ବଢ଼ିଲା ପିଲାଙ୍କ ଚିନ୍ତା

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଏବେ ଶିଶୁଙ୍କ ଉପରେ କରୋନାର ଆଖି ପଡ଼ିଲାଣି। ଫଳରେ ଚିନ୍ତା ବଢିଛି। ଗତ ଦୁଇଦିନରେ ୧୮ବର୍ଷରୁ କମ୍‌ ବୟସ ବର୍ଗରେ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମିତଙ୍କ ମଧ୍ୟରେ ୧୦ ପ୍ରତିଶତରୁ ଊର୍ଦ୍ଧ୍ୱ ପିଲା ରହିଛନ୍ତି। ୧୫ ତାରିଖରେ ସ୍ବାସ୍ଥ୍ୟ ବିଭାଗ ସୂଚନାନୁଯାୟୀ, ରାଜ୍ୟରେ ମୋଟ ୧,୦୫୮ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୩ ପ୍ରତିଶତ ଅର୍ଥାତ୍‌ ୧୩୮ଜଣ କେବଳ ପିଲା ରହିଛନ୍ତି। ସେହିଭଳି ୧୬ତାରିଖରେ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ ୮୬୮ କରୋନା ଆକ୍ରାନ୍ତ
ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୨ ପ୍ରତିଶତ ଅର୍ଥାତ୍‌ ୧୦୪ ଜଣ କେବଳ ପିଲା ରହିଛନ୍ତି। ରାଜ୍ୟ ସରକାର ପ୍ରଥମ ଥର ପାଇଁ ଶୂନରୁ ୧୮ ବର୍ଷ ବୟସ ବର୍ଗଙ୍କ ଦୈନିକ ସଂକ୍ରମିତ ତଥ୍ୟ ଦେଇଛନ୍ତି। ଦେଢ଼ବର୍ଷ ପରେ ହଠାତ୍‌ ଶିଶୁ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପରେ ସମସ୍ତଙ୍କ ମନରେ ଆଶଙ୍କା ବଢ଼ିଯାଇଛି।
ରାଜ୍ୟରେ ଶିଶୁ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଶିଶୁଙ୍କ ସଂକ୍ରମଣ ବିଶ୍ଳେଷଣ ପାଇଁ ଏବେଠାରୁ ତଥ୍ୟ ଉପରେ ନଜର ରଖାଯାଉଛି। ଦୁଇ ଦିନରେ ତଥ୍ୟକୁ ନେଇ ଶିଶୁ ଆକ୍ରାନ୍ତ ବଢ଼ିଛି ବୋଲି କୁହାଯାଇପାରିବ ନାହିଁ। କିଛିଦିନର ବିଶ୍ଳେଷଣ ପରେ ଆକ୍ରାନ୍ତ ହାର ଜଣାପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସବୁ ଲକ୍ଷଣଯୁକ୍ତ ପିଲାଙ୍କ କରୋନା ପରୀକ୍ଷା ପାଇଁ କୁହାଯାଇଛି। ଶିଶୁଙ୍କ କ୍ଷେତ୍ରରେ ଟେଷ୍ଟ ଅନୁସାରେ ପଜିଟିଭିଟି ରେଟ୍‌ କେତେ ଜଣାପଡ଼ିବ। ସରକାରଙ୍କ ପକ୍ଷରୁ ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ପିଲାଙ୍କ ସଂକ୍ରମିତ ସଂଖ୍ୟା ତଥ୍ୟ ଦେବା ପରେ ରାଜ୍ୟରେ ତୃତୀୟ ଲହର ବୋଧହୁଏ ପ୍ରବେଶ କଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ଏଥିରେ ଛୋଟ ପିଲା ଅଧିକ ସଂକ୍ରମିତ ହେବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେଣୁ ସମସ୍ତଙ୍କ ମନରେ ଭୟ ଖେଳିଗଲାଣି। ଏ ନେଇ ଡିଏମ୍‌ଇଟି ସି.ବି.କେ. ମହାନ୍ତି କହିଛନ୍ତି, ଜୁଲାଇ ୨୧ର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି। ପ୍ରଥମ ଲହରରେ ଶିଶୁ ସଂକ୍ରମଣ ଯେଉଁ ଟ୍ରେଣ୍ଡରେ ଥିଲା ଦ୍ୱିତୀୟ ଲହରରେ ବି ସେହି ଟ୍ରେଣ୍ଡ ରହିଛି। ହେଲେ ଶିଶୁମାନେ ଧରା ପଡ଼ୁନାହାନ୍ତି। କାରଣ ଅନେକ ଶିଶୁ ଲକ୍ଷଣ ବିହୀନ ରହୁଛନ୍ତି ଓ ଶିଶୁଙ୍କ ସିଭିଅରିଟି କମ୍‌ ରହିଛି। ଏଥିସହ ମୃତ୍ୟୁ ହାର ବି କମ୍‌ ରହିଛି। ତେବେ ସଂକ୍ରମଣ ଉପରମୁହାଁ ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। କିନ୍ତୁ ରାଜ୍ୟରେ ଏବେ ସେମିତି ଅବସ୍ଥା ହୋଇନାହିଁ। ସେ ଆହୁରି କହିଛନ୍ତି, ୧୮ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଆଗକୁ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କ ସଂକ୍ରମଣ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ବିଶେଷ କରି ୯ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅଧିକ ଭୟ ରହୁଛି। ପିଲାଙ୍କ ପାଇଁ ଟିକା ଆସିନାହିଁ। ତେଣୁ ଶିଶୁ ଓ କିଶୋରଙ୍କୁ ସୁରକ୍ଷିତ ପରିବେଶରେ ରଖିବାକୁ ପଡ଼ିବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ହେବା ଆବଶ୍ୟକ ବୋଲି ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ହଜାରେ ତଳକୁ ଖସିଛି। ପୂର୍ବରୁ ହଜାରେ ତଳକୁ ଯାଇଥିଲେ ମଧ୍ୟ ଗତ କିଛିଦିନ ହେବ ପୁଣି ଏକ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥ୍ୟାନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭ ଜିଲାରୁ ୮୬୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୭ କ୍ୱାରାଣ୍ଟାଇନରୁ ଥିବାବେଳେ ୩୬୧ଜଣ ସ୍ଥାନୀୟ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୧୦୪ଜଣ ଶୂନରୁ ୧୮ବର୍ଷ ବୟସର ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୬ଜଣ ଥିବାବେଳେ କଟକରୁ ୧୫୪ଜଣ ରହିଛନ୍ତି। ବାକି ସବୁ ଜିଲାରେ ସଂକ୍ରମିତ ସଂଖ୍ୟା ଶହେ ତଳକୁ ରହିଛି। ଫଳରେ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୯,୬୫,୪୩୩ ହୋଇଛି। ଏଥିସହ ଆଉ ୬୬ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ତେବେ ଏମାନଙ୍କ ମୃତ୍ୟୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ହୋଇ ନ ଥିବା ବିଭାଗ ସ୍ପଷ୍ଟ କରିଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୯୫୩କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri