ଝିଅକୁ ସାଦ ଖୁଆଇବାକୁ ଯିବାବେଳେ ଅଘଟଣ: ଓଲଟିଲା ପିକ୍‌ଅପ୍‌, ୪ ଗୁରୁତର

କେନ୍ଦୁଝର,୨୭ା୧୨(ସ୍ବ.ପ୍ର): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଛକ ୪୯ ନଂ. ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଓଲଟି ପଡ଼ିଛି । ଗାଡ଼ିରେ ୨୧ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତ଼ର ହୋଇଛନ୍ତି। ତ଼େବେ ସେମାନଙ୍କର ପରିଚ଼ୟ ମିଳିପାରିନାହିଁ। ଆହତ ଓ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କାଞ୍ଜିପାଣି ଥାନା ଅଧୀନ ହଳଦୀପାଣି ଗ୍ରାମର ୨୨ ଜଣ ପୁରୁଷ ଓ ମହିଳା ଏକ ପିକଅପ ଗାଡିର ଡାଲାରେ ବସି ସଦର ଥାନା ଅଧୀନ ବରଦାପାଳ ଗ୍ରାମକୁ ଝିଅକୁ ସଦ ଖୁଆଇ ବାକୁ ଯାଉଥିଲେ। କୁଆଁର ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଗାଡିଟି ଓଲଟି ପଡିଥିଲା