ବିଶ୍ୱର ଟପ୍‌ ୧୦୦ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ତାଲିକାରେ ୩ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୫।୧୨: ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ଓହ୍ଲାଇ ବିଶ୍ୱରେ ପ୍ରଥମ ଦେଶ ଭାବେ ଇତିହାସ ରଚି ସାରିଛି। ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବା ବିଶ୍ୱର ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଭାରତର ୩ବଡ କମ୍ପାନୀ ଏଣ୍ଟ୍ରି କରିଛନ୍ତି। ରିପୋର୍ଟ ଅନୁସାରେ, ଭାରତର ଏହି ୩ବଡ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକାଲ(ଏଚଏଏଲ), ଭାରତ ଇଲୋକ୍ଟ୍ରନିକ୍ସ(ବିଇଏଲ) ଓ ମଜାଗୋନ ଡକ୍ସ(ଏମଡିଏଲ) ବିଶ୍ୱର ଅସ୍ତ୍ରଶସ୍ତ୍ର ତିଆରି କରିବା ଭୂମିକାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।

ଋଷିଆ-ୟୁକ୍ରେନ ସଂଘର୍ଷ ଓ ଇସ୍ରାଏଲ-ହମାସ ଯୁଦ୍ଧ ପରେ ଦେଶରେ ଯୁଦ୍ଧାସ୍ତ୍ରର ଚାହିଦା ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ବିଶ୍ୱର ଏହି ଶ୍ରେଷ୍ଠ ୧୦୦ କମ୍ପାନୀ ୨୦୨୨ର ୫୯୭ବିଲିୟନ ଆମେରିକା ଡଲାରର ଯୁଦ୍ଧାସ୍ତ୍ର ବିକ୍ରି କରିଛନ୍ତି। ହତିଆର ପ୍ରସ୍ତୁତ କରୁଥିବା କମ୍ପାନୀ ମଧ୍ୟରେ ଦୁନିଆରେ କେବେ ଆମେରିକା ଓ ଚାଇନାର ଦବଦବା ଥିଲା। ମହାକାଶ ବିଜ୍ଞାନରେ ବଡ ସଫଳତା ପାଇବା ପରେ ଏବେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରୁଥିବା ଟପ୍‌ କମ୍ପାନୀ ମଧ୍ୟରେ ଭାରତ ସାମିଲ୍‌ ହୋଇଛି।

ହତିଆର ବିକ୍ରି ମାମଲାରେ ଭାରତୀୟ କମ୍ପାନୀ ଏଚଏଏଲ ୩.୪ବିଲିୟନର ଯୁଦ୍ଧାସ୍ତ୍ର ବିକ୍ରି କରି ୪୧ନମ୍ବର ସ୍ଥାନରେ ଅଛି। ସେହିପରି ବିଇଏଲ ୧.୯ବିଲିୟନର କାରବାର କରି ୬୩ତମ ସ୍ଥାନରେ ଓ ଏମଡିଏଲ ୧ବିଲିୟନ ଡଲାର ବ୍ୟବସାୟ କରି ୮୯ତମ ସ୍ଥାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri