ଦୁଇ ବର୍ଷରେ କୋରାପୁଟ ଜିଲାରେ ୭୫୩ ସଡ଼କ ଦୁର୍ଘଟଣାରେ ଗଲାଣି ୪୭୪ ଜଣଙ୍କ ଜୀବନ

କୋରାପୁଟ,୩୦ା୧(ଅମିତାଭ ବେହେରା): ୨୦୨୩ ଜାନୁଆରୀରୁ ଗତ ୨୦୨୪ ଡିସେମ୍ବର ଯାଏ ୨ ବର୍ଷରେ କୋରାପୁଟ ଜିଲାରେ ସମୁଦାୟ ୭୫୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମୋଟ୍‌ ୪୭୪ ଜଣଙ୍କ ଜୀବନ ଯାଇଛି। ୪୪୦ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକରେ ଜଣାଯାଇଛି।
ସେଥିମଧ୍ୟରୁ ୨୦୨୩ରେ ୩୬୩ଟି ସଡ଼କ ଦୁର୍ଘଟଣାରେ ୨୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮୪ ଜଣ ଗୁରୁତର ହୋଇଥିବାବେଳେ ଗତ ୨୦୨୪ରେ ୩୮୪ଟି ସଡ଼କ ଦୁର୍ଘଟଣାରେ ୨୪୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୬୬ ଜଣ ଗୁରୁତର ହୋଇଥିଲେ। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲାପାଳ ଭିି. କୀର୍ତ୍ତି ଭାସନ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, କୋରାପୁଟ ବିଧାୟକଙ୍କ ପ୍ରତିନିଧି ସୁମନ୍ତ ପ୍ରଧାନ, କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି, ଏଆର୍‌ଟିଓ ତପନ କୁମାର ବେଟି,ଏମ୍‌ଭିଆଇ ଚନ୍ଦ୍ରା ବିଶ୍ୱାସଙ୍କ ସମେତ ସମସ୍ତ କମିଟି ସଦସ୍ୟ ବୈଠକରେ ଉପସ୍ଥିତ ରହି ଦିନକୁ ଦିନ ଜିଲାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ସେହି ଅନୁସାରେ ଗୁରୁତର ଓ ମୃତୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ନେଇ ବିଭିନ୍ନ ସଚେତନତା କାର୍ଯ୍ୟ ଯଥା, ଗାଡ଼ି ଚଳାଇବାବେଳେ ହେଲମେଟ୍‌ ପିନ୍ଧିବା, ମୋବାଇଲରେ କଥା ନ ହେବା, ଟ୍ରାଫିକ ରୁଲ ମାନିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମଦ ପିଇ ଗାଡ଼ି ଚଳାଇବା ନାହଁି ଆଦି ଉପରେ ଲୋକଙ୍କୁ ଓ ଗାଡ଼ି ଚାଳକମାନଙ୍କୁ ସଚେତନତା କରିବା ଆଦି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କୋରାପୁଟ ଜିଲାରେ ପ୍ରତି ମାସରେ ସଡ଼କ ଦୁର୍ଘଟଣାରେ ହାରାହାରି ୨୦ରୁ ଊର୍ଦ୍ଧ୍ୱ ଜଣଙ୍କ ପ୍ରାଣ ହାନି ଘଟୁଥିବାବେଳେ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ନେଇ ଏହି ସଡକ ସୁରକ୍ଷା କମିଟି ସଦସ୍ୟମାନେ ଗୁରୁତ୍ୱରୋପ କରିଥିଲୋ

ସୂଚନାଯୋଗ୍ୟ, କୋରାପୁଟ ଜିଲାର ବୋରିଗୁମ୍ମା ଥାନା ଅଞ୍ଚଳରେ ଗତ ଦୁଇ ବର୍ଷରେ ଜିଲାର ଜୟପୁର ସଦର ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ସର୍ବାଧିକ ୫୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୋରିଗୁମ୍ମା ଥାନା ଅଞ୍ଚଳରେ ଓ କୋଟପାଡ଼ ଥାନା ଅଞ୍ଚଳରେ ଦୁଇ ବର୍ଷରେ ୫୭ ଜଣ ଲେଖାଏ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି କୋଟିଆ ଥାନା ଅଞ୍ଚଳରେ ସର୍ବନିମ୍ନ ଜଣଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବୈଠକ ଅବସରରେ ସଡ଼କ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ନିକଟ ହସ୍ପିଟାଲକୁ ପହଞ୍ଚାଇଥିବା ବୈପାରିଗୁଡ଼ା ବ୍ଲକ ଅଞ୍ଚଳର କୁମନା ମୁଦୁଲି ନାମକ ଜଣେ ମହିଳାଙ୍କୁ ଶ୍ରେଷ୍ଠ ସାମରିଟାନ ସମ୍ମାନ ଭାବେ ପ୍ରମାଣପତ୍ର ଓ ୨ ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କୋରାପୁଟ ଏମ୍‌ପି ଏହି ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri