Categories: ବାଣିଜ୍ୟ

ପୁଣି ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୧: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍‌) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍‌ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଏପରି ଆଶ୍ୱସ୍ତି ଦିଆଯାଇଥିବା କେନ୍ଦ୍ର ସରକାର ମଙ୍ଗଳବାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି। ଆଇଟିଆର ଅବଧି ବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ଅଡିଟ ରିପୋର୍ଟ ଦାଖଲ ଅବଧିକୁ ମଧ୍ୟ ମାର୍ଚ୍ଚ ୧୫ ଯାଏ ବଢ଼ାଇଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବରରେ କେନ୍ଦ୍ର ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ଆଇଟିଆର ଦାଖଲ ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରିଥିଲେ। ଏହି ତାରିଖ ପରେ କିଛି ଲୋକ ପୋର୍ଟାଲରେ ଅସୁବିଧା ଯୋଗୁ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ଏବେ କେନ୍ଦ୍ର ସରକାର ଏହି ଦାବି ଅନୁସାରେ ପଦକ୍ଷେପ ନେଇଥିବା କୁହାଯାଉଛି।

Share