ବର ଶୋଭଯାତ୍ରା ପୂର୍ବରୁ ଅଘଟଣ: ପେଟ୍ରୋଲ ନିଆଁରେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ, ୭ା୧୨ (କଳ୍ପତରୁ ନାୟକ): ବାହାଘର ପାଇଁ ବନ୍ଧୁବାନ୍ଧବ ଆସି ଘରେ ପହଞ୍ଚତ୍ ସାରିଥିଲେ। ବରକୁ ନେଇ ବରଯାତ୍ରୀ କନ୍ୟାଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ।  ଏଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଅଭାବନୀୟ ଘଟଣା ବହୁ ଓଲଟପାଲଟ କରିଦେଇଥିଲା। ବରଯାତ୍ରୀଙ୍କ ଗାଡ଼ିରେ ପକାଯିବା ପାଇଁ ଆସିଥିବା ପେଟ୍ରୋଲରେ ହଠାତ୍‌ ନିଅଁା ଲାଗିବା ଓ ଏଥିରେ ଜଣେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହେବା ଘଟଣା ବିବାହ ଉତ୍ସବକୁ ଲୁହରେ ଭିଜାଇ ଦେଇଥିଲା। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ଗୁରୁବାର ଏହି ଦୁଃଖଦ ଘଟଣା ଘଟିଛି। ସେହି ନିଆଁରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ୨ ବଖରା ଘର ସହ ଟେଣ୍ଟ ମଧ୍ୟ ଜଳିଯାଇଛି। ଏଭଳି ଘଟଣା ପରେ ପରିବାର ପକ୍ଷରୁ ବିବାହକୁ ବାତିଲ କରି ଦିଆଯାଇଛି। କାନ୍ଦ ବୋବାଳିରେ ଗଁା ଫାଟି ପଡୁଥିବା ବେଳେ ବଡ଼ପଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବଡ଼ପଡ଼ା ଗ୍ରାମର ରତ୍ନାକର ମଳିକଙ୍କ ବଡ଼ପୁଅ ଜାଗେଶ୍ୱରଙ୍କ ଚଉଦକୁଲାଟ ଅଞ୍ଚଳରେ ବିବାହ ପାଇଁ ଗୁରୁବାର ତିଥି ଧାର୍ଯ୍ୟ ହୋଇଥିଲା। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ବରଯାତ୍ରୀ ବାଇକ୍‌ରେ ଯିବା ପାଇଁ ବର ଘର ପକ୍ଷରୁ ଏକ ପ୍ଲାଷ୍ଟିକ ଜାରରେ ପେଟ୍ରୋଲ ଆଣି ଘରେ ରଖାଯାଇଥିଲା। ବରଯାତ୍ରୀ କନ୍ୟାଘର ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ। ବର ଓ ବରଯାତ୍ରୀ କନ୍ୟାଘର ଅଭିମୁଖେ ବାହାରିବାର ୧୦ ମିନିଟ୍‌ ପୂର୍ବରୁ ଅଗ୍ନିକାଣ୍ଡ ଘଟିଗଲା। ପେଟ୍ରୋଲକୁ ଲାଗି ଏକ ହେଁସ ରଖାଯାଇଥିଲା। ତାହା ଉପରେ ବିଦ୍ୟୁତ୍‌ ତାର ଯାଇଥିଲା। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ନିଅଁା ଝୁଲ ପଡ଼ି ରଖାଯାଇଥିବା ହେଁସ ଉପରେ ପଡ଼ି ପେଟ୍ରୋଲରେ ଲାଗି ଯାଇଥିଲା। ନିମିଷକେ ଏହି ନିଅଁା ଘରର ଚାରି ଆଡେ ବ୍ୟାପୀ ଯାଇଥିଲା। ଘରେ ବନ୍ଧୁ ବାନ୍ଧବ, ସ୍ତ୍ରୀ, ପିଲା, ଭର୍ତ୍ତି ହୋଇ ରହିଥିଲେ। ନିଆଁ ମଧ୍ୟରୁ ପଦାକୁ ବାହାରି ଆସିବା ପାଇଁ ହୋହଲ୍ଲା ହୋଇଥିଲା। ଠେଲା ପେଲାରେ ଯିଏ ଯେମିତି ପାରିଲେ ପଦାକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ପିଉସୀ ଘରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଅନ୍ତର୍ଗତ ମାଟିଆ ଗ୍ରାମର ଅରବିନ୍ଦ ମଳିକ (ପପୁ)ଙ୍କ ପୁଅ ଗୁଗୁଲ (୩) ଘର ଭିତର ନିଆଁରୁ ବାହାରି ପାରି ନ ଥିଲେ। ଫଳରେ ଗୁଗୁଲୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁତୁରା ଗୁଗୁଲକୁ ବଞ୍ଚାଇବାକୁ ଯାଇ ଦାଦା ଶିପୁ ମଳିକ(୧୪) ଗୁରୁତର ଆହତ ହୋଇଛନ୍ତି। ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁ ପୁତ୍ର ଗୁଗୁଲକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିପୁଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଏହି ଅଗ୍ନିକାଣ୍ଡରେ ବଡ଼ପଡ଼ା ଗ୍ରାମର ତ୍ରିନାଥ ମଳିକ(୪୦) ଓ ତିଗିରିଆ ଗ୍ରାମର ତପନ ମଳିକ (୪୨) ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବିଦ୍ୟୁତ୍‌ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କେତେଜଣ କହୁଥିବା ବେଳେ ବରଯାତ୍ରାଙ୍କ ବାଇକ୍‌ରେ ପେଟ୍ରୋଲ ଭରିବା ସମୟରେ ସିଗାରେଟ୍‌ ନିଅଁାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ହେଲେ ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri