ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୨୧ା୧୨: ଆଗକୁ ବଢ଼ିବ ଅନୁଗୋଳ କ୍ରିକେଟ। ପଞ୍ଚାୟତସ୍ତରରୁ ଖୋଜାଯିବେ ଉପଯୁକ୍ତ ପ୍ରତିଭା। ଅଭିଜ୍ଞତା ବଢ଼ାଇବାକୁ ନିୟମିତ ହେବ ବଡ଼ ପ୍ରତିଯୋଗିତାର ଆୟୋଜନ। ଟର୍ଫ ପିଚ୍‌, ସ୍ବତନ୍ତ୍ର କିଟ୍‌, ପ୍ରଶିକ୍ଷଣ, ପ୍ରୋତ୍ସାହନ ବଳରେ ରାଜ୍ୟ ଓ ଦେଶକୁ ପ୍ରତିନିଧିତ୍ୱ କରିପାରୁଥିବା ଭଳି ଗଢ଼ାଯିବେ ଖେଳାଳି। ଏ ଦିଗରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି ଅନୁଗୋଳ ଜିଲା କ୍ରିକେଟ୍‌ ଆସୋସିଏଶନ (ଏଡିସିଏ)। ବୁଧବାରଠାରୁ ସହରର କଦମ ପଡ଼ିଆରେ ଆରମ୍ଭ ହେବାକୁ ଯାଉଥିବା ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌ ହିଁ ହେବ ଏହାର ପ୍ରାରମ୍ଭିକ ପଦକ୍ଷେପ।
୧୯୯୮ରେ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ପକ୍ଷରୁ ଅନୁଗୋଳରେ କରାଯାଇଥିଲା କଳାହାଣ୍ଡି କପ୍‌ ଆୟୋଜନ। ୨୦୦୦ ମସିହାରେ ମିଳିଥିଲା ରଣଜୀ ମ୍ୟାଚ। ହେଲେ ଏହାପରଠାରୁ ଓସିଏ ପକ୍ଷରୁ ଆଉ ବଡ଼ ମ୍ୟାଚର ଆୟୋଜନ ହୋଇନାହିଁ ଏଠାରେ। ହେଲେ ୨୫ ବର୍ଷ ପୂର୍ତ୍ତି ପାଳିବାକୁ ଯାଉଥିବା ଏଡିସିଏ ଏବେ ନୂଆ ପ୍ରତିଭାବାନଙ୍କ ସନ୍ଧାନରେ ରହିଛି। ଜିଲାରୁ ଅଧିକରୁ ଅଧିକ ଖେଳାଳି କିପରି ସୃଷ୍ଟି ହୋଇପାରିବେ, ସେ ଦିଗରେ ମନୋନିବେଶ କରିଛି। ଦୀର୍ଘବର୍ଷ ପରେ ସର୍ବଭାରତୀୟ ଅନୁଗୋଳ କ୍ରିକେଟ୍‌ କପ୍‌ର ଆୟୋଜନ କରାଯାଇଛି। ଟି-୨୦ ଫର୍ମାଟ୍‌ରେ ୨୧ରୁ ୨୫ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଜିଲାର କ୍ରିକେଟ୍‌ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଯେପରି ନୂଆ ଉତ୍ସାହ ଭରିଦେବ, ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏପରି କି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଆମନ୍ତ୍ରଣ କରାଯିବାର କାର୍ଯ୍ୟସୂଚୀ ରଖାଯାଇଛି। ପୂର୍ବାପେକ୍ଷା ଜିଲା କ୍ରିକେଟ୍‌ ଭିତ୍ତିଭୂମି ବଳିଷ୍ଠ ହୋଇଥିଲେ ବି ପିଲାମାନେ ଟେନିସ ବଲ ମୋହରେ ପଡ଼ିଛନ୍ତି। ଫଳରେ ସେମାନେ ଡ୍ୟୁଜ୍‌ ବଲ ପ୍ଲାଟଫର୍ମ ପାଇପାରୁ ନାହାନ୍ତି। ଟେନିସ ବଲ୍‌ ଛାଡ଼ି ପିଲାମାନେ କିପରି ଡ୍ୟୁଜ୍‌ ବଲ୍‌ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସ୍ବତନ୍ତ୍ର ଉପାୟ ଖୋଜାଯାଇଛି। ଆଗାମୀ ଦିନରେ ଜିଲାରେ କ୍ରିକେଟ୍‌ ଏକାଡେମୀ ଗଢ଼ାଯିବାର ଲକ୍ଷ୍ୟ ରଖାଯାଇଥିବାରୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରି ପିଲାଙ୍କୁ ପ୍ରଥମେ ରଣଜୀ ମ୍ୟାଚ ପାଇଁ ପ୍ରସ୍ତୁତ କରାଯିବ। ଏଥିସହ ସେମାନେ ଦେଶ ପାଇଁ କିଭଳି ପ୍ରତିନିଧିତ୍ୱ କରିବେ ସେ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri