ବଜେଟରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଆବଣ୍ଟନ ରାଶି ବୃଦ୍ଧି:ସର୍ବାନନ୍ଦ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ବନ୍ଦର,ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଙ୍ଗଳବାର ସିଲୋଙ୍ଗ ଅଞ୍ଚଳର ବ୍ୟବସାୟ ସମୁଦାୟର ଲିଡର, ଯୁବପିଢ଼ି ଓ ମହିଳାମାନଙ୍କ ସହ କେନ୍ଦ୍ରୀୟ ବଜେଟ ୨୦୨୪ ଉପରେ ଆୟୋଜିତ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା କେନ୍ଦ୍ରୀୟ ବଜେଟ ୨୦୨୪ର ବ୍ୟବସ୍ଥାଗୁଡିକ ଉପରେ ପର୍ଯ୍ୟବସିତ ଥିଲା ଯାହା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ରୋଡ୍‌ମ୍ୟାପ୍‌କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ରହିଛି। ଏହି ଆଲୋଚନାଚକ୍ରରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଉତ୍ତରପୂର୍ବ ଭାରତ ଏହି ବଜେଟରୁ ଲାଭାନ୍ବିତ ହେବାକୁ ଯାଉଛି। କାରଣ ଏହା ଯୁବପିଢ଼ି, ମହିଳା ଓ ଆଦିବାସୀ ସମୁଦାୟଗୁଡିକୁ ସକ୍ଷମ କରିବା ସହିତ ଅଞ୍ଚଳର ଅର୍ଥନୈତିକ, ଶିଳ୍ପ ଓ କୃଷି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି। କେନ୍ଦ୍ରୀୟ ବଜେଟ ୨୦୨୪ ଭାରତକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପୂର୍ବକୁ ‘ଅଷ୍ଟଲକ୍ଷ୍ମୀ’ ଓ ଭାରତର ଅଭିବୃଦ୍ଧିର ନୂଆ ଇଞ୍ଜିନ ଭାବେ ଚିହ୍ନଟ କରିଛନ୍ତି। ମୋଦିଙ୍କ ନେତୃତ୍ୱରେ ଆଦିବାସୀ ସମୁଦାୟଗୁଡିକର ସଶକ୍ତୀକରଣ ଓ ସାମର୍ଥ୍ୟତା ପାଇଁ ଏହି ବଜେଟରେ ବ୍ୟବସ୍ଥାକୁ ୧୩,୦୦୦କୋଟି ଟଙ୍କାର ଆବଣ୍ଟନ ସହିତ ପ୍ରାୟ ୨୦୦% ବୃଦ୍ଧି କରାଯାଇଛି, ଯାହାକୁ ଆଦିବାସୀ ସମୁଦାୟଗୁଡିକର କଲ୍ୟାଣ ପାଇଁ ବ୍ୟବହାର କରାଯିବ। ଆମର ପାରମ୍ପରିକ କାରିଗର, ବୁଣାକାର, ଏସ୍‌ଏଚ୍‌ଜି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ମହିଳା ଉଦ୍ୟୋଗୀଙ୍କ ସାମର୍ଥ୍ୟତା ପାଇଁ ପିଏମ୍‌ ବିଶ୍ୱକର୍ମା, ପିଏମ୍‌ ଏସ୍‌ଭିଏନିଧିଜୀ, ଜାତୀୟ ଜୀବିକା ମିଶନ ଓ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଭଳି ଯୋଜନାଗୁଡିକ ପାଇଁ ବଜେଟରେ ଆବଣ୍ଟନ ରାଶିକୁ ବୃଦ୍ଧି କରାଯାଇଛି। ସେହିପରି ବଜେଟରେ ଆଦିବାସୀ ସମୁଦାୟଗୁଡିକୁ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଆଉ ଏକ ଉଲ୍ଲେଖନୀୟ ଯୋଜନା ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମର ଘୋଷଣା କରାଯାଇଥିଲା। ଏହି ଯୋଜନା ୬୩,୦୦୦ ଗ୍ରାମରେ ୫କୋଟି ଆଦିବାସୀ ଲୋକଙ୍କୁ ପ୍ରତ୍ୟକ୍ଷ ରୂପେ ଉପକୃତ କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ପ୍ରାକୃତିକ କୃଷି ଓ ପଶୁପାଳନର କେନ୍ଦ୍ର ଭାବେ ଉତ୍ତରପୂର୍ବର ଅପାର କ୍ଷମତାକୁ ଉନ୍ମୋଚନ କରିବା ସହିତ ଆମର ଯୁବ ପ୍ରତିଭାମାନଙ୍କୁ ବିଶ୍ୱସ୍ତରର ଦକ୍ଷ କର୍ମବଳରେ ପରିଣତ କରିବା ଦିଗରେ କାର୍ଯ୍ୟ କରୁଛୁ। ପରିବେଶ ଅନୁକୂଳ ସ୍ଥାୟୀ କୃଷି ପ୍ରକଳ୍ପ ପାଇଁ ୫୯୮କୋଟି ଟଙ୍କାର ଆବଣ୍ଟନ ଜଳବାୟୁ ପରିବର୍ତ୍ତନ,ମୃତ୍ତିକା କ୍ଷୟ, କୀଟନାଶକ ଓ ଏହା ସମ୍ବନ୍ଧିତ ରୋଗଗୁଡିକର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରିବ, ଯାହା ଅଞ୍ଚଳରେ କୃଷି ଉପତ୍ାଦନକୁ ବହୁମାତ୍ରାରେ ବୃଦ୍ଧି କରିବ। ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ ଡାଇରେକ୍ଟ ବେନିଫିଟ୍‌ ଟ୍ରାନଫ୍ସର (ଡିବିଟି) ପ୍ରଥମ ଥରର କର୍ମଚାରୀଙ୍କ ପାଇଁ ୩ଟି କିସ୍ତିରେ ୧୫୦୦୦ଟଙ୍କା ପ୍ରଦାନ କରୁଛି ଏବଂ ଏହାକୁ ମେଘାଳୟ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ପଲିସି ସହ ଏକତ୍ରିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri