ହିରୋ ମୋଟୋକର୍ପ ଚେୟାରମ୍ୟୋନଙ୍କ ଘରେ ଆଇଟି ଚଢ଼ାଉ

ଗୁରଗାଓଁ,୨୩।୩: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍‌ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଜାରି ରହିଛି।
ସୂଚନାଯୋଗ୍ୟ, ମୁଞ୍ଜାଲ ତାଙ୍କ ଆକାଉଣ୍ଟରୁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଆଇଟି ବିଭାଗ ସକାଳୁ ଚଢ଼ାଉ କରିଛି। ଆଗକୁ ବି ଏହି ଚଢ଼ାଉ ଜାରି ରହିବ ବୋଲି କୁହାଯାଉଛି। ତେବେ ଏନେଇ ହିରୋ ମୋଟୋକର୍ପ କିମ୍ବା ଆଇଟି ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଅନ୍ୟପଟେ ଏହି ଖବର ସାମ୍ନାକୁ ଆସିବା ମାତ୍ରେ ହିରୋ ମୋଟୋକର୍ପର ସେୟାର ହ୍ରାସ ପାଇବାରେ ଲାଗିଛି। ଏହାପୂର୍ବରୁ ହିରୋ ମୋଟୋକର୍ପର ଷ୍ଟକ୍‌ ବିଏସ୍‌ଇ ଲାଭରେ କାରବାର କରୁଥିଲା। ସକାଳ ସାଢ଼େ ୧୦ଟା ସୁଦ୍ଧା ହିରୋ ମୋଟୋକର୍ପର ଷ୍ଟକ ୨ପ୍ରତିଶତକୁ ଖସି ଆସିଥିବା ଜଣାପଡ଼ିଛି।

Share