Posted inଖେଳ

ବିଶ୍ୱକପ ୨୦୨୩ରେ ମୋଟ ୮୨ କୋଟିର ପୁରସ୍କାର,ଫାଇନାଲ ବିଜେତାଙ୍କୁ ୩୩.୧୭ କୋଟି, ହାରିଥିବା ଦଳ ପାଇଁ ବି କୋଟି କୋଟି ଟଙ୍କା ବର୍ଷା…

ଅହମଦାବାଦ,୧୮।୧୧ : ଭାରତରେ ଚାଲିଥିବା କ୍ରିକେଟ ବିଶ୍ୱକପ ୨୦୨୩ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତିମ ମ୍ୟାଚ ୧୯ ନଭେମ୍ବର ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ ପିଚ୍‌ ଠାରୁ ଆରମ୍ଭ କରି ପ୍ଲେଇଙ୍ଗ ୧୧ ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା ହେଉଛି। ଏହି ଟୁର୍ନାମେଣ୍ଟର ପୁରସ୍କାର ରାଶି ପାଇଁ ଆଇସିସି ମୋଟ ୮୨ କୋଟି ଟଙ୍କା ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ହାରିଥିବା ଦଳ ଉପରେ ମଧ୍ୟ କୋଟି କୋଟି ଟଙ୍କା ମଧ୍ୟ ବର୍ଷା ହେବ। ତେବେ କେଉଁ ଦଳ କେତେ ଟଙ୍କା ପାଇବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ।

ଗ୍ରୁପ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୯-୯ ମ୍ୟାଚ ଖେଳିଥିଲେ। ଏହି ରାଉଣ୍ଡରେ ବିଜୟୀ ଦଳ ୪୦ ହଜାର ଡଲାର ଅର୍ଥାତ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ପ୍ରାୟ ୩୩.୧୭ ଲକ୍ଷ ଟଙ୍କା ପାଇବେ। ପ୍ରତ୍ୟେକ ଦଳ ଏହି ରାଶି ପୃଥକ ଭାବରେ ପାଇବେ। ଯଦି ସମଗ୍ର ଟୁର୍ନାମେଣ୍ଟରେ ଦଳ ପ୍ରତ୍ୟେକ ମ୍ୟାଚ ଜିତେ ତେବେ ଦଳର ରାଶି ବୃଦ୍ଧି ପାଇବ। ଉଦାହରଣ ସ୍ବରୂପ, ଯଦି କୌଣସି ଦଳ ୧୦ ଟି ମ୍ୟାଚ ଜିତନ୍ତି, ତେବେ ଦଳକୁ ୩,୩୧ କୋଟି ଟଙ୍କା ଅଲଗା ଦିଆଯିବ ।

ଏଥି ସହିତ, ଯେଉଁ ଦଳ ଗ୍ରୁପ ପର୍ଯ୍ୟାୟ ବାହାରେ ଥିଲେ, ଅର୍ଥାତ ୬ ଟି ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲେ, ସେମାନଙ୍କୁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୮୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ସେମିଫାଇନାଲରେ ହାରିଥିବା ଦଳ ଯଥା ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡକୁ ପ୍ରତ୍ୟେକଙ୍କୁ ୮ ଲକ୍ଷ ଡଲାର ଅର୍ଥାତ ପ୍ରାୟ ୬.୬୩ କୋଟି ଟଙ୍କା ପ୍ରଦାନ କରାଯିବ।

ଫାଇନାଲରେ ରନର୍‌ ଅପ ଏବଂ ହାରିଥିବା ଦଳଙ୍କ ଉପରେ ଟଙ୍କା ବର୍ଷା ହେବ। ରନର୍‌ ଅପ ଦଳକୁ ୨୦ ଲକ୍ଷ ଡଲାର୍‌ ଅର୍ଥାତ ୧୬.୫୮କୋଟି ଟଙ୍କା ଦିଆଯିବ। ବିଜେତା ଦଳକୁ ଆଇସିସି ଦ୍ୱାରା ୪୦ ଲକ୍ଷ ଡଲାର ପୁରସ୍କାର ରାଶି ପ୍ରଦାନ କରାଯିବ। ଅର୍ଥାତ ବିଜେତା ଦଳ ମୋଟ ୩୩.୧୭ କୋଟି ଟଙ୍କା ପାଇବ। ବିଜେତା ଏବଂ ରନର୍‌ ଅପ ଦଳ ମଧ୍ୟ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଅଲଗା ରାଶି ପାଇବେ। ଯଦି ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିଅନ ହୁଏ, ତେବେ ୩୩.୧୭ କୋଟି ଟଙ୍କା ପୁରସ୍କାର ରାଶି ସହିତ ଏହା ୧୧ ଟି ମ୍ୟାଚ ଜିତିବା ପାଇଁ ୩୩.୧୭ ଲକ୍ଷ x ୧୧ ଅର୍ଥାତ ଭାରତ ମୋଟ ୪୭ରୁ ୩୮ କୋଟି ଟଙ୍କା ଜିତବ।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri