ଆତ୍ମରକ୍ଷା

ଝିଅମାନଙ୍କ ପ୍ରତି ବଢ଼ୁଥିବା ସମସ୍ୟା ଓ ନିର୍ଯାତନାକୁ ଦୃଷ୍ଟିରେ ରଖି ଏବେ ଆତ୍ମରକ୍ଷା ବିଷୟରେ ଅଧିକ ସଚେତନ କରାଯାଉଛି । ଏହିସବୁ ଘଟଣାରୁ ରକ୍ଷା ପାଇବାକୁ ହେଲେ ଆତ୍ମରକ୍ଷା କୌଶଳ ସହିତ ଆଉ କିଛି ସୁରକ୍ଷା ଦିଗପ୍ରତି ମଧ୍ୟ ସେମାନେ ସଚେତନ ହେବା ଜରୁରୀ….

ଦିନ ଥିଲା ମହିଳା କେବଳ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ। କିନ୍ତୁ ସମୟ ସଙ୍ଗେ ତାଳଦେଇ ସେମାନେ ଏବେ କେଉଁ ସ୍ଥାନରେ ପହଞ୍ଚତ୍ଲେଣି ତାହା କହିବା ଅନାବଶ୍ୟକ। ବିଭିନ୍ନ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇ ନାରୀ ପୁରୁଷମାନଙ୍କ ସମକକ୍ଷ ହୋଇପାରିଛନ୍ତି। ହେଲେ ନାରୀ ନିର୍ଯାତନା ସେମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଅନେକ ମହିଳା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି କି କେତେକେ ଏପରି ଲାଞ୍ଛନା ସହି ନ ପାରି ମୃତ୍ୟୁକୁ ଶେଷ ଠିକଣା ଭାବରେ ବାଛି ନେଉଛନ୍ତି। କିନ୍ତୁ ଆଜିକାଲିର ହାଇଟେକ୍‌ ଯୁଗରେ ଅନେକ ତରୁଣୀ ଆତ୍ମରକ୍ଷା ପ୍ରତି ସଚେତନ ହେଲେଣି। ଜୁଡୋ, କରାଟେ ଶିଖିବା ବ୍ୟତୀତ ଆତ୍ମରକ୍ଷାର କୌଶଳକୁ ସେମାନେ ଆପଣେଇ ନେଉଛନ୍ତି। କେବଳ ସେତିକି ନୁହେଁ, ଆକ୍ରମଣ ସମୟରେ ସେମାନେ ଏପରି ଉପାୟକୁ ଉପଯୋଗ କରି ନିଜକୁ ସୁରକ୍ଷା ଦେଇପାରୁଛନ୍ତି। ବର୍ତ୍ତମାନ ଛାତ୍ରୀମାନଙ୍କୁ ନିଜର ଆତ୍ମରକ୍ଷା ବିଷୟରେ ଅଧିକ ସଚେତନ କରାଯାଉଛି। ଏବେ ଦିନକୁ ଦିନ ଝିଅମାନେ ନିର୍ଯାତନାର ଶିକାର ହେଉଛନ୍ତି, ଯାହା ଅତ୍ୟନ୍ତ ଚିନ୍ତାର କାରଣ ପାଲଟିଗଲାଣି। ଏହିସବୁ ଘଟଣାରୁ ରକ୍ଷା ପାଇବାକୁ ହେଲେ ଆପଣ ନିଜ ଝିଅକୁ କିଛି ସୁରକ୍ଷା ଟିପ୍ସ ଦେଇପାରିବେ। ଏହି ଟିପ୍ସ ତାକୁ ସାହସ ଦେବା ସହ ସୁରକ୍ଷା ବି ଦେଇପାରିବ। ତେବେ ଆତ୍ମରକ୍ଷା କୌଶଳ ଜଣା ଥିଲେ ମଧ୍ୟ ଆଉ କେତୋଟି ଦିଗ ପ୍ରତି ସଚେତନ ରହିବା ନିହାତି ଜରୁରୀ। ସେ ସମ୍ପର୍କରେ ଟିପ୍ସ..
ତଥା ଅପରିଚିତ ବ୍ୟକ୍ତିବିଶେଷଙ୍କଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ଯେଉଁମାନଙ୍କୁ ଚିହ୍ନିନାହାନ୍ତି ସେମାନଙ୍କ ସମ୍ମୁଖରେ ନିଜର ସମସ୍ୟା ବିଷୟରେ ଆଲୋଚନା କଲେ ହୁଏତ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବ୍ୟକ୍ତି ବିଭିନ୍ନ ଉଦାହରଣ ଦେଇ ହୁଏତ ପ୍ରଲୋଭିତ କରିବାକୁ ଚେଷ୍ଟା କରିପାରନ୍ତି। ଏଭଳି କଥାଠାରୁ ଯେତେ ଦୂରେଇ ରହିବେ ସେତେ ଭଲ।
ଅଚିହ୍ନା ବ୍ୟକ୍ତିଙ୍କଠାରୁ କିଛି ଗିଫ୍ଟ ,ମିଠା, ଚକୋଲେଟ୍‌ କେବେ ବି ଗ୍ରହଣ କରନ୍ତୁ ନାହିଁ କିମ୍ବା ତାଙ୍କ ସହିତ କୌଣସି ସ୍ଥାନକୁ ଯାଆନ୍ତୁ ନାହିଁ।
ସମୟରେ ଏକୁଟିଆ ଠିଆ ହୋଇଥିବା ମହିଳାଙ୍କୁ ଦେଖି କେତେକେ ଲିଫ୍ଟ ଦେବାକୁ ପଛାଇ ନ ଥାନ୍ତି। ତେବେ ଏପରି ଅନୁରୋଧକୁ ଏଡ଼ାଇ ଦିଅନ୍ତୁ। ନ ହେଲେ ଆପଣ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବା ଯଥେଷ୍ଟ ଆଶଙ୍କା ରହିଛି।
ଆପଣଙ୍କ ସହ ବଳ ପ୍ରୟୋଗ କରିବାକୁ ଚେଷ୍ଟା କଲେ ଉପସ୍ଥିତ ବୁଦ୍ଧି ଖଟାନ୍ତୁ।
ଆପଣ ଜୋରରେ ପାଟି କରନ୍ତୁ ଓ ଘଟଣାସ୍ଥଳରୁ ଜୋର୍‌ରେ ଦୌଡ଼ିବାକୁ ଚେଷ୍ଟା କରନ୍ତୁ। ଯଦି ସେହି ବ୍ୟକ୍ତି କୌଣସି କାର୍‌ କିମ୍ବା ବାଇକ୍‌ରେ ଆସିଛି ତେବେ ପ୍ରଥମେ ତାହାର ନମ୍ବର ମନେରଖିବାକୁ ଚେଷ୍ଟା କରନ୍ତୁ। କାରଣ ଏହାଦ୍ୱାରା ସେହି ବ୍ୟକ୍ତିଙ୍କୁ ଧରିବା ସହଜ ହୋଇଥାଏ।
ସ୍ଥାନରେ ଅଧିକ ସମୟ କାହାକୁ ଅପେକ୍ଷା କରନ୍ତୁ ନାହିଁ।
ବଜାର କିମ୍ବା ଗହଳି ସ୍ଥାନରେ ଠିଆ ହୁଅନ୍ତୁ।
କାହା ସହ ଗପନ୍ତୁ ନାହିଁ କିମ୍ବା ନିଜର ଦୁର୍ବଳତା ଶେୟାର କରନ୍ତୁ ନାହିଁ।
ସୋସିଆଲ ମିଡିଆ ବନ୍ଧୁତା ସ୍ଥାପନ କରିବାର ଏକ ସହଜ ମାଧ୍ୟମ ସାଜିଛି। ତେବେ ଏ କ୍ଷେତ୍ରରେ ବନ୍ଧୁତା ସୃଷ୍ଟି କରୁଥିଲେ ସତର୍କତା ଅବଲମ୍ବନ କରନ୍ତୁ।
ବ୍ୟକ୍ତିଙ୍କୁ କଦାପି ନିଜର ଫୋନ୍‌ ନମ୍ବର ଦିଅନ୍ତୁ ନାହିଁ।
କେଉଁଠି ଏକୁଟିଆ ଅଛନ୍ତି ଏବଂ ଅସୁବିଧାରେ ପଡିଛନ୍ତି ତେବେ ନିଜ ପରିବାର ଏବଂ ପରିଚିତ ଲୋକଙ୍କ ସହ ଫୋନ୍‌ରେ ଯୋଗାଯୋଗ କରନ୍ତୁ।
-ବିଳମ୍ବିତ ରାତ୍ରିରେ କଦାପି ଏକୁଟିଆ ଫେରନ୍ତୁ ନାହିଁ।
-ଯଦି ବାହାରକୁ ଯାଇଛନ୍ତି ତେବେ ସ୍ଥାନୀୟ ପୋଲିସ ଷ୍ଟେଶନ ଏବଂ ସେଠାକାର ଆପଣଙ୍କର ପରିଚିତ ବ୍ୟକ୍ତିଙ୍କର ଠିକଣା ଏବଂ ଫୋନ୍‌ ନମ୍ବର ପକେଟ ଡାଏରି କିମ୍ବା ମୋବାଇଲରେ ଟିପି ରଖନ୍ତୁ।
-ସବୁବେଳେ ନିଜର ଆତ୍ମବିଶ୍ୱାସ ଦୃଢ଼ ରଖନ୍ତୁ। କୌଣସି ପରିସ୍ଥିତିର ସାମ୍‌ନା କଲେ ବିଚଳିତ ନ ହୋଇ ସେଥିରୁ କିପରି ନିଜକୁ ମୁକୁଳାଇବେ ସେ ନେଇ ଚିନ୍ତା କରନ୍ତୁ।
-ଏବେ ଅନେକ ସ୍ଥାନରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ସେହି ସଂସ୍ଥା ସହ ଯୋଗାଯୋଗ କରି ଏହାର ଉପାୟ ଶିଖି ନିଅନ୍ତୁ।
-ଯଦି ଆପଣ ଏକା ଠିଆ ହୋଇଛନ୍ତି ଆଉ ଆପଣଙ୍କ ନିକଟରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ନେଇ ମନରେ କିଛି ସନ୍ଦେହ ସୃଷ୍ଟି ହେଉଛି, କିପରି କୌଶଳ କରି ସେଠାରୁ ନିଜକୁ ଯେତେ ଶୀଘ୍ର ଦୂରେଇ ନିଅନ୍ତୁ।
ପିଲାଚୋରି ହେଉଛି ତେଣୁ ଛୋଟ ପିଲାଙ୍କୁ କଦାପି ଏକୁଟିଆ ବାହାରକୁ ଛାଡ଼ନ୍ତୁ ନାହିଁ। ଯଦି ପିଲା ବାହାରେ ଖେଳୁଛି ତେବେ ତା’ ଉପରେ ନଜର ରଖନ୍ତୁ।

କ’ଣ କରନ୍ତି ଏମାନେ…

ଝିଅକୁ ସବୁବେଳେ ସତର୍କ ରହିବାକୁ କହିଥାଏ
(ମନ୍ଦାକିନୀ ଦାସ, ଚୌଦ୍ୱାର ,କଟକ)
ମୁଁ ମୋ ଝିଅକୁ କୁହେ କୌଣସି ଅଚିହ୍ନା ଲୋକ ଡାକିଲେ ତାଙ୍କ ସହ ତୁ ଆଦୌ ଯିବୁନାହିଁ। ସେ ଯଦି କିଛି ଖାଇବାକୁ ଦେଉଛନ୍ତି, କିଛି ବି ନେବୁ ନାହିଁ। ଅପରିଚିତ ବ୍ୟକ୍ତିଙ୍କ ସହ ମିଳାମିଶା କରିବୁନାହିଁ। ମା’ ବାପାଙ୍କ ମୋବାଇଲ ନମ୍ବର କିମ୍ବା ଆଡ୍ରେସ ଅଜଣା ଲୋକଙ୍କୁ ଶେୟାର କରିବୁ ନାହିଁ।

ମୋ ଝିଅକୁ ପିଲାବେଳୁ ଟ୍ରେନିଂ ଦେଇଛି
(ସୁଜାତା ବେହେରା,ସ୍ପ୍ଲେଣ୍ଡର ଆପାର୍ଟମେଣ୍ଟ, ହାଇଦ୍ରାବାଦ୍‌)
ମୁଁ ମୋ ଝିଅକୁ ଛୋଟବେଳୁ ଶିଖାଇଛି ଯେ ତୁ ନିଜକୁ କିପରି ଅନ୍ୟଠାରୁ ପ୍ରୋଟେକ୍ଟ କରିବୁ। ତୁମକୁ ସ୍କୁଲରେ କୌଣସି ଆୟା କିମ୍ବା ଅନ୍ୟ ଟିଚର ହୁଅନ୍ତୁ ସେ କିପରି ବ୍ୟବହାର କରୁଛନ୍ତି ତାହାକୁ ତୁମେ ଲକ୍ଷ୍ୟ କରିବ। ଆର୍ଟ, ଡ୍ୟାନ୍ସ ଆଦି କ୍ଲାସ୍‌ରେ ସାଧାରଣତଃ ମେଲ୍‌ ଟିଚରମାନେ ଥାନ୍ତି। ଯଦି ତୁମକୁ କେହି ଖରାପ ବ୍ୟବହାର କଲେ ତେବେ ତୁମେ ସେ ଜାଗାରେ ଜୋର୍‌ରେ ପାଟିକରି ଅନ୍ୟକୁ ‘ହେଲ୍ପ ହେଲ’୍ପ ବୋଲି ଡାକିବ। ମୁଁ ତାକୁ ଶିଖାଇଛି ବଡିର କେଉଁ ପାର୍ଟକୁ ଛୁଇଁଲେ ବ୍ୟାଡ୍‌ ଟଚ୍‌ ଏବଂ ଗୁଡ୍‌ ଟଚ୍‌ ସେ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛି। କେମିତି ତୁମେ ସାଉଟ୍‌ କରିବ ଯେ ପାଖାପାଖି ଥିବା ଲୋକ ଜାଣିପାରିବେ ଯେ ତୁମେ ଅସୁବିଧାରେ ଅଛ ଆଉ ସେ ତୁମକୁ ସେଥିରୁ ରକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri