ଅର୍ଥକରୀ ଫସଲ ପାଇଁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇ ଆସିଛନ୍ତି। ରାଜ୍ୟ କ୍ୟାବିନେଟ୍‌ ଫସଲ ବିବିଧୀକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛିି। ଏଥିରେ ରାଜ୍ୟର ସମସ୍ତ ୩୦ ଜିଲାରେ ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକଟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଫସଲ ବିବିଧୀକରଣକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ କରିବା ସମ୍ପର୍କରେ ଏକ ବୈଷୟିକ ଉପସ୍ଥାପନା ମଙ୍ଗଳବାର ଲୋକସେବା ଭବନଠାରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ କରାଯାଇଥିଲା। ଏଥିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, କଳାହାଣ୍ଡି ଜିଲାପାଳ ଅନ୍ବେଷା ରେଡ୍ଡୀ ଏବଂ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଶିନ୍ଦେ ଅଂଶଗ୍ରହଣ କରିଥିଲେ। ପଣସ, ଛତୁ, ଫୁଲଚାଷ, ମସଲା ଚାଷ ଇତ୍ୟାଦିକୁ ପ୍ରୋତ୍ସାହିତ କରିବା ପାଇଁ ମିଶନ ମୋଡ୍‌ ପଦ୍ଧତି ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଆସନ୍ତା ୬ ବର୍ଷ ପାଇଁ ମିଲେଟ୍‌ ଚାଷର ପ୍ରୋତ୍ସାହନ ନିମନ୍ତେ ୨୮୦୮ କୋଟି ଟଙ୍କା ବ୍ୟୟ କରାଯିବ। ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ମେଗା ଉଠାଜଳସେଚନ ପ୍ରକଳ୍ପ ଏବଂ ବୃଷ୍ଟିପୁଷ୍ଟ ଅଞ୍ଚଳରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ୨୭ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଡାଲିଜାତୀୟ ଫସଲ, ୧୫ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ତୈଳବୀଜ, ୬.୫ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ମିଲେଟ, ୦.୬୨ ଲକ୍ଷ ହେକ୍ଟର ଜମିରେ ଉଦ୍ୟାନ କୃଷି, ୦.୪୪ ଲକ୍ଷ ହେକ୍ଟର ଜମିରେ ପନିପରିବା, ୦.୨୮ ଲକ୍ଷ ହେକ୍ଟର ଜମିରେ ମସଲା ଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ବୈଷୟିକ ଅଧିବେଶନରେ କୃଷି ନୀତିର ବିକାଶ ପ୍ରକ୍ରିୟା, ସଫଳତା, ଆହ୍ବାନ ଏବଂ ଏହାର ଭବିଷ୍ୟତର ସମ୍ଭାବନା ଉପରେ ପ୍ରମୁଖତା ପ୍ରଦାନ କରାଯାଇଥିଲା। ସବୁଜ ବିପ୍ଳବ ଦ୍ୱାରା ଯଦିଓ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଥିଲା, କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ଯୋଗୁ ଚାଷଜମିରେ ଅବନତି, ଭୂତଳ ଜଳ ହ୍ରାସ, ମୃତ୍ତିକାର ଉର୍ବରତା ହ୍ରାସ ଏବଂ ଜୈବବିବିଧତା ହ୍ରାସ ପାଉଛି। ଏହା ଦ୍ୱାରା ଫସଲର ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିରୋଧ କରିବା କ୍ଷମତା ହ୍ରାସପାଉଛି। କ୍ରମାଗତ ହ୍ରାସ ପାଉଥିବା ପ୍ରାକୃତିକ ସମ୍ପଦ ପୁଷ୍ଟିହୀନତା ସମସ୍ୟାକୁ ଜଟିଳ କରିଛି। ଉପରୋକ୍ତ ସମସ୍ୟାକୁ ପ୍ରତିହତ କରିବା ପାଇଁ ବୈଠକରେ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ଫସଲ ଚାଷ, ଶସ୍ୟକ୍ଷେତ୍ରର ପରିବର୍ତ୍ତନ ଆଦି ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରାଜ୍ୟର ନିଜର ଚାଉଳ ଚାହିଦା ପୂରଣ କରିବା ପରେ ୪୦ ଲକ୍ଷ ଟନ୍‌ରୁ ଊର୍ଦ୍ଧ୍ୱ ଚାଉଳ ବଳକା ରହୁଛି। ଓଡ଼ିଶାରେ ଫସଲର ବିବିଧୀକରଣ କରି ଡାଲି, ତୈଳବୀଜ, ମିଲେଟସ୍‌, ଉଦ୍ୟାନ କୃଷି ଓ ବୃକ୍ଷରୋପଣ ଆଦି କରାଯିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶା ମିଲେଟସ୍‌ ମିଶନର ସଫଳତା ଅଭିଜ୍ଞତାକୁ ଆଧାର କରି କୃଷକମାନଙ୍କ ଲକ୍ଷ୍ୟର ମୂଲ୍ୟାୟନ ଏବଂ ଫସଲ ବିବିଧୀକରଣ ନିମନ୍ତେ ଏକ ରଣନୀତି ପ୍ରସ୍ତୁତ କରାଯାଇଛି। ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଓଡ଼ିଶା ତୈଳବୀଜ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିବ ବୋଲି କୃଷି ବିଭାଗ ଆଶା ପ୍ରକଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri