ବାଲେଶ୍ୱର,୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅଧୀନ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବି କ୍ରମେ ଦତ୍ତ ଘର ମୁଖ୍ୟରାସ୍ତାଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା। ୬ କୋଟି ୧୨ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଙ୍ଗଲ ଜମିର ଆଳ ଦେଖାଇ ନିର୍ମାଣ ଅଧାଅଧିରୁ ବନ୍ଦ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଠିକ୍ ପୂର୍ବରୁ ଉଦ୍ଘାଟନ କରାଯାଇଛି। ଜଙ୍ଗଲ ବିଭାଗଠାରୁ ଅନୁମତି ମିଳିଛି କି ନାହିଁ। ପୁଣି ଅଳ୍ପ କିଛି କାମ ପରେ ବନ୍ଦ ହେବାର ଆଶଙ୍କାରେ ଉକ୍ତ ପଞ୍ଚାୟତର ଲୋକମାନେ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ମଙ୍ଗଳବାର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ପଞ୍ଚାୟତବାସୀ ନିର୍ବାହୀଯନ୍ତ୍ରୀ ଇଂ. ତପନ କୁମାର ବେହେରାଙ୍କୁ ସାକ୍ଷାତ ସହ ରାସ୍ତା ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘ ଦିନର ଦାବି କ୍ରମେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା।ପୂର୍ବରୁ ଜଙ୍ଗଲ ଜମି ବାବଦରେ ଅନୁଧ୍ୟାନ ନ କରି ନିର୍ମାଣ କାର୍ଯ୍ୟ କେମିତି ଆରମ୍ଭ ହୋଇଥିଲା। ଆକ୍ରୋଶ ମୂଳକ ଭାବେ ରାସ୍ତାଟକୁ ଅସମ୍ପୂର୍ଣ୍ଣ ରଖାଯାଇଛି। ଅନ୍ୟପକ୍ଷରେ ନିର୍ବାଚନକୁ ଆଖି ଆଗରେ ରଖି ଅସମ୍ପୂର୍ଣ୍ଣ ରାସ୍ତାକୁ ଉଦ୍ଘାଟନ କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଜଙ୍ଗଲ ବିଭାଗ ସହିତ ଆଲୋଚନା କରି ଗ୍ରାମବାସୀଙ୍କ ଆପତ୍ତି ସମାଧାନ ପାଇଁ ଦାବି କରିଛନ୍ତି। ଏହି ଘେରାଉରେ ଦିଲୀପ କୁମାର ପାତ୍ର, ଭାରତ ଦେଳଇ, କାହ୍ନୁ ବାରିକ, ନିଗମାନନ୍ଦ ପାତ୍ର, ବୁଧିଆ ବେହରା, ନିରଞ୍ଜନ ଦାସ, ଭୋଳାନାଥ ବେହରା, ଗୋପୀନାଥ ବେହରା, କାହ୍ନୁ ମଣ୍ଡଳ, ଶଙ୍କଷର୍ଣ ମଲ୍ଲିକ, ଏକାଦଶୀ ଦଳେଇ ଓ ଧନଞ୍ଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ ତପନ କୁମାର ବେହେରା ପଚାରିବାରୁ କେବଳ ଜଙ୍ଗଲଜମିକୁ ବାଦ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିିଛି। ରାସ୍ତା ନିର୍ମାଣ ବାବଦରେ ଜଙ୍ଗଲ ବିଭାଗକୁ ଚିଠି ଦିଆଯାଇଛି, ଉତ୍ତର ମିଳିବା ପରେ ଅସମ୍ପୂର୍ଣ୍ଣ ଥିବା ଭାଗରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଉତ୍ତର ରଖିଥିଲେ।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


