ଧାର ଟଙ୍କା ପାଇଁ ଯୁବକଙ୍କୁ ବାନ୍ଧି ସ୍କୁଟି ପଛରେ ଦୌଡ଼ାଇବା ଘଟଣା: ୨ ଅଭିଯୁକ୍ତ ଗିରଫ

କଟକ ଅଫିସ,୧୮ା୧୦:ଧାର ନେଇଥିବା ଟଙ୍କା ଶୁଝି ନ ପାରିବାରୁ ଶାସ୍ତିବିଧାନ ସ୍ବରୂପ ଜଣେ ଯୁବକଙ୍କୁ ହାତବାନ୍ଧି ଦଉଡ଼ି ଦ୍ୱାରା ବାଇକ ପଛରେ ଦୌଡ଼ାଇବା ଭଳି ବର୍ବର କାଣ୍ଡ ରବିବାର ସନ୍ଧ୍ୟାରେ କଟକ ସହରରେ ଦେଖିବାକୁ ମିଳିଥିଲା। ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ଘଟିଚାଲିଥିବା ବେଳେ କେହି ଏହାର ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ତେବେ ଏହି ଘଟଣା ନେଇ ସମ୍ପୃକ୍ତ ଯୁବକ ବିଡ଼ାନାସୀ ଥାନା ଅନ୍ତର୍ଗତ ଶ୍ରୀବିହାର କଲୋନୀରେ ରହୁଥିବା ରାଣୀହାଟ ଶିକାରି ସାହିର ଜଗନ୍ନାଥ ବେହେରା (୨୨) ସୋମବାର ଲାଲବାଗ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୋଲିସ ଏକ କେସ୍‌ (ନଂ. ୨୪୭/୨୨) ରୁଜୁ ସହ ଉକ୍ତ କାଣ୍ଡ ଭିଆଇଥିବା ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସୂତାହାଟର ସେକ୍‌ ହୁସେନ (୨୪) ଓ ସେକ୍‌ ଛୋଟୁ (୧୮)। ଦୁହେଁ ବ୍ୟବହାର କରିଥିବା ଆକ୍ଟିଭା ସ୍କୁଟି ଓ ଟେଣ୍ଟ କପଡ଼ାକୁ ପୋଲିସ ଜବତ କରିଛି।
ସୂଚନା ଅନୁଯାୟୀ, ସେକ୍‌ ହୁସେନ ଓ ସେକ୍‌ ଛୋଟୁ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଜଗନ୍ନାଥଙ୍କ ହାତକୁ ଏକ ଲମ୍ବା ଟେଣ୍ଟ କପଡ଼ାରେ ବାନ୍ଧି ଅପର ମୁଣ୍ଡକୁ ସ୍କୁଟି ପଛରେ ବାନ୍ଧିଥିଲେ। ଅଭିଯୁକ୍ତଦ୍ୱୟ ଏକ ସ୍କୁଟି ଚଳାଉଥିବାବେଳେ ଜଗନ୍ନାଥଙ୍କୁ ଷ୍ଟିଓ୍ବାର୍ଟ ପାଟଣା ଛକରୁ ସ୍କୁଟି ପଛରେ ଦୌଡ଼ାଇ ଆଣିଥିଲେ। ଦୁଇ ଅଭିଯୁକ୍ତଙ୍କ ନିକଟରେ ଜଗନ୍ନାଥ ଅସହାୟ ହୋଇପଡ଼ିଥିଲେ। ସେମାନେ ଜଗନ୍ନାଥଙ୍କୁ ଭୟଭୀତ କରାଇ ଅତ୍ୟନ୍ତ ଅମାନବୀୟ ଭାବେ ସ୍କୁଟି ପଛରେ ବାନ୍ଧି ୨ କିଲୋମିଟରରୁ ଅଧିକ ବାଟ ଦୌଡ଼ାଇଥିଲେ। ସେମାନେ ଜଗନ୍ନାଥଙ୍କୁ ନେଇ ଶେଷରେ ସୂତାହାଟ ଛକରେ ପହଞ୍ଚତ୍ଥିଲେ। ସେଠାରେ କେତେଜଣ ବିଶିଷ୍ଟ ବ୍ୟକ୍ତି ଘଟଣାରେ ହସ୍ତକ୍ଷେପ କରିବା ପରେ ଜଗନ୍ନାଥ ମୁକୁଳିଥିଲେ। ତେବେ ମାତ୍ର ୧୫୦୦ ଟଙ୍କା ଉଧାର ପାଇଁ ଏଭଳି ଘଟଣା ଘଟିଥିଲା। ସେକ ହୁସେନ ପ୍ରାୟ ମାସକ ତଳେ ଜଗନ୍ନାଥଙ୍କୁ ଏହି ଟଙ୍କା ଧାର ଦେଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣା ସମୟରେ ଚଣ୍ଡୀଛକ ଟ୍ରାଫିକ ଡ୍ୟୁଟିରେ ଥିବା ହାବିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୭ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। ତେବେ ଡିସିପି ପିନାକ ମିଶ୍ର କହିଛନ୍ତି, ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଏ ନେଇ ପଚରାଉଚରା କରାଯାଇଛି, କିନ୍ତୁ କାହାରିଙ୍କୁ ନୋଟିସ ଜାରି କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri