ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା

ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ ସମ୍ପାଦକ, କର୍ମଚାରୀ ନିଯୁକ୍ତି ହୋଇ ନ ଥିବାରୁ ସମ୍ବଲପୁର ଜିଲା ସୈନିକ ବୋର୍ଡ ଅଫିସରେ ଅଚଳାବସ୍ଥା ଦେଖାଦେଇଛି। ବାହାରେ ଏକ ବଡ଼ ସୂଚନା ବୋର୍ଡ ଲଗାଯାଇଛି। ହେଲେ ବାସ୍ତବରେ ପରିଚାଳନା ପାଇଁ ମାନବ ସମ୍ବଳ ଯୋଗାଇ ଦିଆଯାଇ ନାହିଁ। ଫଳରେ ଏହି ଅଫିସ ଉପରେ ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଳାଙ୍ଗୀର ଓ ସୋନପୁର ଜିଲାର ଅବସରପ୍ରାପ୍ତ ଯବାନମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶତାଧିକ ଫାଇଲ ପଡିରହିଥିବା ବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଫିସକୁ ଆସି ନିରାଶ ହୋଇ ଫେରିଯାଉଛନ୍ତି।
ସେମାନେ ଆହୁରି ଅଭିଯୋଗ କରିଛନ୍ତି, ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖଳାରେ ଯବାନଙ୍କ ଅବଦାନ ରହିଛି। ହେଲେ ଅବସର ନେବା ପରେ ସରକାର ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି। କେବଳ ନାରାରେ ଜୟ ଯବାନ ଜୟ କିଷାନ ବୋଲି କୁହାଯାଉଛି। ଗୋଟିଏ କାମ ପାଇଁ ବାରମ୍ବାର ଶତାଧିକ କିଲୋମିଟର ଦୂରରୁ ଅଫିସ ଆସିବାକୁ ପଡୁଛି। ହେଲେ କାମ ନ ହେବାରୁ ପୁଣି ଫେରିବାକୁ ପଡୁଛି। ଅବସର ନେବା ପରେ ପେନ୍‌ସନ କାମ, ମେଡିକାଲ ଭତ୍ତା, ଶିଶୁମାନଙ୍କ ଭତ୍ତା ଓ ଅନ୍ୟାନ୍ୟ କାମ ଏହି ଅଫିସରୁ ପରିଚାଳନା ହୋଇଥାଏ। ଏହି ଅଫିସରୁ ଅନୁମୋଦନ ପରେ କାମ ହୋଇଥାଏ। ହେଲେ ମାସ ମାସ ଧରି ଫାଇଲ ପଡିରହୁଛି। ଅଫିସକୁ ଆସିଲେ କେତେବେଳେ ଖୋଲା ରହୁଛି ତ କେତେବେଳେ ବନ୍ଦ ରହୁଛି। ସ୍ଥାୟୀ ଅଧିକାରୀ ନିଯୁକ୍ତି ଦିଆଯାଇ ନାହିଁ। କାମ ଅନୁସାରେ ୩ଜଣ କିରାଣି ଓ ୨ ଜଣ ପିଅନର ଆବଶ୍ୟକ ରହିଛି। ହେଲେ କିରାଣି ପଦ ଖାଲି ପଡିଛି। ତେଣୁ କାମ ଆଗେଇ ପାରୁନାହିଁ। ସୋନପୁର ଜିଲାରୁ ଆସିଥିବା ଆଲୋକ ପଣ୍ଡା କହିଛନ୍ତି, ପୂର୍ବରୁ ୨ଥର ଅଫିସ ଆସି ଫେରି ଯାଇଥିଲି। ଆଜି ମଧ୍ୟ କେହି ଅଧିକାରୀ ଏପର୍ଯ୍ୟନ୍ତ ଆସିନାହାନ୍ତି। ଜଣେ ତଳିିଆ କର୍ମଚାରୀ ଅଫିସ ଖୋଲି ବସିଛନ୍ତି। ତେଣୁ କାମ ହେବ କି ନାହିଁ ତାହା ଜଣାପଡି ନାହିଁ । ସେହିପରି ସୁନ୍ଦରଗଡ଼ ଜିଲାରୁ ଆସିଥିବା ଜଣେ ଯବାନ କହିଛନ୍ତି, ଭତ୍ତା କାମ ପାଇଁ ବାରମ୍ବାର ଅଫିସ ଆସିବାକୁ ପଡୁଛି। ସକାଳୁ ଆସିଲେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଅସ୍ଥାୟୀ ଭାବେ ଜଣେ ଅଧିକାରୀ ଅଛନ୍ତି। ତେଣୁ କାମ ଠିକ୍‌ ଭାବେ ହୋଇ ପାରୁନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ୧୯୮୮ ମସିହାରେ ଜିଲା ସୈନିକ ବୋର୍ଡ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଏହି ବୋର୍ଡର ମୁଖ୍ୟ ଓ ଅବସରପ୍ରାପ୍ତ କିରାଣି ଅଫିସ କାମ କରିବା ନିୟମ ରହିଛି। ହେଲେ ସରକାର ନିଯୁକ୍ତି ଦେଉ ନାହାନ୍ତି। ମୁଖ୍ୟ ଅଧିକାରୀ ପଦ ୨୦୧୮ ମସିହାରୁ ଖାଲି ପଡିଛି। ଜିଲା ପ୍ରଶାସନର ଜଣେ ଡେପୁଟି କଲେକ୍ଟର ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବ୍ୟସ୍ତବହୁଳ କାର୍ଯ୍ୟରୁ ସମୟ ବାହାର କରି ସେ ଏହି ଦାୟିତ୍ୱ ନିିର୍ବାହ କରୁଛନ୍ତି। ତେଣୁ ଏଭଳି ସମସ୍ୟା ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ଉମାକାନ୍ତ ରାଜ କହିଛନ୍ତି, ସ୍ବତନ୍ତ୍ର ବୋର୍ଡ ଗଠନ କରି ଏହାର ପରିଚାଳନା ହୋଇଥାଏ। ସରକାର ନିଯୁକ୍ତି ଦିଅନ୍ତି ନାହିଁ। ସୈନିକ ବୋର୍ଡ ଗଠନ କରି ନିଯୁକ୍ତି ଦେବା କ୍ଷମତା ରହିଛି, ହେଲେ କରୁନାହାନ୍ତି। ଅନ୍ୟପଟେ କମ୍‌ ଦରମା ଓ ଠିକ୍‌ ସମୟରେ ନ ମିଳିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି। ଗୃହ ବିଭାଗ କେବଳ ତଦାରଖ କରିଥାଏ। ଯବାନମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇ କାମ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri