ବଜେଟରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଆବଣ୍ଟନ ରାଶି ବୃଦ୍ଧି:ସର୍ବାନନ୍ଦ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ବନ୍ଦର,ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଙ୍ଗଳବାର ସିଲୋଙ୍ଗ ଅଞ୍ଚଳର ବ୍ୟବସାୟ ସମୁଦାୟର ଲିଡର, ଯୁବପିଢ଼ି ଓ ମହିଳାମାନଙ୍କ ସହ କେନ୍ଦ୍ରୀୟ ବଜେଟ ୨୦୨୪ ଉପରେ ଆୟୋଜିତ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା କେନ୍ଦ୍ରୀୟ ବଜେଟ ୨୦୨୪ର ବ୍ୟବସ୍ଥାଗୁଡିକ ଉପରେ ପର୍ଯ୍ୟବସିତ ଥିଲା ଯାହା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ରୋଡ୍‌ମ୍ୟାପ୍‌କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ରହିଛି। ଏହି ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଉତ୍ତରପୂର୍ବ ଭାରତ ଏହି ବଜେଟରୁ ଲାଭାନ୍ବିତ ହେବାକୁ ଯାଉଛି। କାରଣ ଏହା ଯୁବପିଢ଼ି, ମହିଳା ଓ ଆଦିବାସୀ ସମୁଦାୟଗୁଡିକୁ ସକ୍ଷମ କରିବା ସହିତ ଅଞ୍ଚଳର ଅର୍ଥନୈତିକ, ଶିଳ୍ପ ଓ କୃଷି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି। କେନ୍ଦ୍ରୀୟ ବଜେଟ ୨୦୨୪ ଭାରତକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପୂର୍ବକୁ ‘ଅଷ୍ଟଲକ୍ଷ୍ମୀ’ ଓ ଭାରତର ଅଭିବୃଦ୍ଧିର ନୂଆ ଇଞ୍ଜିନ ଭାବେ ଚିହ୍ନଟ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଆଦିବାସୀ ସମୁଦାୟଗୁଡିକର ସଶକ୍ତୀକରଣ ଓ ସାମର୍ଥ୍ୟତା ପାଇଁ ଏହି ବଜେଟରେ ବ୍ୟବସ୍ଥାକୁ ୧୩,୦୦୦କୋଟି ଟଙ୍କାର ଆବଣ୍ଟନ ସହିତ ପ୍ରାୟ ୨୦୦% ବୃଦ୍ଧି କରାଯାଇଛି, ଯାହାକୁ ଆଦିବାସୀ ସମୁଦାୟଗୁଡିକର କଲ୍ୟାଣ ପାଇଁ ବ୍ୟବହାର କରାଯିବ। ଆମର ପାରମ୍ପରିକ କାରିଗର, ବୁଣାକାର, ଏସ୍‌ଏଚ୍‌ଜି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳା ଉଦ୍ୟୋଗୀଙ୍କ ସାମର୍ଥ୍ୟତା ପାଇଁ ପିଏମ୍‌ ବିଶ୍ୱକର୍ମା, ପିଏମ୍‌ ଏସ୍‌ଭିଏନିଧିଜୀ, ଜାତୀୟ ଜୀବିକା ମିଶନ ଓ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଭଳି ଯୋଜନାଗୁଡିକ ପାଇଁ ବଜେଟରେ ଆବଣ୍ଟନ ରାଶିକୁ ବୃଦ୍ଧି କରାଯାଇଛି। ସେହିପରି ବଜେଟରେ ଆଦିବାସୀ ସମୁଦାୟଗୁଡିକୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଆଉ ଏକ ଉଲ୍ଲେଖନୀୟ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମର ଘୋଷଣା କରାଯାଇଥିଲା। ଏହି ଯୋଜନା ୬୩,୦୦୦ ଗ୍ରାମରେ ୫କୋଟି ଆଦିବାସୀ ଲୋକଙ୍କୁ ପ୍ରତ୍ୟକ୍ଷ ରୂପେ ଉପକୃତ କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ପ୍ରାକୃତିକ କୃଷି ଓ ପଶୁପାଳନର କେନ୍ଦ୍ର ଭାବେ ଉତ୍ତରପୂର୍ବର ଅପାର କ୍ଷମତାକୁ ଉନ୍ମୋଚନ କରିବା ସହିତ ଆମର ଯୁବ ପ୍ରତିଭାମାନଙ୍କୁ ବିଶ୍ୱସ୍ତରର ଦକ୍ଷ କର୍ମବଳରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛୁ। ପରିବେଶ ଅନୁକୂଳ ସ୍ଥାୟୀ କୃଷି ପ୍ରକଳ୍ପ ପାଇଁ ୫୯୮କୋଟି ଟଙ୍କାର ଆବଣ୍ଟନ ଜଳବାୟୁ ପରିବର୍ତ୍ତନ,ମୃତ୍ତିକା କ୍ଷୟ, କୀଟନାଶକ ଓ ଏହା ସମ୍ବନ୍ଧିତ ରୋଗଗୁଡିକର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବ, ଯାହା ଅଞ୍ଚଳରେ କୃଷି ଉପତ୍ାଦନକୁ ବହୁମାତ୍ରାରେ ବୃଦ୍ଧି କରିବ। ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ ଡାଇରେକ୍ଟ ବେନିଫିଟ୍‌ ଟ୍ରାନଫ୍ସର (ଡିବିଟି) ପ୍ରଥମ ଥରର କର୍ମଚାରୀଙ୍କ ପାଇଁ ୩ଟି କିସ୍ତିରେ ୧୫୦୦୦ଟଙ୍କା ପ୍ରଦାନ କରୁଛି ଏବଂ ଏହାକୁ ମେଘାଳୟ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ପଲିସି ସହ ଏକତ୍ରିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri