ହୋଲିରେ ଅଘଟଣ ବାଇକ୍‌କୁ…

କେନ୍ଦୁଝର,୨୬।୦୩ (ନରେଶଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାମେବାରି ପୋଲିସ ଷ୍ଟେଶନ ଅଧୀନ କୁଟୁଗାଁ ପଞ୍ଚାୟତ ଚମ୍ପାଡିହି ଗ୍ରାମ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଅଖଣ୍ଡ ଲୋକ ସେବା ସମିତିର ସଦସ୍ୟମାନେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ୧୦୮ରେ ଝୁମ୍ପରା ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି। ହୋଲି ଉପଲକ୍ଷେ ସମସ୍ତେ ଆନନ୍ଦରେ ଲିପ୍ତ ଥିବାବେଳେ ଅଖଣ୍ଡ ଲୋକ ସେବା ସମିତିର ସଦସ୍ୟଙ୍କ ଏପରି କାମକୁ ସାଧାରଣରେ ପ୍ରସଂସା କରାଯାଇଛି।