ଫୁଲୁଛି ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ;୪ ପ୍ରମୁଖ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି

ରାଉରକେଲା,୩ା୮(ବିପ୍ଳବ ରଞ୍ଜନ ଦାଶ): ଲଗାଣ ବର୍ଷାରେ ରାଉରକେଲା ନିକଟସ୍ଥ ୪ ପ୍ରମୁଖ ଡ୍ୟାମ ମଧ୍ୟର ଜଳସ୍ତର ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଟି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଗୋଟିଏ ଡ୍ୟାମରୁ ଜଳ ନିଷ୍କାସନ କରାଯାଇ ନାହିଁ। ଡ୍ୟାମରୁ ନିଷ୍କାସିତ ପାଣି, ବର୍ଷା ପାଣି ପ୍ରଭାବରେ ରାଉରକେଲା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ, କୋଏଲ ଓ ଶଙ୍ଖନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସହରର ନଦୀକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଉରକେଲାରେ ଗତ ତିନିଦିନ ମଧ୍ୟରେ ୩୬ମି.ମି. ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି। ଜଳସେଚନ ବିଭାଗର ସୂଚନା ଅନୁସାରେ ରୁକ୍ରାଡ୍ୟାମ ଜଳସ୍ତର ୧୮୫.୦୨ ଘନମିଟର ଥିବାବେଳେ ଲଗାଣ ବର୍ଷା କାରଣରୁ ଡ୍ୟାମ ଜଳସ୍ତର ୧୮୬.୦୩କୁ ବୃଦ୍ଧି ପାଇଛି। ଫଳରେ ରୁକ୍ରାଡ୍ୟାମ ୬ଟି ଗେଟରୁ ଗୋଟିଏ ଗେଟ୍‌ ଖୋଲି ଦିଆଯାଇଛି। ରୁକ୍ରା ଡ୍ୟାମ ଖୋଲା ଯାଇଥିବା ଗେଟରୁ ପ୍ରତି ସେକେଣ୍ଡରେ ୮୦ ଘନମିଟର ଜଳ ନିସ୍କାଷିତ ହୋଇ ବ୍ରାହ୍ମଣୀ ନଦୀରେ ମିଶୁଛି। ଏହିଭଳି ଭାବରେ ପୀତାମହଲ ଡ୍ୟାମ ଜଳଧାରଣ କ୍ଷମତା ୨୪୨.୪୬ ଥିବାବେଳେ ଲଗାଣ ବର୍ଷାରେ ଡ୍ୟାମର ଜଳସ୍ତର ୨୪୩.୪୬କୁ ବୃଦ୍ଧି ପାଇଛି। ଏହି ଡ୍ୟାମ ଗେଟ ବିହୀନ ଥିବା କାରଣରୁ ବଳକା ପାଣି ଡ୍ୟାମରୁ ନିଷ୍କାସିତ ହୋଇ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। କାଂଶବାହାଲ ଡ୍ୟାମ ଜଳସ୍ତର ବୃଦ୍ଧି ପାଇଛି ହେଲେ ଜଳନିଷ୍କାସନ କଲାଭଳି ସ୍ଥିତି ସୃଷ୍ଟି ହୋଇନାହିଁ। ଏହିଭଳି ଭାବରେ ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧି ହେବା ହେତୁ ମନ୍ଦିରା ଡ୍ୟାମର ୧୧ଟି ଗେଟରୁ ୭ଗେଟ ମଙ୍ଗଳବାର ଖୋଲି ଦିଆଯାଇଛି। ବୁଧବାର ଜଳସ୍ତର ବଢିଥିଲେ ମଧ୍ୟ ଆଉ ଅଧିକ ଗେଟ ଖୋଲାଯାଇନାହିଁ। ତେବେ ଆଗକୁ ଅଧିକ ଗେଟ ଖୋଲାଯିବାର ସମ୍ଭାବନା ରହିଛି। ରାଉରକେଲା ଅଞ୍ଚଳରେ ଜାରି ରହିଥିବା ଲଗାଣ ବର୍ଷା ହେତୁ ସ୍କୁଲ ଓ ଅଙ୍ଗନଓ୍ବାଡିର କୁନି ପିଲାଙ୍କର ସମସ୍ୟାକୁ ଦେଖି ଏହି ଜିଲାରେ ମଧ୍ୟ ସ୍କୁଲ, ଅଙ୍ଗନଓ୍ବାଡ଼ି ଛୁଟି ଘୋଷଣା କରିବାକୁ ସହରର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ରାଉରକେଲା ଜଳସେଚନ ବିଭାଜନ ରୁକ୍ରା ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଔଲିୟମ ଏକ୍କା କୁହନ୍ତି, ଲଗାଣ ବର୍ଷାରେ ରୁକ୍ରା ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି। ଲଗାଣ ବର୍ଷା ଜାରି ରହିଲେ ଆଗକୁ ଆହୁରୀ ଗେଟ ଖୋଲାଯିବ। ଏନେଇ କାଂଶବାହାଲ ଡ୍ୟାମ ନିର୍ବାହୀ ଯନ୍ତ୍ରୀ କିଷାନ ବାବୁ କୁହନ୍ତି, ତିନିଦିନ ହେଲା ଲଗାଣ ବର୍ଷାରେ ଡ୍ୟାମ ଜଳସ୍ତର ବୃଦ୍ଧି ପାଇଛି। ଗେଟ ଖୋଲାଯାଇନାହିଁ। ଆଗକୁ ଗେଟ ଖୋଲାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri