ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ବାଦ୍‌ ଦେଇ ଭିଡିଓ ଗ୍ରାଫି ହୋଇଥିଲା

ନୂଆଗାଁ, ୫।୫ (ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ  ବ୍ଲକ ଗୁମୀ ପଞ୍ଚାୟତରେ ଥିବା ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ) ଓ ଖଣ୍ଡୁଗାଁ  ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ୫-ଟି ଯୋଜନାରେ ରୂପାନ୍ତରଣ ହୋଇଛି। ଡିମିରିପଲି ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଅଧପନ୍ତରିଆ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଲୋକର୍ପଣ କରିଛନ୍ତି।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ପାଇଁ ଡିମିରିପଲ୍ଲୀଠାରେ ୧୯୫୬ ମସିହାରେ ସ୍କୁଲ ପ୍ରତିଷ୍ଠା କରାଯାଇଛି। ଯେଉଁ ସ୍କୁଲରେ ଜିଲା ତଥା ଜିଲା ବାହାରୁ ଅନେକ ଛାତ୍ର ହଷ୍ଟେଲରେ ରହି ପାଠ ପଢନ୍ତି। ଉକ୍ତ ସ୍କୁଲଟି ନୂଆଗାଁଠାରୁ ବାହାଡ଼ାଝୋଲା ଦେଇ ଓଡ଼ଗାଁ  ଯାଇଥିବା ରାସ୍ତା କଡ଼ରେ ଅବସ୍ଥିତ। ଦୂରଦୂରନ୍ତ ଜିଲା ବାହାରୁ ଛାତ୍ରମାନେ ଆସି ରହୁଥିବାବେଳେ କୌଣସି ଛାତ୍ରଙ୍କ ସୁବିଧା ଅସୁବିଧା ହେଲେ କିମ୍ବା ରୋଗରେ ପଡ଼ିଲେ କାହା ସହ ଯୋଗାଯୋଗ କରିବାକୁ ମୋବାଇଲ ନେଟଓ୍ବାର୍କ ନାହିଁ। ଛାତ୍ରୀଛାତ୍ରମାନଙ୍କୁ ନୂତନ ଜ୍ଞାନକୌଶଳ ତଥା ଡିଜିଟାଲ ଶିକ୍ଷା ଦେବା ଚଳିତବର୍ଷ ଡିମିରିପଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟକୁ ୫-ଟି ଯୋଜନାରେ ରୂପାନ୍ତରଣ କରି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି। ସେଥିପାଇଁ ସ୍ମାର୍ଟ କ୍ଲାସ୍‌ରୁମରେ ଏଲଇଡି ଲଗାଯିବା ସହ ୧୦ଟି କମ୍ପ୍ୟୁଟର ରହିଛି। ତେବେ ନେଟଓ୍ବାର୍କ ନ ଥିଲେ ଛାତ୍ରୀଛାତ୍ର କିଭଳି ଡିଜିଟାଲ ମାଧ୍ୟମରେ ପାଠ ପଢ଼ିବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛାତ୍ରୀଛାତ୍ରମାନଙ୍କ ପାଇଁ ଖେଳ ସାମଗ୍ରୀ ଦିଆଯାଇଥିଲେ ମଧ୍ୟ ନିୟମିତ ଖେଳ ଶିକ୍ଷକ ନାହାନ୍ତି। ବିଜ୍ଞାନ ପାଠ ପଢ଼ାଇବା ପାଇଁ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ଅଭାବ ରହିଛି। ରୂପାନ୍ତରଣ କାର୍ଯ୍ୟ ପାଇଁ ଅନେକ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ କରାଯାଇଛି। ଫଳରେ ଉଦ୍‌ଘାଟନ ହେବା ପୂର୍ବରୁ ପାଚେରୀ ଫାଟି ଅଁା କଲାଣି। ଅଦ୍ୟାବଧି ଗେଟ୍‌, ଶୌଚାଳୟ, ପାଚେରୀ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ତରବରିଆ ଭାବେ ଉଦ୍‌ଘାଟନ କରି ଦିଆଯାଇଛି। ଏ ସମ୍ପର୍କରେ ନୂଆଗାଁ  ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଏଠି ଯୋଗ ଦେବା ପୂର୍ବରୁ କାର୍ଯ୍ୟ ଚାଲୁ ରହିଥିଲା। ତେଣୁ ଏ ବିଷୟରେ ଯନ୍ତ୍ରୀଙ୍କ ସହ କଥା ହେବା ପରେ କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri