ଉଦ୍‌ଘାଟନ ହୋଇଛି, କାମରେ ଲାଗୁନି

କଣ୍ଟାବାଞ୍ଜି, ୨୨ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏନଏସିରେ ସର୍ବସାଧାରଣଙ୍କ ପାଇଁ ନିର୍ମିତ ଶୌଚାଳୟ ୨୦୨୧ନଭେମ୍ବର ୧୮ତାରିଖରେ ଉଦ୍‌ଘାଟିତ ହୋଇଥିଲା। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍‌ଘାଟନୀର ଦେଢବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଓପନ ସ୍ପେସ୍‌ ଡେଭଲପମେଣ୍ଟ ସ୍କିମରେ ତହସିଲ ଅଫିସ ପାର୍ଶ୍ୱରେ ନିର୍ମାଣ ହୋଇଛି ଏହି ସ୍ମାର୍ଟ ଶୌଚାଳୟ। ସହରରେ ଥିବା ତହସିଲ ଅଫିସ, ସବ୍‌ ରେଜେଷ୍ଟ୍ରି ଅଫିସ, ସବ୍‌ଟ୍ରେଜେରୀ ଅଫିସ, ପିଡବ୍ଲ୍ୟୁଡି ଡିଭିଜନ, ସବ୍‌ ଡିଭିଜନ, ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଟି ସବ୍‌ ଡିଭିଜନ, ସିଭିଲ କୋର୍ଟ, ଫରେଷ୍ଟ ରେଞ୍ଜ ଅଫିସକୁ ଆସୁଥିବା ଜନସାଧାରଣଙ୍କପାଇଁ ଏହି ସ୍ମାର୍ଟ ଶୌଚାଳୟ କଣ୍ଟାବାଞ୍ଜି ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିଲା। ୧୮ନଭେମ୍ବର ୨୦୨୧ରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରଠାରୁ ସ୍ମାର୍ଟ ଶାୌଚାଳୟରେ ତାଲା ଝୁଲୁଛି। ଲୋକଙ୍କ କାମରେ ଆସୁନାହିଁ ା ଫଳରେ ସହରକୁ ଅଫିସ ସମ୍ପର୍କିତ ଏବଂ ଅନାନ୍ୟ କାମରେ ଆସୁଥିବା ଲୋକେ ଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ଏତିକି ନୁହେଁ ଏନଏସି ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ଓପନ ସ୍ପେସ୍‌ ଡେଭଲପମେଣ୍ଟ ସ୍କିମରେ ନିର୍ମିତ ଅନେକ ଚିଲଡ୍ରେନ ପାର୍କ, ମାର୍କେଟ ୟାର୍ଡ ନିର୍ମାଣ ହୋଇଥିଲେ ସୁଦ୍ଧା କୌଣସି ନା କୌଣସି କାରଣରୁ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଅସାମାଜିକ ବ୍ୟକ୍ତି ବିଶେଷଙ୍କ ଆଡ୍ଡାସ୍ଥଳି ଏବଂ ଯାନବାହାନ ପାର୍କିଂସ୍ଥଳ ପାଲିଟିଛି ା ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଏନଏସର ସାନିଟେସନ ଏକ୍ସପର୍ଟ ହେମନ୍ତ ସ୍ବାଇଁଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାରେ ଯୋଗ ଦେଇଛି। ସ୍ଥିତି ଅନୁଧ୍ୟାନ ପରେ ଯାହା କିଛି କହି ପାରିବ ବୋଲି କହିଛନ୍ତି। ଏନଏସି ନଗରପାଳ ବରିୟାମ ସିଂ ସାଲୁଜାଙ୍କୁ ପଚାରିବାରୁ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ସ୍ମାର୍ଟ ଶୌଚାଳୟ ପରିଚାଳନା ଦାୟିତ୍ୱ ମିଶନ ଶକ୍ତି ଏସ୍‌ଏଚଜିକୁ ଦିଆଯିବ। ଏହାପରେ ଶାୌଚାଳୟ କାର୍ଯ୍ୟକ୍ଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri