Categories: ବାଣିଜ୍ୟ

ଯାତ୍ରା ଭତ୍ତା ଉପରେ ଆୟକର ଛାଡ ଦାବି କରିହେବ:ସିବିଡିଟି

ନୂଆଦିଲ୍ଲୀ,୨୯।୬ : କର୍ମଚାରୀ ନିଯୁକ୍ତିଦାତାଙ୍କଠାରୁ ଲାଭ କରୁଥିବା ଯାତ୍ରା ଭତ୍ତା ଉପରେ ଆୟକର ଛାଡ ପାଇବା ନେଇ ଦାବି କରିପାରିବେ। ନୂଆ ଟିକସ ବ୍ୟବସ୍ଥା ଅନ୍ତର୍ଗତ ସରକାର ଏହି ସୁବିଧା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏଥିପାଇଁ ଆୟକର ନିୟମରେ ପରିବର୍ତ୍ତନ କରାଯାଇଛି। ନିୟମ ସଂଶୋଧନ ହେବା ପରେ କର୍ମଚାରୀ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆୟକର ଛାଡ ପାଇବା ପାଇଁ ଦାବି କରିପାରିବେ। ଏହା ମଧ୍ୟରେ ଯାତ୍ରା କିମ୍ବା ସ୍ଥାନାନ୍ତରଣ ମାମଲାରେ ଯିବା ଆସିବା ଖର୍ଚ୍ଚ ଲାଗି ଦିିଆଯାଇଥିବା ଭତ୍ତା, ଯାତ୍ରାର ଅବଧି ମଧ୍ୟରେ ପ୍ରଦାନ କରାଯାଇଥିବା ଅନ୍ୟ ଭତ୍ତା, କାର୍ଯ୍ୟସ୍ଥଳରୁ ଅନୁପସ୍ଥିତ ଥିବା ସମୟରେ କୌଣସି କର୍ମଚାରୀଙ୍କୁ ଦୈନିକ ଖର୍ଚ୍ଚ ଉଠାଇବା ଲାଗି ଦିଆଯାଉଥିବା ଭତ୍ତା ଆଦି ସାମିଲ ରହିଛି।

Share