପ୍ରତିଶତ ବୃଦ୍ଧି ଘଟିିଛି। ତେବେ ବିଶ୍ୱସ୍ତରରେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି ବୋଲି ସେ କହିଛନ୍ତି। ତେବେ କେତେକ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ବିଶ୍ୱ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତଙ୍କ ପାଇଁ କରୋନା ଟିକା ଉପଲବ୍ଧ କରିବାକୁ ଡବ୍ଲୁଏଚଓ ସମସ୍ତ ଦେଶକୁ ନିବେଦନ କରିଛି।

ସେ କହିଛନ୍ତି ଯେ ଗତ ୧୮ ମାସ ମଧ୍ୟରେ ବିଶ୍ୱରେ ୧୨ ବିଲିୟନରୁ ଅଧିକ ଟିକା ବିତରଣ କରାଯାଇଛି। କିନ୍ତୁ ଏବେ ମଧ୍ୟ ସ୍ବଳ୍ପ ଆୟକାରୀ ଦେଶରେ କୋଟ କୋଟି ଲୋକ, ଲକ୍ଷ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ଏବଂ ବୃଦ୍ଧମାନେ ଟିକାକୁ ଅପେକ୍ଷା କରି ବସିଛନ୍ତି। ଏହାର ଅର୍ଥ ଭବିଷ୍ୟତରେ କରୋନା ଲହର ପାଇଁ ସେମାନେ ଅଧିକ ଅସୁରକ୍ଷିତ ହେବାରେ ଲାଗିଛନ୍ତି।

ସେ କହିଛନ୍ତି ଯେ କେବଳ ୫୮ ଟି ଦେଶରେ ୭୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ରୁୱାଣ୍ଡାର ଉଦାହରଣ ଦେଇ ସେ କହିଛନ୍ତି ସେଠାରେ ଦ୍ୱିତୀୟ ଡୋଜ ଟିକା ହାର ବର୍ତ୍ତମାନ ୬୫ ପ୍ରତିଶତ ଅତିକ୍ରମ କରିଛି। ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ଯେ ସବୁଠାରୁ ବିପଦପୂର୍ଣ୍ଣ ସମ୍ବେଦନଶୀଳ ଗୋଷ୍ଠୀଙ୍କୁ ଏହି ଟିକା ଠିକ ସମୟରେ ଦିଆଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri