ଡିପ୍ଲୋମା ଛାତ୍ର ଅଧ୍ୟାୟର ଉଦ୍‌ଘାଟନ

ଭୁବନେଶ୍ୱର,୨୨।୧୨: ଚଳିତ ଶିକ୍ଷାବର୍ଷ ପାଇଁ ସ୍ପିଣ୍ଟ୍ରୋନିକ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ରିସର୍ଚ୍ଚ (ଡିପ୍ଲୋମା) ଛାତ୍ର ଅଧ୍ୟାୟର ଉଦ୍‌ଘାଟନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୬୫ଜଣ ଛାତ୍ରୀଛାତ୍ର ଭାରତୀୟ ସମାଜ ଏବଂ ବୈଷୟିକ ଶିକ୍ଷାର ସଦସ୍ୟ ଭାବେ ପଞ୍ଜିକୃତ ହୋଇଛନ୍ତି।ଅଧ୍ୟକ୍ଷ ଡ଼. ପୁରୋଜିତ ମିଶ୍ର ସଭା ପରିଚାଳନା କରିଥିଲେ। ଏହି ଅବସରରେ ଭାରତୀୟ ସମାଜ ଓ ବୈଷୟିକ ଶିକ୍ଷା ପରିଷଦ ଓଡିଶାର ଅଧ୍ୟକ୍ଷ ପ୍ରଫେସର ଡ଼. ପ୍ରଭାତ କୁମାର ପାଢୀ, ଇଂ ସଞ୍ଜୀବ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ସ୍ପିଣ୍ଟ୍ରୋନିକ ଟେକ୍ନୋଲୋଜି ଏବଂ ଆଡଭାନ୍ସ ରିସର୍ଚ୍ଚର ସଚିବ ତଥା ମୁଖ୍ୟବକ୍ତା ମୃତ୍ୟୁଞ୍ଜୟ ବିଶ୍ୱାଳ, ସହକାରୀ ମହାପ୍ରବନ୍ଧକ, ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ୍‌ କର୍ପୋରେସନ୍‌ ଲିମିଟେଡ଼। ଉକ୍ତ କାର୍ଯ୍ୟକ୍ରମରେ ଯନ୍ତ୍ରୀ ବିକାଶ ଦାଶ, ନିର୍ଦ୍ଦେଶକ ସ୍ପିଣ୍ଟ୍ରୋନିକ ଟେକ୍ନୋଲୋଜି ଏବଂ ଆଡଭାନ୍ସ ରିସର୍ଚ୍ଚ, ଅତିଥି ଭାବେ ଯୋଗ ଦେଇଥିଲେ। ରଞ୍ଜନ କୁମାର ବେହେରା ପ୍ରଶାସନିକ ଅଧିକାରୀ ଏବଂ ସହକାରୀ ପ୍ରଫେସର ବିରଞ୍ଚି ସାହୁ, ଡିନ୍‌ ଅଫ୍‌ ଷୁଣ୍ଟଟେଡ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡଃ ପ୍ରଭାତ କୁମାର ପାଢୀ ଏବଂ ଅଧ୍ୟକ୍ଷ ଡଃ ପୁରୋଜିତ ମିଶ୍ର ଛାତ୍ର ଅଧ୍ୟାୟକୁ ଉଦ୍‌ଘାଟନ କରିଥିଲେ।

ଭାରତୀୟ ସମାଜ ଓ ବୈଷୟିକ ଶିକ୍ଷା କର୍ମଚାରୀ ସଂଯୋଜକ ପ୍ରିୟଦର୍ଶୀ ମୃତ୍ୟୁଞ୍ଜୟ ପାଢୀ ଉକ୍ତ ଅଧ୍ୟାୟର ସଦସ୍ୟମାନଙ୍କ ନାମ ଘୋଷଣା କରିଥିଲେ। ଏହି ଅବସରରେ ଡଃ ପ୍ରଭାତ କୁମାର ପାଢୀ ଭାରତୀୟ ସମାଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ସହ ଯୋଡି ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଇଂ ସଞ୍ଜୀବ ସାହୁ ତାଙ୍କ ଅଭିଭାଷଣରେ ଭାରତୀୟ ସମାଜ ଏବଂ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱରୋପ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ନାୟକ ବିଭାଗୀୟ ମୁଖ୍ୟ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଛାତ୍ରୀଛାତ୍ରଙ୍କ ସହ ପ୍ରେରଣାଦାୟୀ ବାର୍ତ୍ତାଳାପ ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ସୀତେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri